CARDIFF, WALES - JUNE 24: Liam Livingstone of England bats during the 2nd T20 International match between England and Sri Lanka at Sophia Gardens on June 24, 2021 in Cardiff, Wales. (Photo by Gareth Copley/Getty Images)
କାର୍ଡିଫ, ୨୬ା୬ (ଏପି)-ବର୍ଷାରେ ପ୍ରଭାବିତ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ୫ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହିତ ଦଳ ୨-୦ରେ ଅଗ୍ରଣୀ ହୋଇ ୩ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ କବ୍ଜା କରିନେଇଛି। ଗୁରୁବାର ଅନୁଷ୍ଠିତ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ବିନିମୟରେ ୧୧୧ ରନ କରିଥିଲା। ବର୍ଷା ଯୋଗୁ ଘରୋଇ ଦଳ ପାଇଁ ୧୧୨ରନ ପରିବର୍ତ୍ତେ ୧୮ ଓଭରରେ ୧୦୩ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଇଂଲଣ୍ଡ ବ୍ୟାଟିଂ କରିବାକୁ ଯାଇ ଏକଦା ୩୬ରନରେ ଏହାର ୪ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ମାତ୍ର ସାମ୍ ବିଲିଙ୍ଗ୍ସ ଓ ଲିଆମ ଲିଭିଂଷ୍ଟୋନ୍ ଭାଗୀଦାରିରେ ୪୮ ବଲ୍ରେ ୫୪ ରନ ଯୋଗ କରି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ବିଲିଙ୍ଗ୍ସ ୨୪ ରନ କରି ଆଉଟ ହୋଇଥିଲେ। ସେତେବେଳେ ଘରୋଇ ଦଳ ବିଜୟ ପାଇଁ ଆହୁରି ୧୩ ରନ ଆବଶ୍ୟକ କରୁଥିଲା। କିନ୍ତୁ ଲିଭିଂଷ୍ଟୋନ୍ (୨୯*) ଓ ସାମ୍ କୁରାନ (୧୬*)ଙ୍କ ଚମତ୍କାର ବ୍ୟାଟିଂ ଯୋଗୁ ଇଂଲଣ୍ଡ ହାତରେ ୫ ଉଇକେଟ ଓ ୧୧ ବଲ୍ ବାକିଥାଇ ମ୍ୟାଚ ଜିତି ନେଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.