ଆବୁଧାବି, ୧୭।୬(ପି.ଟି.)- ପାକିସ୍ତାନ ସୁପରଲିଗ୍ (ପିଏସ୍ଏଲ) ଅବସରରେ କନକ୍ସନ (ସଂଘାତ)ର ସମ୍ମୁଖୀନ ହୋଇଥିବା ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁପ୍ଲେସି ପ୍ରତିଯୋଗିତାର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ ଓହରି ଯାଇଛନ୍ତି। ଗତ ରବିବାର ପେଶାଓ୍ବର ଜାଲ୍ମି ବିପକ୍ଷ ମ୍ୟାଚ ବେଳେ ଏକ ଚୌକା ରୋକିବା ଅବସରରେ କ୍ୱେଟା ଗ୍ଲାଡିଏଟର୍ସ ପକ୍ଷରୁ ଖେଳୁଥିବା ଡୁପ୍ଲେସି ସାଥି ଖେଳାଳି ମହମ୍ମଦ ହାସନେନଙ୍କ ସହିତ ଧକ୍କା ଖାଇଥିଲେ। ସେ କିଛି ସମୟ ଗ୍ରାଉଣ୍ଡରେ ପଡ଼ି ରହିବା ପରେ ଟିମ୍ ଫିଜିଓ ତାଙ୍କ ନିକଟରେ ପହଞ୍ଚତ୍ଥିଲେ। ୩୬ ବର୍ଷୀୟ ଏହି ଦକ୍ଷିଣ ଆଫ୍ରିକା ଖେଳାଳି ଡଗ୍ଆଉଟକୁ ଫେରି ଆସିଥିଲେ ଏବଂ ପରେ ତାଙ୍କୁ ସ୍କାନ୍ ପାଇଁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରୁ ଫେରିବା ପରେ ସେ ଟୁଇଟ୍ କରିଥିଲେ। ମାତ୍ର ଏହି ଟି୨୦ ଲିଗ୍ରେ ଆଉ ନ ଖେଳି ସେ ବୁଧବାର ରାତିରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ସୂଚନା ଦିଆଯାଇଛି। କୋଭିଡ୍-୧୯ ପାଇଁ ସ୍ଥଗିତ ରହିଥିବା ପିଏସ୍ଏଲ ପୁଣି ଆରମ୍ଭ ହେବା ପରେ ଡୁପ୍ଲେସି ଦ୍ୱିତୀୟ ମ୍ୟାଚ ଖେଳୁଥିବାବେଳେ କନକ୍ସନର ଶିକାର ହୋଇଥିଲେ। ଇସଲାମାବାଦ ୟୁନାଇଟେଡ ବିପକ୍ଷ ପ୍ରଥମ ମ୍ୟାଚରେ ସେ ମାତ୍ର ୫ ରନ କରି ଆଉଟ ହୋଇଥିଲେ। ଏହି ମ୍ୟାଚରେ ଗ୍ଲାଡିଏଟର୍ସ ୧୦ ଉଇକେଟରେ ହାରି ଯାଇଥିଲା। ପିଏସ୍ଏଲ ପୁନଃ ଆରମ୍ଭ ହେବା ପୂର୍ବରୁ ଡୁପ୍ଲେସି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ କିନ୍ତୁ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ୪ ଅର୍ଦ୍ଧଶତକ ସହାୟତାରେ ୩୨୦ ରନ କରି ସେ ଚେନ୍ନାଇ ସୁପରକିଙ୍ଗ୍ସକୁ ଦୃଢ଼ ସ୍ଥାନରେ ପହଞ୍ଚାଇବାରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ମାତ୍ର ବାୟୋ-ବବ୍ଲ ମଧ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବାରୁ ଆଇପିଏଲକୁ ଅଧାରୁ ବନ୍ଦ ରଖାଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.