Categories: ଖେଳ

ଇଂଲଣ୍ଡ ଗସ୍ତ: ଭାରତ ୨ଟି ଇଣ୍ଟ୍ରା ସ୍କ୍ବାଡ୍‌ ଗେମ୍‌ ଖେଳିବ

ନୂଆଦିଲ୍ଲୀ,୨୬।୬: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ୨ଟି ଇଣ୍ଟ୍ରା ସ୍କ୍ବାଡ୍‌ ଗେମ୍‌ ଖେଳିବ। ଅର୍ଥାତ୍‌ ଭାରତୀୟ ଖେଳାଳିମାନେ ଦୁଇ ଭାଗ ବା ଦଳରେ ବିଭକ୍ତ ହୋଇ ପରସ୍ପର ମଧ୍ୟରେ ମ୍ୟାଚ୍‌ ଖେଳିବେ। ଡରହାମର ରିଭରସାଇଡ ଗ୍ରାଉଣ୍ଡରେ ଏହି ଦୁଇଟି ମ୍ୟାଚ୍‌ ଖେଳାଯିବ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ କାଉଣ୍ଟି ଦଳଗୁଡିକ ବିପକ୍ଷରେ କୌଣସି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିବାର ସମ୍ଭାବନା ନ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।
ଅଗଷ୍ଟ ୪ରୁ ନଟିଂହାମରେ ଟେଷ୍ଟ ସିରିଜ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି ହାଇପ୍ରୋଫାଇଲ ସିରିଜ ପୂର୍ବରୁ କୌଣସି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବାର ସୁଯୋଗ ନ ଥିବାରୁ କୋହଲି ଅସନ୍ତୋଷ ଜାହିର କରିଛନ୍ତି। କୋଭିଡ୍‌-୧୯ ପ୍ରୋଟୋକଲ ଅନୁସାରେ ଭାରତ ଟେଷ୍ଟ ସିରିଜ ପୂର୍ବରୁ ଦୁଇଟି ଇଣ୍ଟ୍ରା ସ୍କ୍ବାଡ୍‌ ଗେମ୍‌ ଖେଳିବ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ମୁଖପାତ୍ର କହିଛନ୍ତି। କେତୋଟି ଅଭ୍ୟାସ ମ୍ୟାଚ ଖେଳାଯିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବସିସିଆଇ) ଇସିବିକୁ ଅନୁରୋଧ କରିଛି। କୌଣସି କାଉଣ୍ଟି ଦଳ ବିପକ୍ଷରେ ମ୍ୟାଚ୍‌ ଆୟୋଜନ ହେବନାହିଁ ବୋଲି ମୁଖପାତ୍ର ଜଣକ ସ୍ପଷ୍ଟ କରିଛନ୍ତି। ଇଂଲଣ୍ଡରେ କାଉଣ୍ଟି କ୍ରିକେଟରମାନେ ନିୟମିତ ଭାବେ କୋଭିଡ୍‌ ଟେଷ୍ଟର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସେମାନଙ୍କୁ କୌଣସି ବାୟୋ ବବଲରେ ରଖାଯାଇନାହିଁ ବୋଲି ସେ କହିଛନ୍ତି। ଫଳରେ ଅଭ୍ୟାସ ମ୍ୟାଚ୍‌ ଖେଳାଗଲେ ବିପଦ ରହିବ। ତେଣୁ ଭାରତକୁ କେବଳ ଇଣ୍ଟ୍ରା ସ୍କ୍ବାଡ ମ୍ୟାଚ୍‌ ଖେଳବାକୁ ପଡିବ ବୋଲି ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି।
ଜୁଲାଇ ୧୪ରେ ଭାରତୀୟ କ୍ରିକେଟରମାନେ ଲଣ୍ଡନରେ ଏକାଠି ହେବା ପରେ ଡରହାମ ଯାତ୍ରା କରିବେ ଓ ସେମାନେ ବବଲରେ ରହିବେ। ଭାରତ ୨୪ଜଣ ଖେଳାଳିଙ୍କୁ ନେଇ ଇଂଲଣ୍ଡ ଗସ୍ତ କରିଛି। ୨୦ଜଣ ନିୟମିତ ସଦସ୍ୟ ଥିବା ବେଳେ ୪ଜଣ ରିଜର୍ଭ ଖେଳାଳି ରହିଛନ୍ତି। ଏ ନେଇ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ଭ୍ରମଣକାରୀ ଦଳକୁ ଏକାଧିକ ପ୍ରଥମଶ୍ରେଣୀ ଅଭ୍ୟାସ ମ୍ୟାଚ୍‌ ଖେଳିବାର ସୁଯୋଗ ରହିଥାଏ ବୋଲି ସେ କହିଛନ୍ତି। କଡ଼ା କ୍ୱାରାଣ୍ଟାଇନ ନିୟମ ଓ ଭ୍ରମଣଜନିତ କଟକଣା କାରଣରୁ ଜାତୀୟ ଚୟନକର୍ତ୍ତା ତଥା ପୂର୍ବତନ ଦ୍ରୁତ ବୋଲର ଚେତନ ଶର୍ମାଙ୍କ ସମେତ ଅନ୍ୟ ଚୟନକର୍ତ୍ତାମାନେ ଇଂଲଣ୍ଡ ଯିବେ ନାହିଁ। ଅନ୍ୟତମ ଚୟନକର୍ତ୍ତା ଦେବାଶିଷ ମହାନ୍ତି ଓ ଅବେ କୁରୁଭିଲ୍ଲା ୬ ମ୍ୟାଚ୍‌ ବିଶିଷ୍ଟ ସୀମିତ ଓଭର ସିରିଜ ଦେଖିବାକୁ ଶ୍ରୀଲଙ୍କା ଗସ୍ତ କରିବେ। ଏହି ଦୁଇଜଣ ଏବେ ମୁମ୍ବାଇରେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। କିନ୍ତୁ କୌଣସି ଚୟନକର୍ତ୍ତା ଇଂଲଣ୍ଡ ଯିବେ ନାହିଁ ବୋଲି ବିସିସିଆଇ ତରଫରୁ ସ୍ପଷ୍ଟ କରାଯାଇଛି। ଚଳିତବର୍ଷ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବାରୁ ସୀମିତ ଓଭର ସିରିଜରେ ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ପରଖିବାର ଅଧିକ ଆବଶ୍ୟକତା ରହିଛି ବୋଲି କୁହାଯାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.