ଲାଉସାନେ, ୬ା୬(ଏପି)- ୟୁରୋପିଆନ ଓ୍ବେଟ୍ଲିଫ୍ଟିଂ ଚାମ୍ପିୟନ ଦିମିତ୍ରୋ ଚୁମାକ୍ଙ୍କୁ ସାମୟିକ ସସ୍ପେଣ୍ଡ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ହୋଇଥିବା ଡୋପ୍ ଟେଷ୍ଟରୁ ସେ ନିଜକୁ ଦୂରେଇ ରଖିବା ଲାଗି ପ୍ରୟାସ କରିଥିଲେ। ଏଥିପାଇଁ ସେ ଲାଞ୍ଚ ଯାଚିଥିବା ଇଣ୍ଟରନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) କହିଛି। ଏପ୍ରିଲରେ ୧୦୯ କେଜି କାଟେଗୋରିରେ ୟୁରୋପିଆନ ଟାଇଟଲ ଜିତିବା ପରେ ୟୁକ୍ରେନ୍ର ଏହି ଭାରୋତ୍ତୋଳକଙ୍କୁ ଟୋକିଓ ଗେମ୍ସ ପାଇଁ ଜଣେ ପଦକ ଦାବିଦାର ବୋଲି ବିବେଚନା କରାଯାଉଛି। ଏହାଥିଲା ତାଙ୍କ କ୍ୟାରିୟରର ତୃତୀୟ ମହାଦେଶୀୟ ସ୍ବର୍ଣ୍ଣ ପଦକ। ଇଣ୍ଟରନ୍ୟାଶନାଲ ଓ୍ବେଟ୍ଲିଫ୍ଟିଂ ଫେଡେରେଶନ ପାଇଁ ଡ୍ରଗ୍ ଟେଷ୍ଟିଂ କାର୍ଯ୍ୟ କରୁଥିବା ଆଇଟିଏର ଅଭିଯୋଗ ଅନୁସାରେ ଚୁମାକ୍ଙ୍କୁ ମେ’ ୬ରେ ଡ୍ରଗ୍ ଟେଷ୍ଟିଂ ସାମ୍ପଲ ପାଇଁ କୁହାଯାଇଥିଲା। ସେ ସାମ୍ପଲ ଦେବାକୁ ମନା କରିବା ସହ ଏହାକୁ ଏଡାଇ ଦେବାକୁ ଚାହିଁଥିଲେ। ଟେଷ୍ଟିଂ କାର୍ଯ୍ୟ ପରିଚାଳନା ଦାୟିତ୍ୱରେ ଥିବା ଡୋପିଂ କଣ୍ଟ୍ରୋଲ ଅଫିସରମାନଙ୍କୁ ସେ ଲାଞ୍ଚ ଯାଚି ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ। ଏଥିରୁ ସନ୍ଦେହ କରାଯାଉଛି ଯେ ଚୁମାକ୍ ନିଷିଦ୍ଧ ଦ୍ରବ୍ୟ ସେବନ କରିଛନ୍ତି କିମ୍ବା ଚେଷ୍ଟା କରିଛନ୍ତି। ଏହାଛଡ଼ା ଆଣ୍ଟି ଡୋପିଂ ପ୍ରକ୍ରିୟାରେ ଟ୍ୟାମ୍ପରିଂ କରିବା ଲାଗି ପ୍ରୟାସ କରିଛନ୍ତି। ଏହି ସବୁ ଅଭିଯୋଗରୁ ଶୁଣାଣି ହେଲା ପର୍ଯ୍ୟନ୍ତ ୟୁକ୍ରେନର ଏହି ଭାରୋତ୍ତୋଳକ ସସ୍ପେଣ୍ଡ ରହିବେ। ଏହି ଘଟଣାରେ ତାଙ୍କ କୋଚ୍ ମିଖାଇଲୋ ମାତ୍ସୋଖାଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଦଶନ୍ଧି ଦଶନ୍ଧି ଧରି ଓ୍ବେଟ୍ଲିଫ୍ଟିଂରେ ଷ୍ଟେରଏଡ୍ର ବ୍ୟବହାର ନଜରକୁ ଆସିଛି। ଅଲିମ୍ପିକ୍ସ ଓ କେତେକ ପ୍ରମୁଖ ଇଭେଣ୍ଟରେ ଡୋପିଂ ପାଇଁ କେତେଜଣ ଅଗ୍ରଣୀ ଆଥ୍ଲେଟ୍ ସସ୍ପେଣ୍ଡ ମଧ୍ୟ ହୋଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.