Categories: ଖେଳ

ୟୁରୋ କପ୍‌ ଫୁଟ୍‌ବଲ: ସ୍ଲୋଭାକିଆର ବିଜୟ ଅଭିଯାନ

ସେଣ୍ଟ ପିଟର୍ସବର୍ଗ,୧୬।୬(ଏପି): ୟୁରୋ କପ୍‌ ଫୁଟ୍‌ବଲରେ ସ୍ଲୋଭାକିଆ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କ୍ରେସୋଭସ୍କି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍ଲୋଭାକିଆ ୨-୧ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଛି। ଏଥିସହ ସ୍ଲୋଭାକିଆ ୩ ପଏଣ୍ଟ ହାସଲ କରି ଗ୍ରୁପ୍‌ ଇ’ର ଶୀର୍ଷ ସ୍ଥାନ ଅଧିକାର କରିଛି। ସାରା ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା।
ପୋଲାଣ୍ଡ ପାଇଁ ଆତ୍ମଘାତୀ ଗୋଲ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ମ୍ୟାଚ୍‌ର ୧୮ତମ ମିନିଟ୍‌ରେ ପୋଲାଣ୍ଡ ଗୋଲକିପର ଓଜସିଏକ ସଜେସ୍ନି ଏକ ଆତ୍ମଘାତୀ ଗୋଲ ସ୍କୋର କରି ସ୍ଲୋଭାକିଆକୁ ଅଗ୍ରଣୀ କରାଇଥିଲେ। ଜଣେ ଗୋଲକିପର ଆତ୍ମଘାତୀ ଗୋଲ କରିବା ଏହି ଟୁର୍ନାମେଣ୍ଟରେ ଏକଦମ ନୂଆ ଲାଗୁଛି। ତେବେ ଏହା ସତରେ ପରିଣତ ହୋଇଛି। ୟୁରୋ କପ୍‌ ଇତିହାସରେ ଏହା ଏକ ଅଲୋଡା ବିରଳ ରେକର୍ଡ ସାବ୍ୟସ୍ତ ହୋଇଛି। କିନ୍ତୁ ଏହି ଗୋଲ ପାଇଁ ସଜେସ୍ନିଙ୍କୁ ଦାୟୀ କରାଯିବା ଉଚିତ ହେବ ନାହିଁ। ଜୁଭେଣ୍ଟସ୍‌ର ଏହି ଗୋଲକିପରଙ୍କ ପାଖକୁ ପାଖ ପୋଷ୍ଟରୁ ବଲ୍‌ ରିବାଉଣ୍ଡ କରିଥିଲା ଓ ଏହା ତାଙ୍କ ହାତରେ ବାଜି ନେଟ୍‌କୁ ଚାଲି ଯାଇଥିଲା।
ଏହାପରେ ଅବଶ୍ୟ ପୋଲଣ୍ଡ ପ୍ରତ୍ୟାବର୍ତ୍ତନ କରିଥିଲା। ପ୍ରଥମାର୍ଦ୍ଧ ପରେ ୪୬ତମ ମିନିଟ୍‌ରେ କାରୋଲ ଲିନେଟି ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ। କିନ୍ତୁ ୬୯ତମ ମିନିଟ୍‌ରେ ସେଣ୍ଟରବ୍ୟାକ୍‌ ମିଲାନ ସ୍କ୍ରିନିୟାର ଗୋଲ ଦେଇ ସ୍ଲୋଭାକିଆକୁ ୨-୧ ଗୋଲରେ ଅଗ୍ରଣୀ କରାଇଥିଲେ। ଏହାପରେ ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ସମ୍ଭବ ହୋଇ ନ ଥିଲା। ଫଳରେ ସ୍ଲୋଭାକିଆ ବିଜୟୀ ହୋଇଥିଲା। ଏହି ମୁକାବିଲାରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ସ୍ଲୋଭାକିଆ ପାଇଁ ଏହି ବିଜୟ ବେଶ୍‌ ମୂଲ୍ୟବାନ ସାବ୍ୟସ୍ତ ହୋଇଛି। ଅଧିନାୟକ ରବର୍ଟ ଲିଓ୍ବାନଡୋସ୍କିଙ୍କ ଯାଦୁ ଏହି ମ୍ୟାଚ୍‌ରେ କାମରେ ଆସି ନ ଥିଲା। ତେଣୁ ପୋଲାଣ୍ଡ ପାଇଁ ଏହା ସବୁଠାରୁ ଖରାପ ଦିନ ସାବ୍ୟସ୍ତ ହୋଇଛି। ଏଭଳି ଦୁର୍ଭାଗ୍ୟଜନକ ଭାବେ ମ୍ୟାଚ୍‌ ହାରିବା ପୋଲାଣ୍ଡ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ପୋଲାଣ୍ଡ ଗ୍ରୁପ୍‌ ଇ’ରେ ଏବେ ସ୍ପେନ୍‌ ଓ ସ୍ବିଡେନଙ୍କୁ ଭେଟିବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.