ଭୁବନେଶ୍ୱର,୧୭ା୬ (ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାଦଶ ପରୀକ୍ଷା ବାତିଲ ହେବା ପରେ ମୂଲ୍ୟାୟନ ପଦ୍ଧତି କ’ଣ ରହିବ ତାହାକୁ ନେଇ ଏବେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି। ଏପରିସ୍ଥଳେ ୧୩ ଜଣିଆ କମିଟି ଗଠନ ହୋଇଥିବାବେଳେ ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ପରୀକ୍ଷା ଫଳକୁ ଆଧାର କରି ମୂଲ୍ୟାୟନ କରାଯିବ ବୋଲି କମିଟି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ସିବିଏସ୍ଇ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନ ଥିଲେ ମଧ୍ୟ ମିଳିଥିବା ସୂଚନାନୁସାରେ, ଦଶମ ୩୦%, ଏକାଦଶ ୩୦% ଓ ଦ୍ୱାଦଶ ପ୍ରିବୋର୍ଡ ପରୀକ୍ଷାର ୪୦%କୁ ନେଇ ମାର୍କ ଦିଆଯିବ। ଏହି ଆଧାରରେ ପରୀକ୍ଷା ଫଳ ଘୋଷଣା କରିବ। ତେବେ କେଉଁ ପଦ୍ଧତି ଅନୁସାରେ ପରୀକ୍ଷା ଫଳ ଘୋଷଣା କରିବ ସେନେଇ ଗୁରୁବାର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବ ସିବିଏସ୍ଇ। ଅନ୍ୟପଟେ କାଉନ୍ସିଲ ଫର୍ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ (ସିଆଇଏସ୍ସିଇ) ଜୁଲାଇ ୨୦ ସୁଦ୍ଧା ଦ୍ୱାଦଶ ପରୀକ୍ଷା ଫଳ ଘୋଷଣା କରିବ ବୋଲି ଆଶା ରଖିଛି। ଏକାଦଶ ଓ ଦ୍ୱାଦଶର ଇଣ୍ଟରନାଲ ପରୀକ୍ଷା ମାର୍କକୁ ନେଇ ସିଆଇଏସ୍ସିଇ ମୂଲାୟନ କରିବ। ଏଥିସହିତ ୨୦୧୫ରୁ ୨୦୨୦ ମଧ୍ୟରେ ସର୍ବାଧିକ ମାର୍କକୁ ମଧ୍ୟ ବିଚାରକୁ ନିଆଯିବ ବୋଲି ଜଣାପଡ଼ିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.