ଅଧିକ ଲୁଣ ଖାଉଛନ୍ତି କି? ଦେଖାଦେଇପାରେ ଏହି ଜଟିଳ ସ୍ବାସ୍ଥ୍ୟ ସମସ୍ୟା; ଜାଣନ୍ତୁ..

ଆଜିକାଲି ସମୟରେ କିଡନୀ ଷ୍ଟୋନ୍‌ ଏକ ସାଧାରଣ ସମସ୍ୟା ପାଲଟିଛି। ହେଲେ ପୋଷକ ତତ୍ତ୍ୱ କମ୍‌ ହେବା କାରଣରୁ ମଧ୍ୟ ଏହି ଷ୍ଟୋନ୍‌ ହୋଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶରୀରରେ ପୋଟାଶିୟମ, ପ୍ରୋଟିନ୍‌, ସୋଡିୟମ(ଲବଣ) ଏବଂ ଶୁଗାର(ସର୍କରା) ଆଦି କମ୍‌ ହେବା କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଏହାଛଡ଼ା ଅଧିକ ଲୁଣ ଖାଇବା ଦ୍ୱାରା ମଧ୍ୟ ଷ୍ଟୋନ ଭଳି ସମସ୍ୟା ହୋଇଥାଏ। ଫଳରେ ତଳିପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହି ସମସ୍ୟା ଅଧିକ ନ ବଢ଼ିବା ପାଇଁ କ’ଣ କରିବା ଉଚିତ ଆସନ୍ତୁ ଜାଣିବା:

ରୋଗର ଲକ୍ଷଣ: କୀଡ଼ନୀରେ ଷ୍ଟୋନ(ପଥର) ହେବା ପରେ ରୋଗୀକୁ ବାରମ୍ବାର ପରିସ୍ରା କରିବାକୁ ଇଚ୍ଛା ହୋଇଥାଏ। କେବଳ ଏତିକି ନୁହେଁ ପରିଶ୍ରାର ରଙ୍ଗ ହଳଦିଆ ହେବା ସହ ର୍ଦୁଗନ୍ଧ ହୋଇଥାଏ। ତଳିପେଟ, ଅଣ୍ଟାରେ ଯନ୍ତ୍ରଣା ହେବା ମଧ୍ୟ ଏହାର ଏକ ଲକ୍ଷଣ। ଏହି ସମସ୍ୟା ଅଧିକ ବଢ଼ିଲେ ରୋଗୀକୁ ଜ୍ୱର, ଥକ୍କାପଣ ଲାଗିଥାଏ।
ଖାଇବେ ନାହିଁ କେଉଁ ଖାଦ୍ୟ:

ଖାଦ୍ୟପେୟରେ ଅବହେଳା କାରଣରୁ କିଡନୀରେ ପଥର ସମସ୍ୟା ସୃଷ୍ଟି ହୋଇଥାଏ। ଏଣୁ ଖାଦ୍ୟପେୟ ଉପରେ ନଜର ରଖିବା ଉଚିତ। ଅଧିକ ଲୁଣ ଖାଇବା ଉଚିତ ନୁହେଁ। ଏହାଛଡ଼ା ଆମିଷ କମ୍‌ ଖାଇବା ଉଚିତ। ଏହି ରୋଗୀଙ୍କୁ ଅଧିକ ଭିଟାମିନ ଜାତୀୟ ଖାଦ୍ୟ ଖାଇବା ଉଚିତ। ଏହାଛଡ଼ା ହଳଦୀ, ପାଳଙ୍ଗ ଆଦି ଖାଇବା ଉଚିତ।

କିପରି ରହିବ ଡାଏଟ: କିଡନୀରେ ଅଧିକ ବୋଝ ନପକାଇବା ପାଇଁ ଅଧିକ ପାଣି ପିଇବା ଉଚିତ। ଏହାଦ୍ୱାରା ଶରୀରରୁ କ୍ଷତିକାରକ ପଦାର୍ଥ ବାହାରିଯାଇଥାଏ। ଏଣୁ ଡାଏଟରେ ଜୁଆଁଣି ଏବଂ ସେଓର ଜୁସ୍‌ ପିଇବା ଉଚିତ। ପ୍ରତିଦିନ ବ୍ୟକ୍ତିକୁ ଅତିକମ୍‌ରେ ୭ରୁ ୮ ଗ୍ଲାସ ପାଣି ପିଇବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.