ଭୁବନେଶ୍ୱର, ୫।୬ (ବ୍ୟୁରୋ): ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ମନୋଜ କୁମାର ସାହୁଙ୍କୁ ‘କାମରାଜ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ଆଣ୍ଡ୍ ରିସର୍ଚ୍ଚ’ ସମ୍ମାନ ମିଳିଛି। ତାମିଲନାଡୁର ଥେନିସ୍ଥିତ ଏହି ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଦେଶର ବରିଷ୍ଠ ତଥା ବିଶିଷ୍ଟ ଡାକ୍ତର, ଚିକିତ୍ସା ବିଜ୍ଞାନ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ଜାତୀୟ ଓ୍ବେବିନାର ଅନୁଷ୍ଠିତ ହୋଇଥିଲା। ଏଥିରେ ଡା. ସାହୁ ଯୋଗଦେଇ ଓଡ଼ିଶାରେ ଚିକିତ୍ସା କ୍ଷେତ୍ରର କିପରି ଅତ୍ୟାଧୁନିକ ଜ୍ଞାନକୌଶଳର ବିନିଯୋଗ କରାଯାଇ ପେଟ ରୋଗର ଉତ୍ତମ ଚିକିତ୍ସା କରାଯାଉଛି ସେ ସମ୍ପର୍କରେ କହିଥିଲେ। ବର୍ତ୍ତମାନ ଚିକିତ୍ସା ବିଜ୍ଞାନ ପଢୁଥିବା ଛାତ୍ରୀଛାତ୍ର ଏପରି ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରି ତାହାକୁ ବିନିଯୋଗ କରି ଉତ୍ତମ ତଥା ଉଚ୍ଚମାନର ଚିକିତ୍ସା ସେବା ଯୋଗାଇ ପାରିବେ ବୋଲି ସେ ମତ ଦେଇଥିଲେ। ଏହି ଅବସରରେ ଡା. ସାହୁଙ୍କୁ ‘ବେଷ୍ଟ ଆଉଟଷ୍ଟାଣ୍ଡିଂ ଏକାଡେମିକ୍ ଲିଡରଶିପ୍ ନ୍ୟାଶନାଲ ଆଓ୍ବାର୍ଡ’ ପ୍ରଦାନ କରାଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.