ଆଡିସ୍ ଆବାବା,୧୨ା୬: ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସରକାରୀ ବଳ ଓ ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ଟିଗ୍ରେ ଅଞ୍ଚଳ ପାଇଁ ବିପତ୍ତିକୁ ଡାକି ଆଣିଛି। ଫଳରେ ଉକ୍ତ ଅଞ୍ଚଳର ୩,୫୦,୦୦୦ ଜଣ ଦୁର୍ଭିକ୍ଷ ମୁହଁକୁ ଠେଲିହୋଇ ଯାଇଛନ୍ତି। ଜାତିସଂଘ ପକ୍ଷରୁ ଏହି ଘୋଷଣା କରାଯିବା ପରେ ଯୁଦ୍ଧ ପ୍ରଭାବିତ ଇଥିଓପିଆକୁ ନେଇ ଚିନ୍ତା ବଢ଼ିଯାଇଛି।
ଟିଗ୍ରେ, ଆମ୍ହରା ଓ ଅଫାର୍ ସ୍ଥିତିକୁ ନେଇ ସମନ୍ବିତ ପର୍ଯ୍ୟାୟ ବର୍ଗୀକରଣ(ଆଇପିସି) ଫେଜ୍ ୫ ରିପୋର୍ଟକୁ ବିଶ୍ଳେଷଣ କରିବା ପରେ ଜାତିସଂଘର ହ୍ୟୁମାନିଟାରିଆନ୍ ମୁଖ୍ୟ ମାର୍କ ଲୋକକ୍ ଦୁର୍ଭିକ୍ଷ ବିଷୟରେ ଘୋଷଣା କରିଛନ୍ତି। ଏଥିଯୋଗୁ ମେ’ରୁ ଜୁନ୍ ମଧ୍ୟରେ ସାଢ଼େ ୩ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ଆଗକୁ ସ୍ଥିତି ଆହୁରି ବିଗିଡ଼ିପାରେ ବୋଲି ସେ ଚେତାଇ ଦେଇଛନ୍ତି। ଏହି ବିସ୍ତୃତ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିପନ୍ନ ହୋଇ ବିପତ୍ତି ସୃଷ୍ଟି ହୋଇଛି, ଯାହାକି ଆଗକୁ ଅନାହାର ଓ ମୃତ୍ୟୁର ବିଭୀଷିକାର କାରଣ ହେବ ବୋଲି ଆଇପିସି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିନ୍ତୁ ଦୁର୍ଭିକ୍ଷର ନିର୍ଦ୍ଦିଷ୍ଟ ସଂଜ୍ଞା ଥିବାରୁ ଏହାକୁ ଦୁର୍ଭିକ୍ଷ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।
ଦେଶରେ ଦୁର୍ଭିକ୍ଷ ହୋଇଛି ବୋଲି ଘୋଷଣା କରିବା ଲାଗି ମୃତ୍ୟୁ ହାର, କୁପୋଷଣ ଓ କ୍ଷୁଧାକୁ ଆଧାର କରି ଅନୁଶୀଳନ କରାଯାଏ। ଅନୂ୍ୟନ ୨୦% ପରିବାର ଅତି ଖାଦ୍ୟ ସଙ୍କଟକୁ ସାମ୍ନା କଲେ, ସମ୍ପୃକ୍ତ ଦେଶର ୩୦% ଲୋକ କୁପୋଷଣର ଶିକାର ହେଲେ ଏବଂ ଦିନକୁ ପ୍ରତି ୧୦,୦୦୦ ଜଣରେ ମୃତ୍ୟୁସଂଖ୍ୟା ୨ରୁ ଅଧିକ ରହିଲେ ଦୁର୍ଭିକ୍ଷ ଘୋଷଣା କରାଯାଇଥାଏ। ଇଥିଓପିଆରେ ଦୁର୍ଭିକ୍ଷ ହୋଇଥିବା ଘୋଷଣା କରାଗଲେ ଜୀବନରକ୍ଷକ ସହାୟତା ପ୍ରଦାନ ଜରୁରୀ ହୋଇପଡ଼ିବ। ସହାୟତା ନିମନ୍ତେ ଏହା ବିଶ୍ୱ ସମୁଦାୟର ଧ୍ୟାନ ଆକର୍ଷଣ କରିବ। ୧୯୮୪ରେ ମରୁଡ଼ି ଓ ଯୁଦ୍ଧ ଯୋଗୁ ଟିଗ୍ରେ ତଥା ପଡ଼ୋଶୀ ଓଲୋ ପ୍ରଦେଶ ଦୁର୍ଭିକ୍ଷର କେନ୍ଦ୍ରସ୍ଥଳ ପାଲଟିଥିଲା। ସେତେବେଳେ ୬ ଲକ୍ଷରୁ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.