ଲଣ୍ଡନ,୨୪।୬: ୟୁରୋକପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ମଙ୍ଗଳବାର ଗ୍ରୁପ୍ ଡି’ରେ ଇଂଲଣ୍ଡ ୧-୦ ଗୋଲରେ ଚେକ୍ ଗଣରାଜ୍ୟକୁ ପରାସ୍ତ କରିଛି। ୩ଟି ମ୍ୟାଚ୍ ଖେଳି ଇଂଲଣ୍ଡ ୨ଟି ବିଜୟ ଓ ଗୋଟିଏ ଡ୍ର ସହ ୭ ପଏଣ୍ଟ ହାସଲ କରି ଗ୍ରୁପ୍ ଶୀର୍ଷକୁ ଉଠିଛି। ଅନ୍ୟପଟେ ଚେକ୍ ଗଣରାଜ୍ୟ ୩ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହ ୪ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି।
ସ୍ଥାନୀୟ ଓ୍ବିମ୍ବେଲେ ଷ୍ଟାଡିୟମରେ ଖେଳାଯାଇଥିବା ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ରାହିମ ଷ୍ଟିର୍ଲିଂ ଇଂଲଣ୍ଡକୁ ବିଜୟୀ କରାଇଥିଲେ। ଦ୍ୱାଦଶ ମିନିଟ୍ରେ ସେ ଏକ ସୁନ୍ଦର ଗୋଲ ଦେଇ ଇଂଲଣ୍ଡକୁ ଅଗ୍ରଣୀ କରାଇଥିଲେ। ବୃହତ୍ ବିଜୟ ହାସଲ କରିପାରି ନ ଥିଲେ ମଧ୍ୟ ଇଂଲଣ୍ଡ ପ୍ରଭାବୀ ପ୍ରଦର୍ଶନ କରିଥିଲା। ବଲ୍କୁ ଅଧିକ ସମୟ ଇଂଲଣ୍ଡ ଖେଳାଳିମାନେ ନିଜ ପାଖରେ ରଖିଥିଲେ। ସେହିପରି ପାସ୍ ଓ ପାସ୍ ଆକ୍ୟୁରେସିରେ ମଧ୍ୟ ଇଂଲଣ୍ଡ ବହୁ ଆଗରେ ରହିଥିଲା। ଷ୍ଟିର୍ଲିଂଙ୍କ ପ୍ରଦର୍ଶନକୁ ଇଂଲଣ୍ଡ କୋଚ୍ ଗାରେଥ ସାଉଥଗେଟ୍ ପ୍ରଶଂସା କରିଛନ୍ତି। ଷ୍ଟିର୍ଲିଂ ହେଡ୍ କରି ଗୋଲ ସ୍କୋର କରିଥିଲେ ଓ ଚଳିତ ୟୁରୋକପ୍ରେ ଏହା ତାଙ୍କର ଦ୍ୱିତୀୟ ଗୋଲ ସାବ୍ୟସ୍ତ ହୋଇଛି। ଘରୋଇ ପରିବେଶ ଇଂଲଣ୍ଡ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥିଲା। ଏବେ ରାଉଣ୍ଡ ଅଫ୍ ୧୬ରେ ଇଂଲଣ୍ଡ ଓ୍ବିମ୍ବେଲେ ଷ୍ଟାଡିୟମରେ ୨୯ ତାରିଖରେ ମ୍ୟାଚ୍ ଖେଳିବ ଓ ବିଜୟୀ ହେଲେ ରୋମ୍ରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଅବତୀର୍ଣ୍ଣ ହେବ। ୨୦୧୪ ଓ ୨୦୧୮ ବିଶ୍ୱକପ୍ ଓ ୟୁରୋ ୨୦୧୬ରେ ଷ୍ଟିର୍ଲିଂ ଗୋଲ ଦେଇପାରି ନ ଥିଲେ ମଧ୍ୟ ଏଥର ସଫଳ ହୋଇଛନ୍ତି। ଇଂଲଣ୍ଡ ତା’ର ପ୍ରଥମ ମ୍ୟାଚ୍ରେ କ୍ରୋଏସିଆକୁ ହରାଇଥିଲା ଓ ଏହି ମ୍ୟାଚ୍ରେ ମଧ୍ୟ ମାଞ୍ଚେଷ୍ଟର ସିଟି ଖେଳାଳି ଷ୍ଟିର୍ଲିଂ ଗୋଲ ସ୍କୋର କରିଥିଲେ। ଦଳ ପରାଜୟରେ ଚେକ୍ କୋଚ୍ ଜାରୋସ୍ଲାଭ ସିଲହାଭି ନୈରାଶ୍ୟ ଜାହିର କରିଛନ୍ତି। ଇଂଲଣ୍ଡ ଅପେକ୍ଷାକୃତ ଭଲ ଖେଳିଥିଲା ବୋଲି ସେ ସ୍ବୀକାର କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.