Categories: ଖେଳ

ୟୁରୋକପ୍‌ ଫୁଟ୍‌ବଲ: ବେଲ୍‌ଜିୟମର ହ୍ୟାଟ୍ରିକ ବିଜୟ

ସେଣ୍ଟ ପିଟର୍ସବର୍ଗ,୨୩।୬: ୟୁରୋକପ୍‌ରେ ବେଲ୍‌ଜିୟମ ତା’ର ଆଧିପତ୍ୟ ବଜାୟ ରଖିଛି। ଗ୍ରୁପ୍‌ ବି’ରେ ବେଲ୍‌ଜିୟମ ସବୁ ୩ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇ ହ୍ୟାଟ୍ରିକ ଅର୍ଜନ କରିଛି। ମୋଟ ୯ ପଏଣ୍ଟ ହାସଲ କରି ବିଶ୍ୱର ଏହି ୧ ନମ୍ବର ଦଳ ଗ୍ରୁପ୍‌’ ବି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ସୋମବାର ସ୍ଥାନୀୟ କ୍ରେସୋଭସ୍କି ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ବେଲ୍‌ଜିୟମ ୨-୦ ଗୋଲରେ ଫିନ୍‌ଲାଣ୍ଡକୁ ପରାସ୍ତ କରି ଗ୍ରୁପ୍‌ ଚାମ୍ପିୟନ ହୋଇ ପୂରା ଢଙ୍ଗରେ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ବେଲ୍‌ଜିୟମକୁ ବାଦ୍‌ ଦେଲେ ଇଟାଲୀ ଓ ନେଦରଲାଣ୍ଡ୍ସ ଯଥାକ୍ରମେ ଗ୍ରୁପ୍‌ ଏ ଓ ଗ୍ରୁପ୍‌ ସି’ରେ ସବୁ ମ୍ୟାଚ୍‌ ଜିତି ୯ ପଏଣ୍ଟ ହାସଲ କରି ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ପରାଜୟ ସହ ଫିନ୍‌ଲାଣ୍ଡ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ଦୁଇଟି ପରାଜୟ ସହ ୩ ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଛି। ଏବେ ଫିନ୍‌ଲାଣ୍ଡ ନକ୍‌ ଆଉଟକୁ ଉଠିବାର ସମ୍ଭାବନା କମ୍‌ ରହିଛି। ବିଭିନ୍ନ ଗ୍ରୁପ୍‌ରେ ତୃତୀୟ ସ୍ଥାନ ଅଧିକାର କରିବାକୁ ଥିବା ଶ୍ରେଷ୍ଠ ଦଳଗୁଡିକ ମଧ୍ୟ ନକ୍‌ ଆଉଟ ପ୍ରବେଶ କରିବେ।
ଫିନ୍‌ଲାଣ୍ଡ ବିପକ୍ଷରେ ବେଲ୍‌ଜିୟମ ପୂରା ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ବଲ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ବେଲ୍‌ଜିୟମ ବହୁ ଆଗରେ ରହିଥିଲା। ତେବେ ପ୍ରଥମାର୍ଦ୍ଧରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଦ୍ୱିତୀୟାର୍ଦ୍ଧରେ ୭୪ତମ ମିନିଟ୍‌ରେ ଫିନ୍‌ଲାଣ୍ଡ ଗୋଲକିପର ଲୁକାସ ରାଡେକିଙ୍କ ଦ୍ୱାରା ଦୁର୍ଭାଗ୍ୟଜନକ ଭାବେ ଏକ ଆତ୍ମଘାତୀ ଗୋଲ ହୋଇଥିଲା। ଫଳରେ ବେଲ୍‌ଜିୟମ ଅଗ୍ରଣୀ ହାସଲ କରିଥିଲା। ବେଲ୍‌ଜିୟମ ଡିଫେଣ୍ଡର ଥୋମାସ ଭେର୍ମାଲେନ ହେଡ୍‌ କରିଥିଲେ ଓ ବଲ୍‌ ପୋଷ୍ଟରେ ବାଜି ଫେରିଥିଲା ଏବଂ ଲୁକାସଙ୍କ ହାତରେ ବାଜି ପୋଷ୍ଟକୁ ଯାଇଥିଲା। ଏହାପରେ ୮୧ତମ ମିନିଟ୍‌ରେ ରୋମେଲୁ ଲୁକାକୁ ଗୋଲ ଦେଇ ବେଲ୍‌ଜିୟମକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହି ପରାଜୟ ଦ୍ୱାରା ଫିନ୍‌ଲାଣ୍ଡ କୋଚ୍‌ ମାର୍କୁ କାନେର୍ଭା ଅସନ୍ତୋଷ ଜାହିର କରିଛନ୍ତି। ରବିବାର ରାଉଣ୍ଡ ଅଫ୍‌ ୧୬ରେ ବେଲ୍‌ଜିୟମ ତୃତୀୟ ସ୍ଥାନରେ ଥିବା ଶ୍ରେଷ୍ଠ ୪ଟି ଦଳ ମଧ୍ୟରୁ ଗୋଟିଏକୁ ଭେଟିବ। ଏହାପୂର୍ବରୁ ବେଲ୍‌ଜିୟମ ରୁଷିଆକୁ ୩-୦ରେ ଓ ଡେନ୍‌ମାର୍କକୁ ୨-୧ ଗୋଲରେ ହରାଇଥିଲା। ଗ୍ରୁପ ପର୍ଯ୍ୟାୟରେ ବେଲ୍‌ଜିୟମର ପ୍ରଦର୍ଶନ ଐତିହାସିକ ସାବ୍ୟସ୍ତ ହୋଇଛି। ତେବେ ବିଳମ୍ବିତ ଗୋଲ ବେଲ୍‌ଜିୟମ ପାଇଁ ଚିନ୍ତା ସୃଷ୍ଟି କରିଥିବ। ଏବେ ଲୁକାକୁ ମୋଟ ୩ଟି ଗୋଲ ସ୍କୋର କରି କ୍ରିଷ୍ଟିଆନୋ ରୋନାଲ୍ଡୋ, ଜିଓଜିନିଓ ଓ୍ବିଜନାଏଡମ ଓ ପାଟ୍ରିକ ସିକଙ୍କ ସମକକ୍ଷ ହୋଇଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.