ଲଣ୍ଡନ, ୨୦।୬(ଏପି)- ୟୁରୋ କପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ-ସ୍କଟ୍ଲାଣ୍ଡ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଛି। ପ୍ରିମିୟର ଲିଗ୍ର ଟପ୍ ସ୍କୋରର ହାରି କେନ୍ ଏଠାରେ ଇଂଲଣ୍ଡ ପକ୍ଷରୁ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଏକଦା ନିଜ କ୍ଲବ ଟୋଟେନହାମ୍ ଏବଂ ଇଂଲଣ୍ଡର ମୁଖ୍ୟ ଖେଳାଳି ବିବେଚିତ ହେଉଥିବା କେନ୍ ଏହି ମ୍ୟାଚରେ କିନ୍ତୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିପାରି ନ ଥିଲେ। ମାତ୍ର ଏହା ଏକ କଷ୍ଟସାଧ୍ୟ ଗେମ୍ ଥିଲା ବୋଲି ମ୍ୟାଚ ପରେ କେନ୍ ପ୍ରକାଶ କରିଥିଲେ। ୨ ମ୍ୟାଚରୁ ୪ ପଏଣ୍ଟ ସହିତ ଇଂଲଣ୍ଡ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଚେକ୍ ରିପବ୍ଲିକ ସମାନ ସଂଖ୍ୟକ ପଏଣ୍ଟ ପାଇଥିଲେ ହେଁ ଗୋଲ ବ୍ୟବଧାନରେ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ପ୍ରଥମ ମ୍ୟାଚରେ କ୍ରୋଏସିଆକୁ ୧-୦ ଗୋଲରେ ହରାଇଥିବା ଇଂଲଣ୍ଡ ନିଜ ଶେଷ ଲିଗ୍ ମ୍ୟାଚରେ ଚେକ୍ ରିପବ୍ଲିକ ସହିତ ମୁକାବିଲା କରିବ। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ଚେକ୍ ରିପବ୍ଲିକ୍ଠାରୁ ହାରିଥିବା ସ୍କଟ୍ଲାଣ୍ଡ ଏହାର ଶେଷ ଲିଗ୍ରେ କ୍ରୋଏସିଆ ସହିତ ଖେଳିବ।
ଚେକ୍ ରିପବ୍ଲିକ୍ ୧-କ୍ରୋଏସିଆ ୧
ୟୁରୋ କପ୍ର ଅନ୍ୟ ଏକ ଗ୍ରୁପ୍ ‘ଡି’ ମ୍ୟାଚରେ ଚେକ୍ ରିପବ୍ଲିକ ଏବଂ କ୍ରୋଏସିଆ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ମ୍ୟାଚର ୩୭ତମ ମିନିଟରେ ଚେକ୍ ରିପବ୍ଲିକର ପ୍ୟାଟ୍ରିକ ଶ୍ଚିକ୍ ପେନାଲ୍ଟିରୁ ଏକ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାର ୧୦ ମିନିଟ ପରେ ଅର୍ଥାତ୍ ୪୭ତମ ମିନିଟରେ କ୍ରୋଏସିଆର ଇଭାନ ପେରିସିକ୍ ଗୋଲଟି ପରିଶୋଧ କରି ଦେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.