ସେଣ୍ଟ ପିଟର୍ସବର୍ଗ,୧୬।୬(ଏପି): ୟୁରୋ କପ୍ ଫୁଟ୍ବଲରେ ସ୍ଲୋଭାକିଆ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କ୍ରେସୋଭସ୍କି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ସ୍ଲୋଭାକିଆ ୨-୧ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଛି। ଏଥିସହ ସ୍ଲୋଭାକିଆ ୩ ପଏଣ୍ଟ ହାସଲ କରି ଗ୍ରୁପ୍ ଇ’ର ଶୀର୍ଷ ସ୍ଥାନ ଅଧିକାର କରିଛି। ସାରା ମ୍ୟାଚ୍ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା।
ପୋଲାଣ୍ଡ ପାଇଁ ଆତ୍ମଘାତୀ ଗୋଲ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ମ୍ୟାଚ୍ର ୧୮ତମ ମିନିଟ୍ରେ ପୋଲାଣ୍ଡ ଗୋଲକିପର ଓଜସିଏକ ସଜେସ୍ନି ଏକ ଆତ୍ମଘାତୀ ଗୋଲ ସ୍କୋର କରି ସ୍ଲୋଭାକିଆକୁ ଅଗ୍ରଣୀ କରାଇଥିଲେ। ଜଣେ ଗୋଲକିପର ଆତ୍ମଘାତୀ ଗୋଲ କରିବା ଏହି ଟୁର୍ନାମେଣ୍ଟରେ ଏକଦମ ନୂଆ ଲାଗୁଛି। ତେବେ ଏହା ସତରେ ପରିଣତ ହୋଇଛି। ୟୁରୋ କପ୍ ଇତିହାସରେ ଏହା ଏକ ଅଲୋଡା ବିରଳ ରେକର୍ଡ ସାବ୍ୟସ୍ତ ହୋଇଛି। କିନ୍ତୁ ଏହି ଗୋଲ ପାଇଁ ସଜେସ୍ନିଙ୍କୁ ଦାୟୀ କରାଯିବା ଉଚିତ ହେବ ନାହିଁ। ଜୁଭେଣ୍ଟସ୍ର ଏହି ଗୋଲକିପରଙ୍କ ପାଖକୁ ପାଖ ପୋଷ୍ଟରୁ ବଲ୍ ରିବାଉଣ୍ଡ କରିଥିଲା ଓ ଏହା ତାଙ୍କ ହାତରେ ବାଜି ନେଟ୍କୁ ଚାଲି ଯାଇଥିଲା।
ଏହାପରେ ଅବଶ୍ୟ ପୋଲଣ୍ଡ ପ୍ରତ୍ୟାବର୍ତ୍ତନ କରିଥିଲା। ପ୍ରଥମାର୍ଦ୍ଧ ପରେ ୪୬ତମ ମିନିଟ୍ରେ କାରୋଲ ଲିନେଟି ଗୋଲ ଦେଇ ମ୍ୟାଚ୍କୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ। କିନ୍ତୁ ୬୯ତମ ମିନିଟ୍ରେ ସେଣ୍ଟରବ୍ୟାକ୍ ମିଲାନ ସ୍କ୍ରିନିୟାର ଗୋଲ ଦେଇ ସ୍ଲୋଭାକିଆକୁ ୨-୧ ଗୋଲରେ ଅଗ୍ରଣୀ କରାଇଥିଲେ। ଏହାପରେ ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ସମ୍ଭବ ହୋଇ ନ ଥିଲା। ଫଳରେ ସ୍ଲୋଭାକିଆ ବିଜୟୀ ହୋଇଥିଲା। ଏହି ମୁକାବିଲାରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ସ୍ଲୋଭାକିଆ ପାଇଁ ଏହି ବିଜୟ ବେଶ୍ ମୂଲ୍ୟବାନ ସାବ୍ୟସ୍ତ ହୋଇଛି। ଅଧିନାୟକ ରବର୍ଟ ଲିଓ୍ବାନଡୋସ୍କିଙ୍କ ଯାଦୁ ଏହି ମ୍ୟାଚ୍ରେ କାମରେ ଆସି ନ ଥିଲା। ତେଣୁ ପୋଲାଣ୍ଡ ପାଇଁ ଏହା ସବୁଠାରୁ ଖରାପ ଦିନ ସାବ୍ୟସ୍ତ ହୋଇଛି। ଏଭଳି ଦୁର୍ଭାଗ୍ୟଜନକ ଭାବେ ମ୍ୟାଚ୍ ହାରିବା ପୋଲାଣ୍ଡ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି। ପୋଲାଣ୍ଡ ଗ୍ରୁପ୍ ଇ’ରେ ଏବେ ସ୍ପେନ୍ ଓ ସ୍ବିଡେନଙ୍କୁ ଭେଟିବ।
୬ ବର୍ଷ ଝିଅର ବ୍ୟାଟିଂ ଦେଖି ବଡ଼ ବଡ଼ କ୍ରିକେଟର୍ ହେଲେ ଆଶ୍ଚର୍ଯ୍ୟ
ଭାରତରେ କ୍ରିକେଟ୍ ସବୁଠୁ ଅଧିକ ଲୋକପ୍ରିୟ ଖେଳ। ଏହାକୁ ସବୁ ବର୍ଗର ଲୋକ ଦେଖିଥାନ୍ତି। ନିକଟରେ ଜଣେ ୬ ବର୍ଷୀୟ ଝିଅଙ୍କ ଏକ ଭିଡିଓ ଭାଇରାଲ...
‘ଦି ହଣ୍ଡ୍ରେଡ୍’ରେ ୫ ଭାରତୀୟ ମହିଳା ଖେଳିବେ
ଲଣ୍ଡନ, ୧୧।୬(ପି.ଟି.)- ୟୁନାଇଟେଡ କିଙ୍ଗ୍ଡମ୍ରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଥିବା ‘ଦି ହଣ୍ଡ୍ରେଡ’ କ୍ରିକେଟ ଟୁର୍ନାମେଣ୍ଟରେ ଭାରତର ୫ ମହିଳା ଖେଳାଳି ଅଂଶଗ୍ରହଣ...
ଗୋଟିଏ ଭୁଲ୍ ପାଇଁ କ୍ଷତି ହେଲା ୩୦ ହଜାର କୋଟି…
ଲିସବନ୍,୧୬।୬: ଗୋଟିଏ ଭୁଲ୍ ପାଇଁ ସାଙ୍ଗେ ସାଙ୍ଗେ ୩୦ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍...
ଧୋନୀଙ୍କ ଦଳର ଥିଲେ ଅଭିନ୍ନ ଅଙ୍ଗ, ମାତ୍ର ଏବେ ସୁଯୋଗ ନ ମିଳିବାରୁ ଦୁଃଖିତ
ମୁମ୍ବାଇ,୬।୬ : ଗତ ୧୨ରୁ ୧୫ ମାସ ହେଲା ଜାତୀୟ ଦଳରେ ସ୍ଥାନ ପାଉ ନାହାନ୍ତି ସ୍ପିନର କୁଲଦୀପ ଯାଦବ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ...
ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବୋଲିଂ କରିବେ କି? ଟି୨୦ ବିଶ୍ୱକପ୍ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଲେ…
ନୂଆଦିଲ୍ଲୀ,୧୨।୬: କ୍ରିକେଟରେ ଦ୍ରୁତ ବୋଲର ଅଲରାଉଣ୍ଡର କମ୍ ଦେଖିବାକୁ ମିଳିଥାଏ। ଦଳରେ ଏଭଳି ଖେଳାଳି ଥିଲେ ଫାଇଦା ମିଳିଥାଏ। ଭାରତୀୟ କ୍ରିକେଟ ଟିମ୍ରେ ହାର୍ଦ୍ଦିକ ପାଣ୍ଡ୍ୟା...
ଆଶଙ୍କା ବଢାଇଲା ବର୍ଷା
ସାଉଥାମ୍ପଟନ,୨୧।୬: ସ୍ଥାନୀୟ ରୋଜ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍ରେ ବର୍ଷା ଖଳନାୟକ ସାଜିଛି।...
୩୫୦ ବଲ୍ ଖେଳି ସବୁଠୁ ଧିମା ଅର୍ଦ୍ଧଶତକ ମାରିଥିଲେ ଏହି କ୍ରିକେଟର, ଆଜିଯାଏ ଭାଙ୍ଗିନି ରେକର୍ଡ
ନୂଆଦିଲ୍ଲୀ,୨୩।୬: କ୍ରିକେଟର ତିନି ଫର୍ମାଟ ଭିତରୁ ଟେଷ୍ଟ ହେଉଛି ସବୁଠାରୁ ଲମ୍ବା ଏବଂ ପୁରୁଣା। ଏହି ଫର୍ମାଟରେ ସଂଯମତା ରଖି କ୍ରିକେଟରକୁ ବ୍ୟାଟିଂ କରିବାକୁ ପଡ଼ିଥାଏ।...
କୋପା ଆମେରିକା: ଉରୁଗୁଏକୁ ହରାଇଲା ଆର୍ଜେଣ୍ଟିନା
ସାଇ ପାଓଲୋ, ୨୦।୬(ଏ.ପି.)- କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି। ଫଳରେ ଲିଓନେଲ ମେସିଙ୍କ ଦଳ...


