ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଫାଫ୍ ଡୁପ୍ଲେସିସ୍ ପାକିସ୍ତାନ ସୁପର୍ ଲିଗ୍ର ଏକ ମ୍ୟାଚ୍ରେ ଫିଲ୍ଡିଂ କରୁଥିବାବେଳେ ଆହତ ହୋଇଯାଇଛନ୍ତି। ଏବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫାଫ୍ ଆହତ ହେବାରୁ ତାଙ୍କ ସ୍ତ୍ରୀ ଇମାରୀ ଚିନ୍ତାରେ ପଡି ଯାଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ ଲେଖିଛନ୍ତି। ଇମାରୀ ନିଜ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି କହିଛନ୍ତି, ମୋତେ ଭାରି ଚିନ୍ତା ଲାଗୁଛି, ହସ୍ପିଟାଲରେ ଯାଞ୍ଚ୍ ହେବା ନିହାତି ଆବଶ୍ୟକ। ପେଶୱାର ଦଳର ଇନିଂସର ସପ୍ତମ ଓଭରର ଚତୁର୍ଥ ବଲରେ ଫିଲ୍ଡିଂ କରୁଥିବାବେଳେ ଫାଫ ଆହତ ହୋଇଥିଲେ। ଡେଭିଡ ମିଲର ଏକ ସଟ ଖେଳୁଥିବାବେଳେ ବଲ ଧରିବା ପାଇଁ ଫାଫ ଏବଂ ହୁସେନ ଦୌଡ଼ିଥିଲେ କିନ୍ତୁ ସୀମା ନିକଟରେ ବଲ ଧରିବାବେଳେ ଫାଫ ଖସିପଡିଥିଲେ। ହୁସେନଙ୍କ ପାଦ ତାଙ୍କ ମୁଣ୍ଡକୁ ଆଘାତ କରିଥିଲା ଏବଂ ସେ ତଳେ ପଡ଼ିଗଲା। ପରେ ତାଙ୍କୁ ସ୍କାନ ପାଇଁ ଡାକ୍ତରଖାନା ନିଆଯାଇଥିଲା।
ୟୁରୋକପ୍ ଫୁଟ୍ବଲ: ଆତ୍ମଘାତୀ ଗୋଲ, ଫ୍ରାନ୍ସଠାରୁ ହାରିଲା ଜର୍ମାନୀ
ମ୍ୟୁନିକ୍,୧୭।୬: ୟୁରୋକପ୍ ଫୁଟ୍ବଲରେ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଫ୍ରାନ୍ସ ତା’ର ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଜର୍ମାନୀକୁ ୧-୦ ଗୋଲରେ ପରାସ୍ତ...
କିଶୋର କୁମାରଙ୍କ ଗୀତ ଗାଇଲେ ସୋଏବ
ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଭାରତୀୟ ସିନେମାର ବର୍ଷୀୟାନ ଗାୟକ କିଶୋର କୁମାରଙ୍କ ଗୀତ ଗାଉଥିବାର ଏକ ଭିଡିଓ ୟୁଟ୍ୟୁବରେ ଅପଲୋଡ୍ ହୋଇଛି। ହାପେନ୍ଡହ୍ବାଟ୍...
ଟିମ୍ ଇଣ୍ଡିଆର ୩ ବ୍ୟାଟ୍ସ୍ମ୍ୟାନ୍ ଆଇସିସିର ଟପ୍ ୧୦ରେ…
ନୂଆଦିଲ୍ଲୀ,୧୦।୬: ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିୟନଶିପ୍ରେ ଭାରତ ନ୍ୟୁଜିଲାଣ୍ଡ୍ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର ଆସିଛି। ଆଇସିସି ପକ୍ଷରୁ ଟେଷ୍ଟ୍ ର଼୍ୟାଙ୍କିଙ୍ଗ୍...
୮୪ ବଲ୍ରେ ଫାଇନାଲ୍ ଆଭିମୁଖ୍ୟ ବଦଳାଇଦେଲା ନ୍ୟୁଜିଲାଣ୍ଡ
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ନିଜର ଆଭିମୁଖ୍ୟକୁ କଡାକଡି କରିଛି। ମ୍ୟାଚର ତୃତୀୟ ଦିନରେ ଦଳ ୮୪ ଟି ବଲରେ ୩୬ ରନ...
ଲିସ୍ବନରେ ପହଞ୍ଚତ୍ଲେ ନୀରଜ
ନୂଆଦିଲ୍ଲୀ, ୮ା୬ (ପି.ଟି.)- ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିସାରିଥିବା ଭାରତର ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ପର୍ତ୍ତୁଗାଲରେ ପହଞ୍ଚତ୍ଛନ୍ତି। ଜୁନ୍ ୧୦ରେ ଲିସ୍ବନରେ...
ୟୁରୋ କପ୍ରେ ଅଘଟଣ: ଖେଳାଳି ବେହୋସ୍
କୋପେନହେଗେନ,୧୩।୬(ଏପି): ୟୁରୋପିଆନ ଫୁଟ୍ବଲ ଚାମ୍ପିୟନଶିପ୍ରେ ଶନିବାର ଅଘଟଣ ଦେଖିବାକୁ ମିଳିଛି। ଫିନ୍ଲାଣ୍ଡ ବିପକ୍ଷ ମ୍ୟାଚ ଖେଳାଯାଉଥିବାବେଳେ ଡେନମାର୍କ ମିଡ୍ଫିଲ୍ଡର ଖ୍ରିଷ୍ଟିଆନ ଏରିକ୍ସନ ହଠାତ୍ ବେହୋସ ହୋଇ...
ଅପମାନଜନକ ଟୁଇଟ୍ ପାଇଁ ରବିନସନ୍ ସସ୍ପେଣ୍ଡ
ଲଣ୍ଡନ, ୮ା୬ (ଏପି)-ଇଂଲଣ୍ଡ ଫାଷ୍ଟ ବୋଲର ଓଲି ରବିନସନ୍ଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ସସ୍ପେଣ୍ଡ କରାଯାଇଛି। ୨୦୧୨-୧୩ରେ ସୋସିଆଲ ମିଡିଆରେ ସେ ଅପମାନଜନକ ଟୁଇଟ୍ ପୋଷ୍ଟ କରିଥିଲେ।...
ସହାୟ ହେଉନି ଭାଗ୍ୟ
ସାଉଥାମ୍ପଟନ,୨୦।୬: ନ୍ୟୁଜିଲାଣ୍ଡର ବୋଲରଙ୍କ ସାମ୍ନାରେ ତାସ ଘର ଭଳି ଭୁଷୁଡ଼ି ପଡ଼ିଲା ତାରକା ଖଚିତ ଭାରତୀୟ ବ୍ୟାଟିଂ ଲାଇନ। ମାତ୍ର ୨୧୭ ରନ୍ରେ ସୀମିତ ରହିଥିଲା...


