Categories: ଜାତୀୟ

୬୯ ବର୍ଷ ପରେ ଫେରୁଛି ଦ୍ରୁତତମ ଚିତା

ନୂଆଦିଲ୍ଲୀ, ୧୦ା୬: ଭାରତରେ ପୁଣି ଦେଖିବାକୁ ମିଳିବ ବିଶ୍ୱର ଦ୍ରୁତତମ ଚିତା। ଏହି ବନ୍ୟପ୍ରାଣୀର ସଂରକ୍ଷଣ ପାଇଁ ଦକ୍ଷିଣ ଆଫ୍ରିକାରୁ ୮ ଚିତା ଭାରତକୁ ଅଣାଯିବ। ଘଣ୍ଟାକୁ ୧୧୨ କି.ମି. ବେଗରେ ଦୌଡ଼ି ପାରୁଥିବା ଚିତାକୁ ୧୯୫୨ରେ ବିଲୁପ୍ତ ଘୋଷଣା କରାଯାଇଥିଲା। ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ସେମାନଙ୍କ ପାଇଁ ବାସସ୍ଥାନ ପ୍ରସ୍ତୁତ ହୋଇଛି।

ଭାରତ ଫେରୁଛି ବିଶ୍ୱର ଦ୍ରୁତତମ ଚିତା। ଆସନ୍ତା ନଭେମ୍ବରରେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ୫ ଅଣ୍ଡିରା ଓ ୩ ମାଈ ଚିତା ଆସିବେ। ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱ ହେବ ଭାରତରେ ଏହି ବାଘ ବିଲୁପ୍ତ ହୋଇଯାଇଥିଲେ। ଏଥି ନିମନ୍ତେ ଏବେ ଆବଶ୍ୟକ ପରିବେଶ ପ୍ରସ୍ତୁତ କରାଯାଇଥିବା ଓ୍ବାଇଲ୍ଡଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ଡିନ୍‌ ଡ. ୟାଦବେନ୍ଦ୍ରଦେବ ଝାଲା କହିଛନ୍ତି। କୌଣସି ବନ୍ୟପ୍ରାଣୀର ସଂରକ୍ଷଣ ପାଇଁ ତାହାକୁ ଗୋଟିଏ ମହାଦେଶରୁ ଅନ୍ୟ ମହାଦେଶକୁ ସ୍ଥାନାନ୍ତର କରାଯିବାରେ ଏହା ପ୍ରଥମ ବୋଲି ସେ ପ୍ରକାଶ କରିଛନ୍ତି। ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କ ଏବଂ ରାଜସ୍ଥାନର ବ୍ୟାଘ୍ର ଅଭୟାରଣ୍ୟରେ ଦକ୍ଷିଣ ଆଫ୍ରିକାରୁ ଆସିବାକୁ ଥିବା ଚିତାକୁ ଛଡ଼ାଯିବ ବୋଲି ଡ. ଝାଲା କହିଛନ୍ତି।
ଶରୀରରେ କଳାଛିଟ, ଲୁହ ଡ୍ରପ୍‌ ଭଳି ଚିହ୍ନ ଥିବା ଚିତା ବାଘ ଶିକାରକୁ ଧରିବା ପାଇଁ ଭୂମିରେ ଘଣ୍ଟା ପ୍ରତି ୭୦ ମାଇଲ (୧୧୨ କିଲୋମିଟର) ବେଗରେ ଦୌଡ଼ିପାରେ। ଏହି ସ୍ପିଡ୍‌ କୌଣସି ସୁପରକାର୍‌ର ରହିଥାଏ। ଦୁନିଆର ମୋଟ ୭ ହଜାର ଚିତା ମଧ୍ୟରୁ ଅଧିକାଂଶ ଦକ୍ଷିଣ ଆଫ୍ରିକା, ନାମ୍ବିଆ ଏବଂ ବୋତୋସ୍ବାନାରେ ରହିଛନ୍ତି। ୧୯୦୦ ମସିହା ସୁଦ୍ଧା ଏହି ବନ୍ୟପ୍ରାଣୀ ସଂଖ୍ୟା ଭାରତରେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଥିଲା। ଶିକାର ଯୋଗୁ ଶେଷ ୩ ଚିତାଙ୍କ ମୃତ୍ୟୁ ହେବା ପରେ ୧୯୫୨ରେ ଏହାକୁ ବିଲୁପ୍ତ ଘୋଷଣା କରି ଦିଆଯାଇଥିଲା।
ଭାରତରେ ୧୬ଶହ ଶତାବ୍ଦୀରେ ମୋଗଲ ଶାସକ ଜାହାଙ୍ଗୀରଙ୍କ ସମୟରେ ପ୍ରାୟ ୧୦ ହଜାର ଚିତା ରହିଥିଲେ। ରିପୋର୍ଟ ଅନୁସାରେ ୧୭୯୯ରୁ ୧୯୬୮ ମଧ୍ୟରେ ମାତ୍ର ୨୩୦ ଚିତା ରହିଥିଲେ। ଭାରତ ସ୍ବାଧୀନ ହେବା ପରଠାରୁ କୌଣସି ବଡ଼ ସ୍ତନ୍ୟପାୟୀ ପ୍ରାଣୀ ବିଲୁପ୍ତ ହେବାରେ ଏହା ପ୍ରଥମ। ଶିକାର, ବାସସ୍ଥାନ ହ୍ରାସ ଏବଂ ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧ ନ ହେବା ଆଦି ଏହି ପ୍ରାଣୀର ବିଲୁପ୍ତ ହେବାର ପ୍ରମୁଖ କାରଣ। ବ୍ରିଟିଶ ଶାସନ ଅମଳରେ ଚିତା ଜନବସତିକୁ ଆସିଯାଉଥିବା ଯୋଗୁ ଅନେକଙ୍କୁ ଗୁଳି ମଧ୍ୟ କରି ଦିଆଯାଇଥିଲା। ଚିତାକୁ ଫେରାଇ ଆଣିବାକୁ ୧୯୫୦ ମସିହାରୁ ଭାରତ ଉଦ୍ୟମ କରି ଆସୁଛି। ୨୦୦୯ରେ ପ୍ରୋଜେକ୍ଟ ଚିତାକୁ ରୂପ ଦିଆଯାଇଥିବାବେଳେ ଏସିଆଟିକ୍‌ ଚିତା ଥିବା ଇରାନ୍‌କୁ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଇରାନ ଚିତା ସ୍ଥାନାନ୍ତର ପାଇଁ ମନା କରିଦେଇଥିଲା। ପରେ ଦକ୍ଷିଣ ଆଫ୍ରିକାରୁ ଆଫ୍ରିକୀୟ ଚିତା ଆଣିବାକୁ ଯୋଜନା ହୋଇଥିଲା।
ବନ୍ୟପ୍ରାଣୀଙ୍କ ସଂରକ୍ଷଣ ପାଇଁ ସେମାନଙ୍କୁ ସ୍ଥାନାନ୍ତର କରିବା ବେଶ୍‌ ଆହ୍ବାନପୂର୍ଣ୍ଣ। କିନ୍ତୁ ଅନେକ ଦେଶ ଏହାକୁ ସହଜ କରିପାରିଛନ୍ତି। ୨୦୧୭ରେ ପୂର୍ବ ଆଫ୍ରିକା ଦେଶ ମାଲାଓ୍ବି ୪ ଚିତାକୁ ନେଇଥିବାବେଳେ ଏବେ ସେଠାରେ ଏହି ସଂଖ୍ୟା ୨୪କୁ ବୃଦ୍ଧି ପାଇପାରିଛି। ତେବେ ଦକ୍ଷିଣ ଆଫ୍ରିକାର ଘଞ୍ଚ ଜଙ୍ଗଲ, ସବୁଜ ଭୂମି, ପର୍ବତ ଭଳି ପ୍ରାକୃତିକ ପରିବେଶ ଚିତାଙ୍କ ସଂଖ୍ୟା ବୃଦ୍ଧି ପାଇଁ ଉପଯୁକ୍ତ ହୋଇଥିବାବେଳେ ଭାରତରେ ସେଭଳି ପରିବେଶ ପର୍ଯ୍ୟାପ୍ତ ପରିମାଣରେ ନ ଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ତେଣୁ ଭାରତରେ ଏହାର ଉପଯୁକ୍ତ ଯତ୍ନ ନିଆଯିବା ବେଶ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ହେବ ବୋଲି ସେମାନେ ମତ ଦେଇଛନ୍ତି।

 

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.