Categories: ଖେଳ

୨ଟି ବଲ୍‌ରୁ ବିସ୍ଫୋରକ ୨୧ ରନ୍‌ କରିଥିଲେ ସେହ୍ବାଗ:ଜାଣନ୍ତୁ କେମିତି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ସମସ୍ତ ପ୍ରକାର କ୍ରିକେଟର ୍‌ବିପଜ୍ଜନକ ବ୍ୟାଟ୍ସମ୍ୟାନ ସେହ୍ବାଗ ଆରମ୍ଭରୁ ପ୍ରତିପକ୍ଷଙ୍କୁ ଆକ୍ରମଣ କରିବାକୁ ଭଲ ପାଉଥିଲେ। ସେ ପ୍ରାୟତଃ ପ୍ରଥମ ବଲରେ ଚୌକା-ଛକା ମାରି ନିଜର ଇନିଂସ ଆରମ୍ଭ କରିବାକୁ ପସନ୍ଦ କରୁଥିଲେ। ତାଙ୍କର ଭୟଙ୍କର ବ୍ୟାଟିଂ ପାଇଁ ବୋଲରମାନଙ୍କ ତାଙ୍କୁ ଡରୁଥିଲେ। ‘ନଜଫଗଡର ନବାବ’ ଭାବରେ ଜଣାଶୁଣା ସେହ୍ବାଗଙ୍କ ରେକର୍ଡ ଏବଂ ପରିସଂଖ୍ୟାନ ତାଙ୍କ ବ୍ୟାଟିଂକୁ ପ୍ରମାଣ କରିଥାଏ।
ପ୍ରଥମ ବଲରୁ ଚୌକା-ଛକା ପାଇଁ ସେହ୍ବାଗଙ୍କ ପ୍ରେମ ବିଷୟରେ ଅନେକେ ଜାଣିଥିବେ, ଖୁବ କମ ଲୋକ ଜାଣନ୍ତି ଯେ ସେହ୍ବାଗ ପାକିସ୍ତାନୀ ବୋଲରଙ୍କୁ ମାତ୍ର ୨ ବଲରେ ୨୧ ରନ ସଂଗ୍ରହ କରିଥିଲେ। ମାର୍ଚ୍ଚ ୧୩, ୨୦୦୪ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚ ସମୟରେ ପାକିସ୍ତାନୀ ପେସର ରାଣା ନାଭେଦ-ଉଲ-ହାସନଙ୍କ ବଲରେ ସେହ୍ବାଗ ଏହି ପ୍ରଦର୍ଶନ କରିଥିଲେ। ଏହା ଭାରତର ଇନିଂସର ଏକାଦଶ ଓଭର ଥିଲା। ରାଣା ନାଭେଦ ଉଲ ହାସନ ବୋଲିଂ କରୁଥିଲେ। ସେ ନୋ ବଲ୍‌ରୁ ଓଭର ଆରମ୍ଭ କରିଥିଲେ। ସେହ୍ବାଗ ଏହି ବଲ୍‌ରୁ ଚୌକା ମାରିଥିଲେ। ପରବର୍ତ୍ତୀ ବଲ ପୁଣି ଥରେ ନୋ-ବଲ ଥିଲା, ଯାହା ସେହ୍ବାଗ ପୁଣି ଚୌକା ମାରିଥିଲେ। ଏହା ପରେ ରାଣା କ୍ରମାଗତ ତୃତୀୟ ନୋ-ବଲ ପକାଇ ଆଉ ଏକ ଭୁଲ କରିଥିଲେ। ତିନୋଟି ନୋ-ବଲ ପରେ ହିଁ ସେ ସଠିକ୍‌ ବଲ୍‌ ପକାଇଥିଲେ। ଯେଉଁଥିରୁ କୌଣସି ରନ ଆସି ନ ଥିଲା।ଏହା ପରେ, ପରବର୍ତ୍ତୀ ବଲ୍‌ ପୁନର୍ବାର ନୋ ପକାଇଥିଲେ, ଯାହା ସେହ୍ବାଗ ପୁଣି ଚୌକା ମାରିଥିଲେ। ନାଭେଦ ଉଲ ହାସନଙ୍କ ଦୁଃସ୍ବପ୍ନ ଏଠାରେ ଶେଷ ହୋଇ ନ ଥିଲା। ସେ ପୁଣି ଏକ ନୋ ବଲ ବୋଲିଂ କରିଥିଲେ। ଯେଉଁଥିରେ ସେହ୍ବାଗ ଚୌକା ମାରିଥିଲେ।ଏହିପରି, ସେହ୍ବାଗ ପ୍ରଥମ ଦୁଇଟି ବଲରେ ୨୧ ରନ ସ୍କୋର କରିବାରେ ସଫଳ ହୋଇଥିଲେ। ସେ ନିଜ ବ୍ୟାଟ ସହିତ ୧୬ ରନ ସଂଗ୍ରହ କରିଥିବାବେଳେ ୫ ରନ ନୋ ବଲ୍‌ରୁ ଆସିଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.