ବାଲେଶ୍ୱର ଅଫିସ, ୭।୬-ଚଳିତବର୍ଷ ଅମଳ ହୋଇଥିବା ରବି ଧାନ କିଣିବା ସହିତ ଚାଷୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ୬ ଦଫା ସମ୍ବଳିତ ଏକ ଦାବିପତ୍ର ରବିବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଇମେଲ୍କୁ ପଠାଯାଇଛି। ଅକାମୀ ହୋଇଥିବା ଟୋକନଗୁଡ଼ିକୁ ସଚଳ କରିବା, ଟୋକନ ପାଇ ନ ଥିବା ଚାଷୀଙ୍କୁ ଟୋକନ ଦେବା, ଚାଷୀ ଯେଉଁ ଧାନ ଉପତ୍ାଦନ କରିଛି ତାହାକୁ କିଣିବା, କଟନୀଛଟ୍ନୀ ବନ୍ଦ କରିବା, ଅଖାର ବୋଝ ଚାଷୀଙ୍କୁ ନ ଦେଇ ମିଲରକୁ ଭରଣା କରିବାକୁ ବାଧ୍ୟ କରିବା ଆଦି ଦାବି ଅନ୍ତର୍ଭୁକ୍ତ। ସରକାର ଯଦି ତୁରନ୍ତ ପଦକ୍ଷେପ ନ ନିଅନ୍ତି, ତେବେ ଜିଲାର ସମସ୍ତ ମଣ୍ଡି ଏବଂ ବ୍ଲକ ଅଫିସ ସାମ୍ନାରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି ଗିରି ଚେତାବନୀ ଦେଇଛନ୍ତି।
ଦାବିପତ୍ରରେ ଦର୍ଶାଯାଇଛି ଯେ, ଚଳିତବର୍ଷ ରବିଧାନ ଫସଲ ଫଳେଇବା ପାଇଁ ଚାଷୀ କମ୍ କଷ୍ଟ କରିନାହଁି। ଧାନ ଅମଳ ବେଳକୁ ମାଡ଼ି ଆସିଲା କାଳବୈଶାଖୀ। ପାଚିଲା ଧାନକୁ ପାଣିରୁ ଛାଣି ଆଣି ଅମଳ କରିବା ଓ ତାକୁ ଶୁଖାଇବା ପାଇଁ ଚାଷୀ ନୟାନ୍ତ ହୋଇପଡିଛି। ଏହାପରେ ଆସିଲା ବାତ୍ୟା ‘ୟାସ୍’। ଅମଳ ଧାନକୁ ସୁରକ୍ଷିତ ରଖିବା ପାଇଁ ଚାଷୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଏବେ ଚାଷୀଙ୍କୁ ଘାରିଛି ଧାନ ବିକ୍ରି ଚିନ୍ତା। ଆକଳନ ମୁତାବକ ଟାର୍ଗେଟ୍ ଆସିଲା ନାହଁି। ସବୁ ଧାନ କିଣାଯିବ ନାହଁି ବୋଲି ସରକାର ନିଷ୍ପତ୍ତି ଶୁଣାଇଛନ୍ତି। ଟୋକନ ପହଞ୍ଚତ୍ବା ପରେ ଚାଷୀ ଅମଳ କରିଥିବା ଧାନର ଏକ ତୃତୀୟାଂଶ ମାତ୍ର ଦର୍ଶାଯାଇଥିଲା। ଟୋକନ ନେଇ ମଣ୍ଡିକୁ ଗଲାବେଳକୁ ମିଲ୍ ବାଲା ଆସିଲେ ନାହିଁ। ଫଳରେ ଅନେକ ଚାଷୀଙ୍କ ଟୋକନ ଅକାମୀ ହୋଇଗଲା। ଆଗରୁ ଟୋକନ ବ୍ୟବସ୍ଥା ମାସେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରୁଥିଲା। ମାତ୍ର ଏବେ ତାକୁ ୧୫ଦିନ ପରେ ଅକାମୀ କରିଦିଆଯାଉଛି। ସେହି ସମୟ ଭିତରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନ ପାରିଲେ ଟୋକନ ଅକାମୀ। ଅନେକ ଚାଷୀଙ୍କ ପାଖରେ ଏବେ ସୁଦ୍ଧା ମେସେଜ ପହଞ୍ଚତ୍ନାହଁି। କେବେ ଧାନ ସେମାନେ ମଣ୍ଡିରୁ ନେବେ ତାର ଠିକ୍ ଠିକଣା ନାହଁି। ଫଳରେ କେବେ ଧାନ ମପା ହେବ ସେ ବିଷୟରେ ଜାଣିବା ପାଇଁ ଚାଷୀ ମଣ୍ଡିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.