ମୁମ୍ବାଇ,୬।୬ : ଗତ ୧୨ରୁ ୧୫ ମାସ ହେଲା ଜାତୀୟ ଦଳରେ ସ୍ଥାନ ପାଉ ନାହାନ୍ତି ସ୍ପିନର କୁଲଦୀପ ଯାଦବ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଦିନେ ଟିମ୍ ଇଣ୍ଡିଆ ପାଇଁ ନିୟମିତ ପ୍ରଦର୍ଶନ କରୁଥିବା ଚାଇନା ମ୍ୟାନ ଏବେ ସମ୍ପୂର୍ଣ୍ଣ ନିରାଶ ହୋଇପଡ଼ିଛନ୍ତି। ୨୦୨୦ ଆଇପିଏଲଠାରୁ ଆରମ୍ଭ ହୋଇଥିବା ୨୬ ବର୍ଷୀୟ କୁଲଦୀପଙ୍କ ପତନ ଏବେ ମଧ୍ୟ ଜାରି ରହିଛି। ସେହିବର୍ଷ କେକେଆର ପାଇଁ ଆଇପିଏଲରେ ୫ଟି ମ୍ୟାଚ୍ ଖେଳି ହାତେଇଥିଲେ ମାତ୍ର ଗୋଟିଏ ଉଇକେଟ।
ପରେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଲାଗି ଘୋଷିତ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ମିଳି ନ ଥିଲା ସୁଯୋଗ। ଭାରତରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ଗୋଟିଏ ମ୍ୟାଚ୍ରେ ସୁଯୋଗ ପାଇଥିବା କୁଲଦୀପ ଅର୍ଜନ କରିଥିଲେ ମାତ୍ର ୨ ଉଇକେଟ। ଆଉ ଚଳିତ ବର୍ଷ କୋଭିଡ୍ କାରଣରୁ ଆଇପିଏଲ ସ୍ଥଗିତ ହେବା ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍ରେ ତାଙ୍କୁ ସୁଯୋଗ ମିଳି ନ ଥିଲା। ଏହାପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଘୋଷିତ ଦଳରେ ସ୍ଥାନ ନ ମିଳିବାରୁ ଦୁଃଖିତ ଅଛନ୍ତି ସ୍ପିନର କୁଲଦୀପ ଯାଦବ। କିନ୍ତୁ ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷିତ ହେବାକୁ ଥିବା ଦଳରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି।
ଭାରତୀୟ ଦଳର ଅଂଶ ନ ଥିବାରୁ ମୁଁ ଦଃଖିତ। କାରଣ ଦଳର ବିଜୟରେ ମୁଁ ସହଯୋଗ କରିବାକୁ ଚାହେଁ। ଜୀବନରେ ଏଭଳି ଘଟେ। କିନ୍ତୁ ଆଗାମୀ ସୁଯୋଗରେ ପ୍ରଦର୍ଶନ କରିବାକୁ ମୁଁ ପ୍ରସ୍ତୁତ ଅଛି। ଆଶା କରୁଛି, ଶ୍ରୀଲଙ୍କା ଗସ୍ତରେ ମୋତେ ଖେଳିବାକୁ ସୁଯୋଗ ମିଳିବ। ପ୍ରତ୍ୟେକ ଖେଳାଳି ଦଳରେ ରହିବାକୁ ଚାହାନ୍ତି। କିନ୍ତୁ ବେଳେବେଳେ ପରିସ୍ଥିତି ଏଭଳି ହୁଏ, ଦଳରେ ସ୍ଥାନ ମିଳେ ନାହିଁ ବୋଲି ଚାଇନା ମ୍ୟାନ ସ୍ପିନର ଏକ ସାକ୍ଷାତ୍କାରରେ କହିଛନ୍ତି। କ୍ୟାରିୟରରେ ମାତ୍ର ୭ଟି ଟେଷ୍ଟ ଖେଳିଥିବା କୁଲଦୀପ ୬୩ ଦିନିକିଆରେ ୧୦୫ ଉଇକେଟ ନେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.