ପାରଳାଖେମୁଣ୍ଡି,୧୩ା୬(ଡି.ଏନ୍.ଏ.): ଗଜପତି ଜିଲା ଅଡ଼ବା ଥାନା ମୁଠାଗୁଡ଼ା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ବାପପୁଅଙ୍କୁ ଅତି ନିର୍ମମ ଭାବେ ଗାଁର କିଛି ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦ୍ୱୟ ହେଉଛନ୍ତି, ଲୁକ ଦଳବେହେରା ଓ ତାଙ୍କ ପୁଅ ଅନକ ଦଳବେହେରା। ସେମାନେ ମୁଠାଗୁଡ଼ା ଗାଁର ବାସିନ୍ଦା ଥିଲେ।
ସୂଚନାନୁଯାୟୀ, ଶନିବାର ସନ୍ଧ୍ୟାରେ ଗାଁର କିଛି ଲୋକ ବୈଠକ କରି ଏହି ବାପପୁଅଙ୍କୁ ନିକଟସ୍ଥ ଜଙ୍ଗଲକୁ ଡାକି ନେଇଥିଲେ। ସେଠାରେ ଉଭୟଙ୍କୁ ନିର୍ଧୂମ ପିଟି ଥିଲେ। ଲୋକଙ୍କ ମାଡ଼ରେ ଲୁକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। କିନ୍ତୁ ତାଙ୍କ ପୁଅ ଅନକ ସେଠାରୁ ଖସି ପଳାଇ ଆସିଥିଲେ। ତେବେ ରାତିରେ ଘରେ ତାଙ୍କର ମୃତ୍ୟୁ ଘଟିଥିଲା।
ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଥାନାରେ ଅଭିଯୋଗ କରିବା ପରେ ଆର.ଉଦୟଗିରି ଏସ୍ଡିପିଓ ଦିଲ୍ଲୀପ କୁମାର ନାୟକ ଅନ୍ୟ ଅଧିକାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ପକ୍ଷରୁ ଘଟଣାସ୍ଥଳରେ ତଦନ୍ତ କରାଯାଇଛି। ବିଭିନ୍ନ ଦିଗ ଉପରେ ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି କହିଛନ୍ତି ଆର.ଉଦୟଗିରି ଏସ୍ଡିପିଓ। ଲୁକ୍ ଦଳବେହେରା ଗୁଣିଗାରେଡ଼ି କରି ଗାଁରେ ଲୋକଙ୍କୁ ହତ୍ୟା କରୁଛନ୍ତି ବୋଲି କିଛି ଲୋକ ସନ୍ଦେହ କରିଆସୁଥିଲେ। କିଛିଦିନ ପୂର୍ବରୁ ଗାଁରେ ଜଣେ ନାବାଳକଙ୍କ ମୃତ୍ୟୁ ହେବା ପରେ ଲୋକେ ତାଙ୍କ ଉପରେ ଦୋଷ ଲଦିଥିଲେ। ସେଥିପାଇଁ ତାଙ୍କୁ ଓ ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.