ଆମଷ୍ଟରଡାମ,୧୯।୬: ୟୁରୋକପ୍ରେ ଗୁରୁବାର ନେଦରଲାଣ୍ଡ୍ସ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ଆମଷ୍ଟରଡାମ ଏରିନାରେ ଖେଳାଯାଇଥିବା ମ୍ୟାଚ୍ରେ ନେଦରଲାଣ୍ଡ୍ସ ୨-୦ ଗୋଲରେ ଅଷ୍ଟ୍ରିଆକୁ ହରାଇଛି। ଏଥିସହ ନେଦରଲାଣ୍ଡ୍ସ ନକ୍ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ମ୍ୟାଚ୍ର ୧୧ତମ ମିନିଟ୍ରେ ଫରଓ୍ବାର୍ଡ ମେମଫିସ୍ ଡିପେ ପେନାଲ୍ଟି ଜରିଆରେ ଗୋଲ ଦେଇ ନେଦରଲାଣ୍ଡ୍ସକୁ ଅଗ୍ରଣୀ କରାଇଥିଲେ। ସେହିପରି ୬୭ତମ ମିନିଟ୍ରେ ରାଇଟ୍ବ୍ୟାକ୍ ଡେଞ୍ଜେଲ ଡମ୍ଫ୍ରାଇଜ୍ ଆଉ ଏକ ଗୋଲ ଦେଇଥିଲେ। ୨-୦ରେ ଅଗ୍ରଣୀ ହାସଲ କରିବା ପରେ ନେଦରଲାଣ୍ଡ୍ସ ଏହାକୁ ବେକାର ହେବାକୁ ଦେଇ ନ ଥିଲା। ମ୍ୟାଚ୍ରେ ନେଦରଲାଣ୍ଡ୍ସ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଦଳ ବିଜୟରେ କୋଚ୍ ଫ୍ରାଙ୍କ ଡି ବୋଏର ଖୁସି ଜାହିର କରିଛନ୍ତି। ଯୋଜନା ଅନୁଯାୟୀ ଖେଳି ଆମେ ସଫଳ ହୋଇଛୁ। ଆମେ ଭିନ୍ନ ପ୍ରକାର କୌଶଳ ଆପଣେଇ ଥିଲୁ। ଏହା କାମ ଦେଲା ବୋଲି ସେ କହିଛନ୍ତି।
ଗୋଟିଏ ମ୍ୟାଚ୍ ବାକି ଥାଇ ନେଦରଲାଣ୍ଡ୍ସ ଗ୍ରୁପ୍ ସି’ରେ ୨ଟି ମ୍ୟାଚ୍ ଖେଳି ୨ ବିଜୟ ସହ ୬ ପଏଣ୍ଟ ହାସଲ କରି ଶୀର୍ଷରେ ରହିବା ସହ ରାଉଣ୍ଡ ଅଫ୍ ୧୬କୁ ପ୍ରବେଶ କରିଛି। ଅନ୍ୟପଟେ ୟୁକ୍ରେନ ୨ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଦୀର୍ଘ ୭ ବର୍ଷ ପରେ ନେଦରଲାଣ୍ଡ୍ସ କୌଣସି ମେଜର ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଖେଳି ନକ୍ଆଉଟ ପର୍ଯ୍ୟାୟକୁ ଉଠିଛି। ୧୯୮୮ ୟୁରୋକପ୍ରେ ନେଦରଲାଣ୍ଡ୍ସ ଟାଇଟଲ ହାସଲ କରିଥିଲା। ସେହିପରି ୨୦୧୪ରେ ବ୍ରାଜିଲରେ ଅନୁଷ୍ଠିତ ଫିଫା ବିଶ୍ୱକପ୍ରେ ଏହି ଦଳ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ସୋମବାର ନେଦରଲାଣ୍ଡ୍ସ ଗ୍ରୁପ୍ ସି’ରେ ତାର ଅନ୍ତିମ ମ୍ୟାଚ୍ରେ ନର୍ଜ ମାସିଡୋନିଆକୁ ଆମଷ୍ଟରଡାମରେ ଭେଟିବ। ସେହିପରି ଅଷ୍ଟ୍ରିଆ ବୁକାରେଷ୍ଟରେ ୟୁକ୍ରେନଙ୍କୁ ଭେଟିବ। ଆମ ପାଖରେ ଏବେ ବି ସୁଯୋଗ ରହିଛି ବୋଲି ଅଷ୍ଟ୍ରିଆ କୋଚ୍ ଫ୍ରାଙ୍କୋ ଫୋଡା କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.