କଣାସ, ୫।୬(ସ୍ବ.ପ୍ର): ସମୟ ଓ ପାଣିପାଗର ପରିବର୍ତ୍ତନରେ ପାରମ୍ପରିକ ଚାଷର ପ୍ରଣାଳୀ ମଧ୍ୟ ବଦଳି ଚାଲିଛି। ଅତ୍ୟାଧୁନିକ ବିହନ ଓ ସାର, ଔଷଧର ବ୍ୟବହାର ଯୋଗୁ ପୁରାତନ ଦେଶୀଧାନ ବିହନକୁ ଚାଷୀ ଧୀରେ ଧୀରେ ଭୁଲିଯିବାକୁ ବସିଛି। ଫଳରେ ପୁରୁଷାନୁକ୍ରମେ ପାରମ୍ପରିକ ରୀତିରେ ଚାଷ କରାଯାଉଥିବା ୫୦ରୁ ଊର୍ଦ୍ଧ୍ୱ କିସମର ଧାନ ଲୁପ୍ତ ହୋଇଗଲାଣି। ପୁରୀ ଜିଲା ଚିଲିକା ଉପକୂଳବର୍ତ୍ତୀ କଣାସ ବ୍ଲକର ଚାଷୀମାନେ ମୁଖ୍ୟତଃ ଧାନଚାଷ ଉପରେ ନିର୍ଭର କରନ୍ତି। ଦୀର୍ଘ ୨୦ବର୍ଷ ହେଲା ଶାରଦ ଧାନ ଫସଲ ହରାଇ ଚାଷୀମାନେ ଦେଶୀଧାନ ବିହନ ପାଇଁ ଝୁରି ହେଉଛନ୍ତି। କଣାସ ବ୍ଲକ ଖାଲୁଆ ଅଞ୍ଚଳ ହୋଇଥିବାରୁ ପ୍ରତିବର୍ଷ ବର୍ଷା ଓ ବନ୍ୟା ଦାଉ ସାଧୁଛି। ପୂର୍ବରୁ ହେଉଥିବା ଶାରଦ ଧାନ ବନ୍ୟାଜଳ ଦ୍ୱାରା ୧୦ ରୁ ୧୫ଦିନ ବୁଡ଼ି ରହୁଥିଲେ ମଧ୍ୟ ଧାନଗଛ କ୍ଷତିଗ୍ରସ୍ତ ହେଉ ନ ଥିଲା। ସେ ସବୁ ବିହନ ଧୀରେ ଧୀରେ ବିଲୁପ୍ତ ହେବା ସାଙ୍ଗକୁ କମ୍ ଦିନରେ ଅଧିକ ଅମଳକ୍ଷମ (ହାଇବ୍ରିଡ୍) ଧାନ ବିହନ ଆଦୃତ ହେବା ଯୋଗୁ ଚାଷୀମାନେ ପୂର୍ବରୁ କରୁଥିବା ୫୦ପ୍ରକାରରୁ ଅଧିକ ଦେଶୀ ଧାନ ବିହନ ଲୋପ ପାଇଗଲାଣି। ପାଣିପାଗ ପରିବର୍ତ୍ତନ ଓ ବାରମ୍ବାର ବନ୍ୟା ଯୋଗୁ ହାଇବ୍ରିଡ୍ ଧାନ ବିହନ କ୍ଷତିଗ୍ରସ୍ତ ହୋଇଯାଉଥିବାରୁ ପୁରୁଖା ଚାଷୀମାନେ ଦେଶୀ ଧାନବିହନ ଖୋଜୁଛନ୍ତି। ଧଳାକାର୍ତ୍ତିକା, ସରୁବାଙ୍କୋଇ, ମୋଟା ବାଙ୍କୋଇ, କେଉଟିଆ ଚମ୍ପା, ପଖିଆ, ମାଗୁରା, ପଦ୍ମକେଶରୀ, ନିଶଙ୍କଲାଙ୍ଗୁରା, ତୁଳସୀବାସ, କଣ୍ଟାମୁର, କନିଅର, ଗଜରା, ବିଆଳି, ମଧୁରା, ବାଙ୍କୋଇ, ମହିପାଳ, ମୟୂରକଣ୍ଟା, ଚନ୍ଦ୍ରଉଦିଆ, ବାସୁଦେବ, ସରଗତାରା, ରଙ୍ଗିଆରାଇ, ଭାରିକଦମା, କର୍ପୂରକେଳି ଆଦି ଦେଶୀଧାନ ଆଉ ଦେଖିବାକୁ ମିଳୁନାହିଁ। ମରୁଡ଼ିି, ବନ୍ୟା, ରୋଗ, ପୋକ କାଟିବା ପ୍ରଭୃତି ସହିବା କ୍ଷମତା ଦେଶୀଧାନ ବିହନର ଅଧିକ ହୋଇଥିବାରୁ ଏବେ ଚାଷୀ ପୁଣି ଏଥିପ୍ରତି ଆଗ୍ରହ ପ୍ରକାଶ କଲେଣି। ତେଣୁ ଚାଷ ପାଇଁ କୃଷି ବିଭାଗ ପକ୍ଷରୁ ଦେଶୀଧାନ ଯୋଗାଇଦିଆଯିବାକୁ ନିମିରି ଗ୍ରାମର ଶ୍ରୀକାନ୍ତ କୁମାର ପଟ୍ଟଯୋଶୀ, ସହନା ଗ୍ରାମର ସୁକାନ୍ତ କିଶୋର ସାମନ୍ତରାୟ ଏବଂ ବୈଦ୍ୟନାଥ ପାଟଣା ଗ୍ରାମର ହାଡ଼ିବନ୍ଧୁ ପାଢ଼ୀ ପ୍ରମୁଖ ବହୁ ଚାଷୀ ଦାବି କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.