ଲକ୍ଷ୍ନୌ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଜାରି ରହିଛି। ତେବେ ଭାକ୍ସିନ୍ର ୨ଟି ଡୋଜ୍ ନେବା ପରେ ବି ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହେଉ ନ ଥିବା ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି। ଲକ୍ଷ୍ନୌ ମେଡ଼ିକାଲ କଲେଜ୍ରେ ଭାକ୍ସିନ୍ର ଉଭୟ ଡୋଜ୍ ନେଇଥିବା ବ୍ୟକ୍ତିଙ୍କ ସ୍କ୍ରିନିଂ ଟେଷ୍ଟ୍ରୁ ଏହା ଜଣାପଡ଼ିଛି। ଭାକ୍ସିନ୍ର ଦୁଇ ଡୋଜ୍ ନେଇଥିବା ୭ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି ଜଣାପଡ଼ିଛି। ମେଡ଼ିକାଲ କଲେଜର ବ୍ଲଡ୍ ଆଣ୍ଡ୍ ଟ୍ରାନ୍ସଫ୍ୟୁଜନ ବିଭାଗରେ ଏହି ସ୍କ୍ରିନିଂ ଟେଷ୍ଟ୍ କରାଯାଇଥିଲା। ସ୍ଥାନୀୟ କିଙ୍ଗ ଜର୍ଜ ଚିକିତ୍ସା ବିଶ୍ୱବିଦ୍ୟାଳୟର ବ୍ଲଡ୍ ଆଣ୍ଡ୍ ଟ୍ରାନ୍ସଫ୍ୟୁଜନ ବିଭାଗରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଆଣ୍ଟିବଡ଼ି ଯାଞ୍ଚ୍ କରାଯାଇଥିଲା। ଦେଶରେ ଏଭଳି ସ୍କ୍ରିନି ପ୍ରଥମ ଥର ପାଇଁ କରାଯାଇଥିବା କୁହାଯାଉଛି। ଇତିମଧ୍ୟରେ ୧,୦୦୦ ଜଣଙ୍କ ଆଣ୍ଟିବଡ଼ି ଟେଷ୍ଟ୍ କରାଯାଇଛି। ଆଗାମୀ ଦିନରେ ପ୍ରାୟ ୪,୦୦୦ ଲୋକଙ୍କର ଟେଷ୍ଟ୍ କରାଯିବ। ଏଭଳି କାହିଁକି ହେଉଛି ସେ ନେଇ ଅଧିକ ଗବେଷଣା କରାଯିବାର ଆବଶ୍ୟକତା ରହିଥିବା ବ୍ଲଡ୍ ଆଣ୍ଡ୍ ଟ୍ରାନ୍ସଫ୍ୟୁଜନ ବିଭାଗର ମୁଖ୍ୟ ତୁଲିକା ଚନ୍ଦ୍ରା ପ୍ରକାଶ କରିଛନ୍ତି। ଭାକ୍ସିନ୍ର ଦୁଇ ଡୋଜ୍ ନେବା ପରେ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ନ ହେବା ପଛରେ କୌଣସି ହରମୋନ୍ର ପ୍ରଭାବ ରହିଛି କି ନାହିଁ ସେ ସମ୍ପର୍କରେ ଅଧିକ ଗବେଷଣା କରାଯିବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.