ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ସୁସ୍ଥ ହୋଇ ସାରିଥିବା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବାରୁ ଲୋକେ ଅଧିକ ଆତଙ୍କିତ ହୋଇ ପଡୁଛନ୍ତି। କରୋନା ଲଢ଼େଇରେ ଜିତି ଥିବା ଆକ୍ରାନ୍ତଙ୍କ ମୃତ୍ୟୁ ସମ୍ପର୍କିତ ପ୍ରଶ୍ନକୁ ନେଇ ବିଶେଷଜ୍ଞମାନେ ଉତ୍ତର ଦେଇଛନ୍ତି ଯେ, ଯେଉଁମାନଙ୍କଠାରେ ହାର୍ଟ, କିଡ୍ନୀ ଏବଂ ଡାଇବେଟିସ୍ ଆଦି ସମସ୍ୟା ରହିଛି, ସେଭଳି କ୍ଷେତ୍ରରେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ମୃତ୍ୟୁ ଘଟୁଛି। ସେହପରି ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି। ଦିଲ୍ଲୀରେ ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟା ପ୍ରଥମ ଲହର ତୁଳନାରେ ୪ ଗୁଣା ରହିଛି। ସେହିପରି ଅହମଦାବାଦରେ ୭୦ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହେବା ପରେ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଠାଣେସ୍ଥିତ ଜୁପିଟର ହସ୍ପିଟାଲର କାର୍ଡିଓଲୋଜିଷ୍ଟ୍ ଡ. ଆଶିଷ ନାବରଙ୍କ ଅନୁସାରେ ପୂର୍ବରୁ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଲେ ସେମାନଙ୍କ କ୍ଷେତ୍ରରେ ଏଭଳି ସ୍ଥିତି ସୃଷ୍ଟି ହେଉଛି। ସେହିପରି ବେଙ୍ଗାଲୁରୁର ସକରା ଓ୍ବାଲର୍ଡ ହସ୍ପିଟାଲର ଡ. ଦୀପକ୍ ବଲାନୀଙ୍କ ଅନୁସାରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କର ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ମୃତ୍ୟୁ ଘଟୁଛି। ଏସମ୍ପର୍କରେ ଆମେରିକାର ଓ୍ବାଶିଂଟନ ୟୁନିଭରସିଟିର ସ୍କୁଲ ଅଫ୍ ମେଡ଼ିସିନ୍ ପକ୍ଷରୁ ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ମୃତ୍ୟୁର ଆଶଙ୍କା ରହିଥାଏ। ଏହି ଗବେଷଣାରେ ୮୭ ହଜାର ଲୋକଙ୍କୁ ସାମିଲ୍ କରାଯାଇଥିଲା। ସେହିପରି ଏମ୍ସ୍ର ଟ୍ରମା ସେଣ୍ଟର ମୁଖ୍ୟ ଡ. ରାଜେଶ ମାଲହୋତ୍ରାଙ୍କ ଅନୁସାରେ ହାର୍ଟ ସମସ୍ୟା ରହିଥିବା କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ସୁସ୍ଥ ହେବା ପରେ ମୃତ୍ୟୁ ହାର ଅଧିକ ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.