କଟକ ଅଫିସ,୧୯।୬: କଟକ ମହାନଗର ନିଗମ (ସିଏମ୍ସି) ଅଧୀନ ୧୮ ନମ୍ବର ୱାର୍ଡବାସିନ୍ଦା ପରିମଳ ଓ ଡ୍ରେନେଜ୍ ସମସ୍ୟା ଘେରରେ ରହିଛନ୍ତି। ଏହି ୱାର୍ଡର କେତେକ ଡ୍ରେନ୍ରୁ କଢ଼ାଯାଇଥିବା ଆବର୍ଜନା ମୁଖ୍ୟରାସ୍ତାରେ ପଡ଼ିରହିଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସିଏମ୍ସି କର୍ତ୍ତୃପକ୍ଷ ପଦକ୍ଷେପ ନେଉନାହାନ୍ତି ବୋଲି ଓ୍ବାର୍ଡବାସିନ୍ଦା ଅଭିଯୋଗ କରିଛନ୍ତି।
ବାଉଁଶଗଳି, ଗେଡ଼ସାହି ଲେନ୍, ଗଙ୍ଗାମନ୍ଦିର, ଚୂନଭାଟି ଗଳି, ବାଙ୍କା ବଜାର, ଓଡ଼ିଆ ବଜାର, ଆଲାମଚାନ୍ଦ ବଜାର, ସୂତାହାଟକୁ ନେଇ ୧୮ ନମ୍ବର ୱାର୍ଡ ଗଠିତ। କିଛିଦିନ ହେଲା ସହରରେ ବର୍ଷା ଲାଗିରହିଥିବାବେଳେ ଏହି ୱାର୍ଡର ଡ୍ରେନ୍ଗୁଡ଼ିକରୁ ଆବର୍ଜନା କଢ଼ାଯିବା କାର୍ଯ୍ୟ ଶେଷ ହୋଇନାହିଁ। ଓଡ଼ିଆ ବଜାର ଗଉଡ଼ ସାହିରେ ଗତ ୫ ହେବ ଡ୍ରେନ୍ରୁ ଆବର୍ଜନା କଢ଼ାଯାଇଥିଲେ ବି ତାହା ରାସ୍ତାରେ ପଡ଼ିରହିଛି। ଫଳରେ ଦୁର୍ଗନ୍ଧ ହେବା ସହ ଏହି ବାଟଦେଇ ଯାତାୟାତ କରିବାରେ ସମସ୍ୟା ଉପୁଜୁଛି। ସେହିଭଳି ଗଙ୍ଗାମନ୍ଦିର ସମ୍ମୁଖ ରାସ୍ତାରେ ଆବର୍ଜନା ଗଦା ହୋଇଥିଲା। ତେବେ ବର୍ଷାରେ ତାହା ପୁଣି ନାଳକୁ ବୋହିଯାଇଛି। ରାସ୍ତା କର୍ଦ୍ଦମାକ୍ତ ହୋଇପଡ଼ିଥିବାରୁ ଓ୍ବାର୍ଡବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯଥା ସମୟରେ କାର୍ଯ୍ୟ ନ ସରିବାରୁ ଅଯଥାରେ ଅର୍ଥ ବରବାଦ୍ ହେଲା ବୋଲି ପୂର୍ବତନ କର୍ପୋରେଟର ଅରୁଣ ସେଠୀ କହିଛନ୍ତି। ସେହିପରି ଏଠାକାର ବାସିନ୍ଦା ମହମ୍ମଦ ତସିଲିଫ କହିଛନ୍ତି, ଅଧିକାଂଶ ଡ୍ରେନରେ ଆବର୍ଜନା ଜମି ରହିଥିବାରୁ ବର୍ଷାଜଳ ନିଷ୍କାସନ ହେଉନାହିଁ। ଲୋକଙ୍କ ଘରେ ଉଦ୍ବୃତ୍ତ ପାଣି ପଶୁଛି। ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହେଉଛି। ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ ହୋଇପଡ଼ିିଛି। ତରବରିଆ ଭାବେ କାର୍ଯ୍ୟ ଚାଲିଛି। ଅନେକ ଡ୍ରେନ୍ ଉପରେ ସ୍ଲାବ୍ ପଡ଼ି ନ ଥିବା ତସିଲିଫ ଅଭିଯୋଗ କରିଛନ୍ତି। ତେବେ ୱାର୍ଡ ଅଫିସର ସରୋଜ ମଲିକ କହିଛନ୍ତି, ସମସ୍ତ ସ୍ଥାନରେ ଆବର୍ଜନା କଢ଼ାଯିବା ପ୍ରାୟ ଶେଷ ହୋଇଗଲାଣି। ଶନିବାର ଆବର୍ଜନା ଉଠାଇ ନିଆଯିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.