Categories: ଖେଳ

ୟୁରୋକପ୍‌ ଫୁଟ୍‌ବଲ ଉଦ୍‌ଘାଟିତ

ରୋମ୍‌,୧୩।୬(ଏପି): କୋଭିଡ୍‌-୧୯ ସାରା ବିଶ୍ୱକୁ ପ୍ରଭାବିତ କରିବା ପରେ ପ୍ରଥମଥର ପାଇଁ କୌଣସି ବୃହତ୍‌ ସ୍ପୋଟର୍‌ସ ଇଭେଣ୍ଟ ଆରମ୍ଭ ହୋଇଛି। ୟୁରୋପ ମହାଦେଶର ସର୍ବବୃହତ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ମାନ୍ୟତା ପାଇଥିବା ୟୁରୋକପ୍‌ ଶନିବାରଠାରୁ ଆରମ୍ଭ ହୋଇଛି। କରୋନା ସଂକ୍ରମଣ କାରଣରୁ ଗୋଟିଏ ବର୍ଷ ଘୁଞ୍ଚାଯିବା ପରେ ରୋମ୍‌ର ଷ୍ଟାଡିଓ ଅଲିମ୍ପିକୋରେ ଉଦ୍‌ଘାଟିତ ହୋଇଛି।
ଉଦ୍‌ଘାଟନୀ ମ୍ୟାଚ୍‌ରେ ଘରୋଇ ପରିବେଶରୁ ଫାଇଦା ଉଠାଇ ଇଟାଲୀ ୩-୦ ଗୋଲରେ ତୁର୍କୀକୁ ପରାସ୍ତ କରିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପ କୋଭିଡ୍‌-୧୯ ଦ୍ୱାରା ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି। ୧୦ ଲକ୍ଷରୁ ଊର୍ଦ୍ଧ୍ୱ ୟୁରୋପୀୟ ଏହି ମହାମାରୀ ଦ୍ୱାରା ମୃତ୍ୟୁବରଣ କରିଛନ୍ତି। କେବଳ ୧ ଲକ୍ଷ ୨୭ ହଜାର ଇଟାଲୀ ନାଗରିକ ଏଥିରେ ପ୍ରାଣ ହରାଇଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ସୁଧାର ହୋଇଛି ଓ ୟୁରୋକପ୍‌ ଭଳି ମେଗା ଇଭେଣ୍ଟ ଆରମ୍ଭ ହୋଇଛି। ଷ୍ଟାଡିୟମକୁ କେତୋଟି ସର୍ତ୍ତରେ ଇଟାଲୀ ନାଗରିକଙ୍କୁ ପ୍ରବେଶ କରିବାର ସୁଯୋଗ ଦିଆଯାଇଥିଲା। ଦର୍ଶକମାନେ ଟିକାକରଣର ପ୍ରମାଣପତ୍ର ଓ ୪୮ ଘଣ୍ଟା ପୂର୍ବରୁ କରୋନା ଟେଷ୍ଟରେ ନେଗେଟିଭ ହୋଇଥିବା ରିପୋର୍ଟ ଦେଖାଇବା ପରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ। ଏବେ ସାରା ବିଶ୍ୱ ଏହି ମେଗା ଇଭେଣ୍ଟକୁ ଘରେ ବସି ଟିଭିରେ ଦେଖିବେ। ଯଦି ୟୁରୋକପ୍‌ ସଫଳତାର ସହ ଆୟୋଜନ ହୁଏ, ତେବେ ଏହା ଅନ୍ୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ ପାଇଁ ଆତ୍ମବିଶ୍ୱାସ ଯୋଗାଇବ ଓ ରାସ୍ତା ଦେଖାଇବ। ଜୁଲାଇ ୨୩ରୁ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଅଲିମ୍ପିକ୍ସ ଆୟୋଜକମାନେ ମଧ୍ୟ ଏଥିରୁ ପ୍ରେରଣା ପାଇବେ। ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ଦେଶର କେତେଜଣ ଫୁଟ୍‌ବଲର କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ବିଭିନ୍ନ ଦଳର ଟିକାକରଣ ହୋଇଛି।
ଉଦ୍‌ଘାଟନୀ ମ୍ୟାଚ୍‌ରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ। ଷ୍ଟାଡିୟମ କ୍ଷମତାର ୨୫ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍‌ ଦେଖିବାକୁ ଅନୁମତି ପ୍ରଦାନ କରାଯାଇଥିଲା। ସହରର ବିଭିନ୍ନ ଅଞ୍ଚଳରେ ବଡ଼ ବଡ଼ ସ୍କ୍ରିନ୍‌ରେ ଇଟାଲୀର ଦର୍ଶକମାନେ ମ୍ୟାଚ୍‌ ଦେଖିବାର ସୁଯୋଗ ପାଇଥିଲେ। ମ୍ୟାଚ୍‌ର ଦୃଶ୍ୟ ବେଶ୍‌ ଭାବପ୍ରବଣ ଥିଲା। ପ୍ରଥମ ମ୍ୟାଚ୍‌ରେ ବଡ଼ ବିଜୟ ହାସଲ କରିଥିବାରୁ ଇଟାଲୀବାସୀ ବେଶ୍‌ ଆନନ୍ଦ ଅନୁଭବ କରିଥିଲେ।
ଜୁନ୍‌ ୧୧ ତାରିଖରୁ ଆରମ୍ଭ ହୋଇଥିବା ୟୁରୋକପ ମାସେବ୍ୟାପୀ ଚାଲିବ ଓ ଏହା ଜୁଲାଇ ୧୧ ତାରିଖରେ ଶେଷ ହେବ। ୟୁରୋପର ଆଗଧାଡିର ୨୪ଟି ଦଳ ଏଥିରେ ଅଂଶଗ୍ରହଣ କରିବେ। ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡିକ ୧୧ଟି ଦେଶର ଭିନ୍ନ ଭିନ୍ନ ୧୧ଟି ଭେନ୍ୟୁରେ ଆୟୋଜନ ହେବ। ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିବାରୁ ଏହି ଟୁର୍ନାମେଣ୍ଟ ପୂର୍ବପରି ‘ୟୁଇଏଫ୍‌ଏ ୟୁରୋ ୨୦୨୦’ ନାମରେ ପରିଚିତ ହେବ। ଫାଇନାଲ ମ୍ୟାଚ ଜୁଲାଇ ୧୧ ତାରିଖରେ ଲଣ୍ଡନର ଓ୍ବିମ୍ବେଲି ଷ୍ଟାଡିୟମରେ ଆୟୋଜନ ହେବ। ୨୪ଟି ଦଳକୁ ଏ, ବି, ସି, ଡି, ଇ, ଏଫ୍‌ ପ୍ରଭୃତି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ରବିବାର ମଧ୍ୟ ୩ଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବେଲଜିୟମ ଓ ରୁଷିଆ ସେଣ୍ଟ ପିଟର୍ସବର୍ଗରେ, ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ଓ କ୍ରୋଏସିଆ ଲଣ୍ଡନର ଓ୍ବିମ୍ବେଲିରେ ଓ ତୃତୀୟ ମୁକାବିଲାରେ ଅଷ୍ଟ୍ରିଆ ଓ ମାସିଡୋନିଆ ବୁକାରେଷ୍ଟରେ ପରସ୍କରକୁ ଭେଟିବେ। ବି,ଡି ଓ ସି ଗ୍ରୁପ୍‌ର ମୁକାବିଲାରେ ଏହି ଦଳଗୁଡିକ ପରସ୍ପରକୁ ଭେଟିବେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.