ଭୁବନେଶ୍ୱର(ବ୍ୟୁରୋ),୧୪ା୬: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ସାଢ଼େ ୮ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୮ ଲକ୍ଷ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ମଧ୍ୟ ୬୦,୦୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ ରାଜ୍ୟର ୮୩ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାବାଦ୍ ୧୨୦ଟି କୋଭିଡ୍ କେୟାର ସେଣ୍ଟର(ସିସିସି) ଜରିଆରେ ଚିକିତ୍ସା ଓ ଅନ୍ୟ ସୁବିଧା ଯୋଗାଇ ଦିଆଯାଉଛି। ସରକାରୀ ତଥ୍ୟକୁ ବାଦ୍ ଦେଲେ ଆହୁରି ୧୦୦ଟି ଛୋଟବଡ଼ ମେଡିକାଲ
ଓ ନର୍ସିଂହୋମ୍ରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ଚାଲିଛି। ସେଗୁଡ଼ିକରୁ ବାହାରୁଥିବା ମାସ୍କ, ଗ୍ଲୋଭ, ସାନିଟାଇଜର ବୋତଲ, ପିପିଇ କିଟ୍, ପରୀକ୍ଷଣ ସାମଗ୍ରୀ ଓ ଅନ୍ୟ ବର୍ଜ୍ୟବସ୍ତୁ ମୁଣ୍ଡବ୍ୟଥାର କାରଣ ସାଜିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ବୁର୍ଲା ଭଳି ସହରରେ ବଡ଼ ବଡ଼ କୋଭିଡ୍ ହସ୍ପିଟାଲ ଥିବାରୁ ଏହି ସହରଗୁଡ଼ିକର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳୁଛି। ଏପରି କି ହୋମ୍ ଆଇସୋଲେଶନରେ ଥିବା ଲୋକେ ରାସ୍ତାକଡ଼ ଡଷ୍ଟବିନ୍ରେ ମଧ୍ୟ ଏପରି ଆବର୍ଜନା ଫୋପାଡ଼ି ଦେଉଛନ୍ତି। ଏ ସମ୍ପର୍କରେ ବରିଷ୍ଠ ପରିବେଶବିତ୍ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, କୋଭିଡ୍ ହସ୍ପିଟାଲରୁ ବାହାରୁଥିବା ବର୍ଜ୍ୟବସ୍ତୁଗୁଡ଼ିକୁ ଠିକ୍ ଭାବେ ନିଷେଧନ କରିବା ପାଇଁ ଏକ ନିର୍ଦ୍ଦିିଷ୍ଟ ପଦ୍ଧତି ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏକ ଗାଇଡ୍ଲାଇନ ସମସ୍ତ ହସ୍ପିଟାଲଗୁଡ଼ିକୁ ଦିଆଯାଇଛି। ହେଲେ ଉଭୟ ସରକାରୀ ଓ ଘରୋଇ ଚିକିସତ୍ାଳୟଗୁଡ଼ିକରେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ଅଧିକାଂଶ ହସ୍ପିଟାଲ ଏହାକୁ ଠିକ୍ ଭାବେ ପାଳନ କରୁନାହାନ୍ତି। ଫଳରେ ତା’ର ପ୍ରଭାବ ବାୟୁମଣ୍ଡଳ ଓ ପରିବେଶ ଉପରେ ପଡୁଛି। କୋଭିଡ୍ ସଂକ୍ରମଣ ବାୟୁ ଦ୍ୱାରା ବ୍ୟାପୁଛି ବୋଲି କୁହାଯାଉଥିବାବେଳେ ଏଭଳି ବର୍ଜ୍ୟବସ୍ତୁ ଜନସ୍ବାସ୍ଥ୍ୟ ପାଇଁ ବଡ଼ ବିପଦକୁ ନିମନ୍ତ୍ରଣ କରିପାରେ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, କୋଭିଡ୍ ହସ୍ପିଟାଲ ଏବଂ ସିସିସିଗୁଡ଼ିକ ସରକାରଙ୍କ ଗାଇଡ୍ଲାଇନକୁ ପାଳନ କରୁଛନ୍ତି। ହସ୍ପିଟାଲଗୁଡିକରୁ ନିର୍ଗତ ବର୍ଜ୍ୟବସ୍ତୁକୁ ବାୟୋମେଡିକାଲ ପଦ୍ଧତିରେ ନିଃଶେଷ କରାଯାଉଛି। ଯଦି କୌଣସି ହସ୍ପିଟାଲ ସରକାରଙ୍କ ନିୟମାବଳୀକୁ ଠିକ୍ ଭାବେ ପାଳନ କରୁ ନ ଥିବା ନଜରକୁ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଏ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ବିଏମ୍ସି ଅଞ୍ଚଳରେ ଥିବା କୋଭିଡ୍ ହସ୍ପିଟାଲ ଓ ଅନ୍ୟ ଚିକିତ୍ସାଳୟଗୁଡ଼ିକରୁ ପ୍ରତିଦିନ ବାହାରୁଥିବା ଅଳିଆ ଆବର୍ଜନାକୁ ନିଜସ୍ବ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ଜରିଆରେ ନିଷେଧନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କୌଣସି ସ୍ଥାନ କିମ୍ବା ଚିକିସତ୍ାଳୟରୁ ସେପରି କିଛି ସାମଗ୍ରୀ ବାହାରୁଥିଲେ ଆଗକୁ ସମାଧାନ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସେଠୀ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.