ନୂଆଦିଲ୍ଲୀ,୯।୬: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ଅନ୍ୟତମ ନିର୍ବାଚନ କମିଶନର (ଇସି) ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ୧୯୮୪ ବ୍ୟାଚ୍ର ଏହି ଉତ୍ତରପ୍ରଦେଶ କ୍ୟାଡର ଅଫିସରଙ୍କୁ ନିଯୁକ୍ତି ଦେଇଥିବା ଆଇନ ମନ୍ତ୍ରଣାଳୟର ବ୍ୟବସ୍ଥାପିକା ବିଭାଗ ପକ୍ଷରୁ କୁହାଯାଇଛି। ୬୨ ବର୍ଷୀୟ ପାଣ୍ଡେ ନିର୍ବାଚନ କମିଶନ ପଦବୀରେ ୨୦୨୪ ଫେବୃୟାରୀ ପର୍ଯ୍ୟନ୍ତ ରହିବେ। ସୁନୀଲ ଆରୋରୋ ଗତ ଏପ୍ରିଲ ୧୨ରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ପଦରୁ ଅବସର ନେବା ପରେ ୩ ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗରେ ଗୋଟିଏ ପଦବୀ ଖାଲି ପଡ଼ିଥିଲା। ଏବେ ସୁଶୀଲ ଚନ୍ଦ୍ରା ସିଇସି ରହିଥିବାବେଳେ ରାଜୀବ କୁମାର ନିର୍ବାଚନ କମିଶନର ଅଛନ୍ତି। ୧୯୫୯ ଫେବୃୟାରୀ ୧୫ରେ ଜନ୍ମିତ ପାଣ୍ଡେ ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.