ଭୁବନେଶ୍ୱର,୧୦।୬: ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଲାଗିବ ୨ଟି ଏକ୍ମୋ ମେଶିନ। ଜୁନ ଶେଷ ସୁଦ୍ଧା ଏହି ମେଶିନ ଲାଗିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ଅଧ୍ୟକ୍ଷକ ସଚ୍ଚିଦାନନ୍ଦ ମହାନ୍ତି। ଏକ୍ମୋ ମେଶିନ ପରିଚାଳନା ପାଇଁ ଏମ୍ସ ପକ୍ଷରୁ ଟେକ୍ନିସିଆନ ନିଯୁକ୍ତ କରାଯିବ। ବର୍ତ୍ତମାନ ମେଶିନ ପରିଚାଳନା ପାଇଁ କିଛି କର୍ମଚାରୀଙ୍କୁ ତାଲିମ ଦିଆଯାଉଛି।
କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଏକ୍ମୋ ଚିକିତ୍ସାର ଆବଶ୍ୟକତା ରହୁଛି। ହେଲେ କୌଣସି ସରକାରୀ ଡାକ୍ତରଖାନାରେ ଏକ୍ମୋ ମେଶିନ ନ ଥିବାରୁ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାର ଲିପ୍ଟିଂ କରାଯାଉଛି। କିଛି ଦିନ ମଧ୍ୟରେ ୩ ଜଣ ଗୁରୁତର ରୋଗୀଙ୍କୁ ଏୟାରଲିପ୍ଟିଂ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏମ୍ସରେ ଏକ୍ମୋ ମେଶିନ ସ୍ଥାପନ କରିବାକୁ ବ୍ୟବସ୍ଥା କରାଯାଉଛି।
ସେହିପରି ରାଜ୍ୟ ସରକାର କଟକ ଏସ୍ସିବି ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏକ୍ମୋ ମେଶିନ ଲଗାଇବା ନେଇ ସୂଚନା ଦେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.