ନୂଆଦିଲ୍ଲୀ,୧୧।୬: କ୍ରିକେଟ ଇତିହାସର ସବୁଠାରୁ ଆକ୍ରମଣାତ୍ମକ ଦ୍ରୁତ ବୋଲରଙ୍କ ମଧ୍ୟରୁ ଶୋଏବ ଅଖତର ଜଣେ। ସେ ନିଜର ଗତିକୁ ନେଇ ବ୍ୟାଟ୍ସମ୍ୟାନଙ୍କ ମନରେ ଭୟ ଜାତ କରାଇ ଦେଉଥିଲେ। କ୍ରିକେଟରୁ ସନ୍ୟାସ ନେବା ପରେ ଅଖତର କ୍ରିକେଟ ବିଶେଷଜ୍ଞ ହୋଇଛନ୍ତି। ଏହି ସମୟରେ ସେ ପାକିସ୍ତାନ ଦଳ ପରିଚାଳନା ଏବଂ ବୋର୍ଡକୁ ନେଇ ମଜା କରୁଥିବା ଦେଖାଯାଏ। ନ ଡ଼ରି ନିଜର କଥା ରଖିବାକୁ ନେଇ ପରିଚିତ ଅଖତର ନିକଟରେ ଇନ୍ଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ପ୍ରଶ୍ନୋତ୍ତର ଅଧିବେଶନ କରିଥିଲେ। ଏଥିରେ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ।
ଯେତେବେଳେ ଜଣେ ପ୍ରଶଂସକ ତାଙ୍କୁ ତୁମେ ପାକିସ୍ତାନର ଯୁବ ଦଳର କୋଚ୍ ହେବ କି ନାହିଁ ବୋଲି ପ୍ରଶ୍ନ କରିଥିଲେ, ତାହାର ସ୍ପଷ୍ଟ ଜବାବ ଦେଇ ଅଖତର ସମ୍ପୂର୍ଣ୍ଣ ଭୁଲ ପରାମର୍ଶ ବୋଲି କହିଥିଲେ। ସେହିଭଳି ଜଣେ ପ୍ରଶଂସକ ତୁମର ପ୍ରିୟ ଭାରତୀୟ ଅଭିନେତା କିଏ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ଅଖତର ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ଙ୍କ ଫଟୋ ଶେୟାର କରିଛନ୍ତି। ଏଥିସହ ଉତ୍ତରରେ ସଲମାନଙ୍କୁ ସେ ଟ୍ୟାଗ୍ ମଧ୍ୟ କରିଛନ୍ତି। ଆଉ ଏକ ପ୍ରଶ୍ନରେ ଯଦି ଆପଣଙ୍କ ଉପରେ ବାୟୋପିକ୍ ନିର୍ମାଣ ହୁଏ, କିଏ ଅଭିନୟ କରିବେ ବୋଲି ଚାହିଁବେ ପ୍ରଶ୍ନରେ ଅଖତର ସଲମାନଙ୍କ ନାମ ନେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.