ଖୁବ୍‌ଶୀଘ୍ର ଏସ୍‌ସିବିରେ ଏକ୍‌ମୋ ଚିକିତ୍ସା

ଭୁବନେଶ୍ୱର,୭।୬(ବ୍ୟୁରୋ): ଏସ୍‌ସିବି ମେଡିକାଲରେ ଏକ୍‌ମୋ ଚିକିତ୍ସା ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ୬ଟି ମେଶିନ ଆସିବାକୁ ଥିବାବେଳେ କାର୍ଡିଓଥେରାସିସ୍‌ ବିଭାଗରେ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଡିଏମ୍‌ଇଟି ସିବିକେ ମହାନ୍ତି ରବିବାର ସୂଚନା ଦେଇଛନ୍ତି। ଫଳରେ ଏଣିକି ଏହି ଚିକିତ୍ସା ଆବଶ୍ୟକ କରୁଥିବା ଗୁରୁତର କରୋନା ରୋଗୀଙ୍କ ପାଇଁ ଏହା ସଞ୍ଜୀବନୀ ହେବ। ତେବେ ଏହି ଚିକିତ୍ସା ପାଇଁ ରାଜ୍ୟରେ କୁଶଳୀ ବ୍ୟକ୍ତିଙ୍କ ଅଭାବ ରହିଥିବା ଜଣାପଡିଛି। ଏ ସମ୍ପର୍କରେ ସୂଚନାଦେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଆବଶ୍ୟକ ମାନବସମ୍ବଳର ବ୍ୟବସ୍ଥା କରାଯାଉଛି। ଏଥିସହ ସବୁ ମେଡିକାଲ କଲେଜରେ ଏହି ଚିକିତ୍ସା ସେବା ଆରମ୍ଭ ପାଇଁ ପ୍ରୟାସ ଜାରି ରହିଥିବା ସେ କହିଛନ୍ତି।
ଗୁରୁତର ରୋଗରେ ପୀଡିତ ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡ ଠିକ୍‌ରେ କାମ କରୁ ନ ଥିଲେ ଏକ୍‌ମୋ ମେଶିନର ଆବଶ୍ୟକ ପଡ଼େ। ବାହାରୁ ଅକ୍ସିଜେନ ଦିଆଗଲେ ବି ଯଦି ଫୁସଫୁସ୍‌ ଶରୀରକୁ ଯୋଗାଇବାରେ ବିଫଳ ହୁଏ କିମ୍ବା ଭେଣ୍ଟିଲେଟର ଲାଗିବା ପରେ ଯଦି ଶରୀରରୁ ଅଙ୍ଗାରକାମ୍ଳ ନିର୍ଗତ ନ ହୁଏ, ଯେତେବେଳେ ହୃତ୍‌ପିଣ୍ଡ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ଯୋଗାଣରେ ବିଫଳ ହୁଏ, ସେତେବେଳେ ମଧ୍ୟ ଏକ୍‌ମୋ ମେଶିନ ବ୍ୟବହାର ହୋଇଥାଏ। ଏହି ଚିକିତ୍ସା ଲାଗି ଦୈନିକ ପ୍ରାୟ ୨ଲକ୍ଷରୁ ଅଧିକ ଟଙ୍କା ଦରକାର। ତେବେ ମେଶିନ କେତେଦିନ ବ୍ୟବହାର ହେବ, ତାହା ରୋଗୀଙ୍କ ଅବସ୍ଥା ଏବଂ ମିଳୁଥିବା ଚିକିତ୍ସାକୁ ଶରୀର କିଭଳି ପ୍ରତିକ୍ରିୟା ଦେଖାଉଛି ତା’ ଉପରେ ନିର୍ଭର କରେ।
ସୂଚନାଯୋଗ୍ୟ, ଗୁରୁତର ଥିବା କରୋନା ରୋଗୀଙ୍କ ପାଇଁ ଏକ୍‌ମୋ ଚିକିତ୍ସା ଆବଶ୍ୟକ ପଡୁଛି। ଏହି ଜରୁରୀ ଚିକିତ୍ସା ପାଇଁ ରାଜ୍ୟରେ ମେଶିନ ନ ଥିବାରୁ ରୋଗୀଙ୍କ ଜୀବନ ରକ୍ଷା ସମ୍ଭବ ହେଉନି। ଦେଶର ଦୁଇଟି ରାଜ୍ୟରେ କେବଳ ଦୁଇଟି ଘରୋଇ ହସ୍ପିଟାଲରେ ଏହି ଚିକିତ୍ସା ସେବା ମିଳୁଥିବାବେଳେ କୌଣସି ସରକାରୀ ହସ୍ପିଟାଲରେ ଏକ୍‌ମୋ ମେଶିନ ନାହିଁ। ଫଳରେ ରୋଗୀ ଓଡ଼ିଶା ବାହାରକୁ ଚିକିତ୍ସା ପାଇଁ ଧାଉଁଛନ୍ତି। ନିକଟରେ ପୂର୍ବତନ ମନ୍ତ୍ରୀ ନବୀନ ନନ୍ଦଙ୍କ ପୁଅଙ୍କ ଲାଗି ଏହି ଚିକିତ୍ସାର ଆବଶ୍ୟକତା ଥିଲା। ମାତ୍ର ଏକ୍‌ମୋ ମେଶିନ ନ ଥିବାରୁ ପୁଅର ମୃତ୍ୟୁ ଘଟିଥିବା ନିଜେ ନବୀନ ନନ୍ଦ ଟୁଇଟ୍‌ କରି ସୂଚନା ଦେଇଥିଲେ। ସେହିପରି ଗଞ୍ଜାମ ଅମ୍ରିତ ଏହି ଚିକିତ୍ସା ପାଇଁ ଚେନ୍ନାଇ ଯାଇଥିବାବେଳେ ଭଞ୍ଜନଗରର ରମେଶ କୋଲକାତା ଯାଇଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.