ଭୁବନେଶ୍ୱର, ୧୦ା୬(ବ୍ୟୁରୋ): କରୋନାରେ ଗୁରୁତର ରୋଗୀଙ୍କ ପାଇଁ ଏବେ ଏକ୍ମୋ ଚିକିତ୍ସା ଜରୁରୀ ହୋଇପଡୁଛି। ରାଜ୍ୟରେ କୌଣସି ସରକାରୀ ହସ୍ପିଟାଲରେ ଏହି ମେଶିନ ନ ଥିବାରୁ ବହୁ ରୋଗୀ ଚିକିତ୍ସା ପାଇଁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେଉଛନ୍ତି। ତେଣୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଏକ୍ମୋ ମେଶିନ ପ୍ରତିଷ୍ଠା ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏସ୍ସିବି ମେଡିକାଲ ସମେତ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏହି ଚିକିତ୍ସା ସେବା ଉପଲବ୍ଧ ହେବ। ରାଜ୍ୟକୁ ଆବଶ୍ୟକ ମେଶିନ ଯୋଗାଣ, ସ୍ଥାପନ ଓ ବ୍ୟବହାର ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଭାରତରେ ଏହି ମେଶିନ ଉତ୍ପାଦନ ହେଉ ନାହିଁ। ତେଣୁ ବିଦେଶରୁ ମେଶିନ ଆଣିବା ପ୍ରକ୍ରିୟା ଚାଲିଥିବା ଡିଏମ୍ଇଟି ସି.ବି.କେ. ମହାନ୍ତି କହିଛନ୍ତି।
ଗୁରୁତର ରୋଗୀଙ୍କ ଫୁସ୍ଫୁସ୍ ଓ ହୃତ୍ପିଣ୍ଡ ଠିକ୍ରେ କାମ କରୁ ନ ଥିଲେ ଏକ୍ସଟ୍ରାକର୍ପୋରିଲ୍ ମେମ୍ବ୍ରାନ୍ ଅକ୍ସିଜେନେଶନ (ଏକ୍ମୋ) ମେଶିନର ଆବଶ୍ୟକ ପଡ଼େ। ବାହାରୁ ଅକ୍ସିଜେନ ଦିଆଗଲେ ବି ଯଦି ଫୁସ୍ଫୁସ୍ ଶରୀରକୁ ଯୋଗାଇବାରେ ବିଫଳ ହୁଏ କିମ୍ବା ଭେଣ୍ଟିଲେଟର ଲାଗିବା ପରେ ଯଦି ଶରୀରୁ ଅଙ୍ଗାରକାମ୍ଳ ନିର୍ଗତ ନ ହୁଏ କିମ୍ବା ହୃତ୍ପିଣ୍ଡ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ଯୋଗାଣରେ ବିଫଳ ହୁଏ, ସେତେବେଳେ ମଧ୍ୟ ଏକ୍ମୋ ମେଶିନ ବ୍ୟବହାର ହୋଇଥାଏ। ଓଡ଼ିଶାରେ ମାତ୍ର ଦୁଇଟି ଘରୋଇ ହସ୍ପିଟାଲରେ ଏକ୍ମୋ ମେଶିନ ରହିଥିଲେ ମଧ୍ୟ ରାଜ୍ୟର କୌଣସି ସରକାରୀ ମେଡିକାଲରେ ଏହି ଚିକିତ୍ସା ଉପଲବ୍ଧ ନାହିଁ। ଫଳରେ ସପ୍ତାହ ମଧ୍ୟରେ ୩ ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ଏୟାରଲିଫ୍ଟିଂ କରାଯାଇସାରିଲାଣି। ପ୍ରଥମେ ଗଞ୍ଜାମର ଅମ୍ରିତ ପ୍ରଧାନଙ୍କୁ ଚେନ୍ନାଇକୁ ଏୟାରଲିଫ୍ଟିଂ କରାଯାଇଥିବାବେଳେ ମଙ୍ଗଳବାର ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଓ ବୁଧବାର ଭଦ୍ରକର ଅଭିଷେକ ମହାପାତ୍ରଙ୍କୁ କୋଲକାତାକୁ ଏୟାରଲିଫ୍ଟିଂ କରାଯାଇଛି। ଆଗକୁ ଏହି ଚିକିତ୍ସା ପାଇବାକୁ ଥିବା ରୋଗୀଙ୍କ ସଂଖ୍ୟା ବଢ଼ିଲେ ସ୍ଥିତି ଅସମ୍ଭାଳ ହୋଇଯିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏହି ଚିକିତ୍ସା ପାଇଁ ଯାଉଥିବା ରୋଗୀଙ୍କ ଲାଗି ଦିନକୁ ପ୍ରାୟ ୨ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.