ରୋମ୍,୧୩।୬(ଏପି): କୋଭିଡ୍-୧୯ ସାରା ବିଶ୍ୱକୁ ପ୍ରଭାବିତ କରିବା ପରେ ପ୍ରଥମଥର ପାଇଁ କୌଣସି ବୃହତ୍ ସ୍ପୋଟର୍ସ ଇଭେଣ୍ଟ ଆରମ୍ଭ ହୋଇଛି। ୟୁରୋପ ମହାଦେଶର ସର୍ବବୃହତ୍ ଫୁଟ୍ବଲ ଟୁର୍ନାମେଣ୍ଟର ମାନ୍ୟତା ପାଇଥିବା ୟୁରୋକପ୍ ଶନିବାରଠାରୁ ଆରମ୍ଭ ହୋଇଛି। କରୋନା ସଂକ୍ରମଣ କାରଣରୁ ଗୋଟିଏ ବର୍ଷ ଘୁଞ୍ଚାଯିବା ପରେ ରୋମ୍ର ଷ୍ଟାଡିଓ ଅଲିମ୍ପିକୋରେ ଉଦ୍ଘାଟିତ ହୋଇଛି।
ଉଦ୍ଘାଟନୀ ମ୍ୟାଚ୍ରେ ଘରୋଇ ପରିବେଶରୁ ଫାଇଦା ଉଠାଇ ଇଟାଲୀ ୩-୦ ଗୋଲରେ ତୁର୍କୀକୁ ପରାସ୍ତ କରିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପ କୋଭିଡ୍-୧୯ ଦ୍ୱାରା ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି। ୧୦ ଲକ୍ଷରୁ ଊର୍ଦ୍ଧ୍ୱ ୟୁରୋପୀୟ ଏହି ମହାମାରୀ ଦ୍ୱାରା ମୃତ୍ୟୁବରଣ କରିଛନ୍ତି। କେବଳ ୧ ଲକ୍ଷ ୨୭ ହଜାର ଇଟାଲୀ ନାଗରିକ ଏଥିରେ ପ୍ରାଣ ହରାଇଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ସୁଧାର ହୋଇଛି ଓ ୟୁରୋକପ୍ ଭଳି ମେଗା ଇଭେଣ୍ଟ ଆରମ୍ଭ ହୋଇଛି। ଷ୍ଟାଡିୟମକୁ କେତୋଟି ସର୍ତ୍ତରେ ଇଟାଲୀ ନାଗରିକଙ୍କୁ ପ୍ରବେଶ କରିବାର ସୁଯୋଗ ଦିଆଯାଇଥିଲା। ଦର୍ଶକମାନେ ଟିକାକରଣର ପ୍ରମାଣପତ୍ର ଓ ୪୮ ଘଣ୍ଟା ପୂର୍ବରୁ କରୋନା ଟେଷ୍ଟରେ ନେଗେଟିଭ ହୋଇଥିବା ରିପୋର୍ଟ ଦେଖାଇବା ପରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ। ଏବେ ସାରା ବିଶ୍ୱ ଏହି ମେଗା ଇଭେଣ୍ଟକୁ ଘରେ ବସି ଟିଭିରେ ଦେଖିବେ। ଯଦି ୟୁରୋକପ୍ ସଫଳତାର ସହ ଆୟୋଜନ ହୁଏ, ତେବେ ଏହା ଅନ୍ୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ ପାଇଁ ଆତ୍ମବିଶ୍ୱାସ ଯୋଗାଇବ ଓ ରାସ୍ତା ଦେଖାଇବ। ଜୁଲାଇ ୨୩ରୁ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଅଲିମ୍ପିକ୍ସ ଆୟୋଜକମାନେ ମଧ୍ୟ ଏଥିରୁ ପ୍ରେରଣା ପାଇବେ। ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ଦେଶର କେତେଜଣ ଫୁଟ୍ବଲର କୋଭିଡ୍-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ବିଭିନ୍ନ ଦଳର ଟିକାକରଣ ହୋଇଛି।
ଉଦ୍ଘାଟନୀ ମ୍ୟାଚ୍ରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ। ଷ୍ଟାଡିୟମ କ୍ଷମତାର ୨୫ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ପ୍ରଦାନ କରାଯାଇଥିଲା। ସହରର ବିଭିନ୍ନ ଅଞ୍ଚଳରେ ବଡ଼ ବଡ଼ ସ୍କ୍ରିନ୍ରେ ଇଟାଲୀର ଦର୍ଶକମାନେ ମ୍ୟାଚ୍ ଦେଖିବାର ସୁଯୋଗ ପାଇଥିଲେ। ମ୍ୟାଚ୍ର ଦୃଶ୍ୟ ବେଶ୍ ଭାବପ୍ରବଣ ଥିଲା। ପ୍ରଥମ ମ୍ୟାଚ୍ରେ ବଡ଼ ବିଜୟ ହାସଲ କରିଥିବାରୁ ଇଟାଲୀବାସୀ ବେଶ୍ ଆନନ୍ଦ ଅନୁଭବ କରିଥିଲେ।
ଜୁନ୍ ୧୧ ତାରିଖରୁ ଆରମ୍ଭ ହୋଇଥିବା ୟୁରୋକପ ମାସେବ୍ୟାପୀ ଚାଲିବ ଓ ଏହା ଜୁଲାଇ ୧୧ ତାରିଖରେ ଶେଷ ହେବ। ୟୁରୋପର ଆଗଧାଡିର ୨୪ଟି ଦଳ ଏଥିରେ ଅଂଶଗ୍ରହଣ କରିବେ। ଟୁର୍ନାମେଣ୍ଟର ମ୍ୟାଚ୍ଗୁଡିକ ୧୧ଟି ଦେଶର ଭିନ୍ନ ଭିନ୍ନ ୧୧ଟି ଭେନ୍ୟୁରେ ଆୟୋଜନ ହେବ। ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିବାରୁ ଏହି ଟୁର୍ନାମେଣ୍ଟ ପୂର୍ବପରି ‘ୟୁଇଏଫ୍ଏ ୟୁରୋ ୨୦୨୦’ ନାମରେ ପରିଚିତ ହେବ। ଫାଇନାଲ ମ୍ୟାଚ ଜୁଲାଇ ୧୧ ତାରିଖରେ ଲଣ୍ଡନର ଓ୍ବିମ୍ବେଲି ଷ୍ଟାଡିୟମରେ ଆୟୋଜନ ହେବ। ୨୪ଟି ଦଳକୁ ଏ, ବି, ସି, ଡି, ଇ, ଏଫ୍ ପ୍ରଭୃତି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ରବିବାର ମଧ୍ୟ ୩ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ବେଲଜିୟମ ଓ ରୁଷିଆ ସେଣ୍ଟ ପିଟର୍ସବର୍ଗରେ, ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଓ କ୍ରୋଏସିଆ ଲଣ୍ଡନର ଓ୍ବିମ୍ବେଲିରେ ଓ ତୃତୀୟ ମୁକାବିଲାରେ ଅଷ୍ଟ୍ରିଆ ଓ ମାସିଡୋନିଆ ବୁକାରେଷ୍ଟରେ ପରସ୍କରକୁ ଭେଟିବେ। ବି,ଡି ଓ ସି ଗ୍ରୁପ୍ର ମୁକାବିଲାରେ ଏହି ଦଳଗୁଡିକ ପରସ୍ପରକୁ ଭେଟିବେ।
ଫ୍ରେଞ୍ଚ୍ ଓପନ୍ ଟେନିସ: ନାଡାଲ, ସିତ୍ସିପାସ, ଜେଭରେଭ ସେମିଫାଇନାଲରେ
ପ୍ୟାରିସ, ୧୦।୬- ସ୍ପେନ୍ ସୁପରଷ୍ଟାର ରାଫାଲ ନାଡାଲ, ଗ୍ରୀସ୍ର ଷ୍ଟିଫାନୋସ ସିତ୍ସିପାସ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି।...
ଡରହାମରେ ଇଣ୍ଟ୍ରା ସ୍କାଡ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ପ୍ରସ୍ତୁତି ଲାଗି ଡରହାମଠାରେ ଏକତ୍ରିତ ହେବେ ଭାରତୀୟ ଦଳର ଖେଳାଳିମାନେ। ସେଠାରେ ଟିମ୍...
ବେଲ୍ଗ୍ରେଡ ଟ୍ରଫି ସୁଇମିଂ: ସଜନ, ଶ୍ରୀହରିଙ୍କୁ ସ୍ବର୍ଣ୍ଣ ପଦକ
ବେଲ୍ଗ୍ରେଡ, ୨୧ା୬ (ପି.ଟି.)-ବେଲ୍ଗ୍ରେଡ ଟ୍ରଫି ସୁଇମିଂ ପ୍ରତିଯୋଗିତାରେ ଅଲିମ୍ପିକ ଆଶାୟୀ ସଜନ ପ୍ରକାଶ ଓ ଶ୍ରୀହରି ନଟରାଜ ସେମାନଙ୍କ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।...
ଭାରତୀୟ ଦଳକୁ ମିଳିଲା ଖୁସି ଖବର
ମୁମ୍ବାଇ,୧।୬: ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି-୨୦୨୧) ଫାଇନାଲ ମ୍ୟାଚ ଏବଂ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ଟେଷ୍ଟ ସିରିଜ ପାଇଁ ଜୁନ୍...
ପିଏସ୍ଏଲ୍ରୁ ଓହରିଲେ ଡୁପ୍ଲେସି
ଆବୁଧାବି, ୧୭।୬(ପି.ଟି.)- ପାକିସ୍ତାନ ସୁପରଲିଗ୍ (ପିଏସ୍ଏଲ) ଅବସରରେ କନକ୍ସନ (ସଂଘାତ)ର ସମ୍ମୁଖୀନ ହୋଇଥିବା ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁପ୍ଲେସି ପ୍ରତିଯୋଗିତାର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ...
ଡବ୍ଲୁଟିସି ଫାଇନାଲ ପୂର୍ବରୁ ଇତିହାସ ରଚିଲା ନ୍ୟୁଜିଲାଣ୍ଡ: ୨୨ ବର୍ଷ ପରେ କଲା ଏମିତି କାରନାମା
ଏଜବେଷ୍ଟନ,୧୩।୬: ଆୟୋଜକ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ଜିତିଛି। ଦଳ ଦ୍ୱିତୀୟ ଟେଷ୍ଟରେ ୮ ଉଇକେଟ ଜିତିଛି। ପ୍ରଥମ...
ବ୍ୟାଟିଂ କୋଚ୍ ପଦବୀ ଛାଡ଼ିଲେ ୟୁନିସ ଖାଁ
କରାଚୀ, ୨୩ା୬(ପି.ଟି.)-ପୂର୍ବତନ ଅଧିନାୟକ ୟୁନିସ ଖାଁ ମଙ୍ଗଳବାର ପାକିସ୍ତାନ କ୍ରିକେଟ ଦଳର ବ୍ୟାଟିଂ କୋଚ୍ ପଦବୀରୁ ଆକସ୍ମିକ ଓହରିଯାଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିର କାରଣ ଯଦିଓ...
ଭାବୁକ ହେଲେ ସିରାଜ: ସେ ପୁରୁଣା ବାଇକ୍କୁ ସାଇତି ରଖିଛି, ବହୁତ କିଛି ମନେ ପଡିଯାଏ’
ନୂଆଦିଲ୍ଲୀ,୪।୬: ଗତ ବର୍ଷ ଭାରତୀୟ ଟିମ୍ରୁ ଡେବ୍ୟୁ କରିବାର ସୌଭାଗ୍ୟ ପାଇଥିଲେ ଦ୍ରୁତ ବୋଲର୍ ମହମ୍ମଦ ସିରାଜ। ଏବେ ସେ ସଫଳତାର ଗୋଟିଏ ପରେ ଗୋଟିଏ...


