ଓ୍ବାଶିଂଟନ୍,୧୫।୬: ଡୁଡଲ ଫର୍ ଗୁଗଲ-୨୦୨୧ ପ୍ରତିଯୋଗୀତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର ଗୁଗଲର ହୋମପେଜ୍ରେ ଏହି ଡୁଡଲ ପ୍ରଦର୍ଶିତ ହେବ। ଏନେଇ ଗୁଗଲର ସିଇଓ ସୁନ୍ଦର ପିଚାଇ ଘୋଷଣା କରିଛନ୍ତି। ଏହି ଡୁଡଲ ବିଷୟରେ ବ୍ଲଗ୍ ପୋଷ୍ଟରେ ମଧ୍ୟ କୁହାଯାଇଥିବା ଜଣାପଡ଼ିଛି। ତେବେ ଚଳିତ ଥର ଡୁଡଲ ଫର ଗୁଗଲର ବିଜେତା ହେଉଛନ୍ତି ମିଲୋ ଗୋଲ୍ଡିଂ। ତାଙ୍କୁ ପୁରସ୍କାର ସ୍ବରୂପରେ ୨୨ଲକ୍ଷ ଟଙ୍କା ମିଳିିଛି। ପ୍ରତିବର୍ଷ ଡୁଡଲ ଫର ଗୁଗଲ ଏକ ନିର୍ଦ୍ଧିଷ୍ଟ ଥିମ୍ ସହ ଆସିଥାଏ। ହେଲେ ଚଳିଥ ଥରର ଥିମ୍ ରହିଥିଲା-‘ଫାଇଣ୍ଡିଂ ହୋପ୍’। ଏହି ପ୍ରତିଯୋଗୀତାରେ ଆମେରିକାର ବିଭିନ୍ନ ସ୍ଥାନରୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀର ପିଲାମାନେ ନିଜର ଡୁଡଲ ପଠାଇଥିଲେ। ଏଥିରେ ଅଂଶ ଗ୍ରହଣ କରୁଥିବା ପିଲାମାନଙ୍କୁ ଗୁଗଲରେ ସେମାନଙ୍କର ଡୁଡଲ ପଦର୍ଶନ ସହ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ଦିଆଯାଇଥାଏ।
ତେବେ ସମସ୍ତ ଡୁଡଲରୁ କେବଳ ୫୪ଟି ଡୁଡଲକୁ ଚୟନ କରାଯାଇଥିଲା। ଏହାକୁ ପ୍ରତ୍ୟେକ ରାଜ୍ୟ ଓ ଆମେରିକାର ବିଭିନ୍ନ ଅଞ୍ଚଳରୁ ଚୟନ କରାଯାଇଥିବା ଜଣାପଡ଼ିଛି। ଏଥିପାଇଁ ଅନ୍ଲାଇନ ଭୋଟିଂର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଯେଉଁ ଡୁଡଲକୁ ଅଧିକ ଭୋଟ ମିଳିଛି ତାକୁ ଆଧାର କରି ଏକ ଜଜ୍ଙ୍କ ପ୍ୟାନେଲ ଅନ୍ତିମ ବିଜେତା ଚୟନ କରିଥିଲେ। ତେବେ ଡୁଡଲ ଫର ଗୁଗଲର ବିଜେତା ମିଲୋ ଗୋଲ୍ଡିଂ ଜଣେ ଏକାଦଶ ଶ୍ରେଣୀର ଛାତ୍ର ଥିବା ବେଳେ ସେ ଲେକ୍ସିଂଟନ୍ର ବାସିନ୍ଦା। ତାଙ୍କ ଡୁଡଲର ନାଁ ହେଉଛି ‘ଫାଇଣ୍ଡିଂ ହୋପ୍’। ଜଣେ କିଶୋର ବାଳକ ଆଉ ଜଣେ ଛୋଟ ପିଲାକୁ ବେଲୁନ ଦେଉଥିବାର ଏହି ଡୁଡଲରେ ଦେଖିବାକୁ ମିଳିଛି। ଏହାକୁ ଗୁଗଲର ହୋମପେଜ୍ରେ ପ୍ରଦର୍ଶିତ କରାଯିବ। ଆଜି ମିଲୋଙ୍କୁ ଯେଉଁ ଆର୍ଟ ପାଇଁ ପ୍ରଶଂସିତ କରାଯାଉଛି ଦିନ ଥିଲା ସେହି କାର୍ଯ୍ୟ ପାଇଁ ତାଙ୍କୁ ପରିବାର ଓ ସର୍ମ୍ପକୀୟଙ୍କଠାରୁ ଗାଳି ମିଳୁଥିଲା। କାରଣ ମିଲୋ ଯେତେବେଳେ ଛୋଟ ଥିଲେ ସେ ଘରର କାନ୍ଥଗୁଡ଼ିକରେ ନାନାଦି ଚିତ୍ରମାନ କରୁଥିଲେ। ଯେଉଁଥିପାଇଁ ତାଙ୍କୁ ପ୍ରବଳ ଗାଳି ମିଳିବା ସହ କ୍ଷମା ମାଗିବାକୁ ପଡ଼ୁଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.