ଲଣ୍ଡନ, ୧୬ା୬: ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଡେଲ୍ଟା ଭାରିଆଣ୍ଟ ଏବେ ଡେଲ୍ଟା ପ୍ଲସ୍ର ରୂପ ନେଇଛି। ଏହି ଷ୍ଟ୍ରେନ୍ ବ୍ରିଟେନରେ ଆତଙ୍କ ସୃଷ୍ଟି କରିବାରୁ ଏହାର ମୁକାବିଲା ପାଇଁ ବୋରିସ୍ ଜନ୍ସନ ସରକାର ଅନ୍ଲକ୍ ପ୍ରକ୍ରିୟାକୁ ବିଳମ୍ବିତ କରିଛନ୍ତି। କଟକଣା ବୃଦ୍ଧିକୁ ବ୍ରିଟେନବାସୀ ବିରୋଧ କରି ଦୃଢ଼ ପ୍ରତିବାଦ ଜଣାଇଛନ୍ତି।
ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ସୋମବାର କରୋନାଜନିତ କଟକଣାକୁ ଆଉ ୪ ସପ୍ତାହ ବଢ଼ାଇଦେଇଛନ୍ତି। ଭାରତୀୟ ଭାରିଆଣ୍ଟ ଅଧିକ ସଂକ୍ରାମକ ଓ ଘାତକ ହୋଇଥିବାରୁ କଟକଣା ବୃଦ୍ଧି ଜରୁରୀ ଥିଲା ବୋଲି ସେ କହିଛନ୍ତି। ଡେଲି ମେଲ୍ ସମେତ ବ୍ରିଟେନର କେତେକ ଖବରକାଗଜ ସରକାରଙ୍କ ଏହି ନିଷ୍ପତ୍ତିକୁ ଲୋକଙ୍କ ଉପରେ ଦମନଲୀଳା ବୋଲି ଅଭିହିତ କରିଛନ୍ତି। ସେହିପରି ‘ଆମେ କେବେ ମୁକ୍ତ ହୋଇପାରିବା’ ବୋଲି ସନ୍ ଖବରକାଗଜ ପକ୍ଷରୁ ପ୍ରଶ୍ନ କରାଯାଇଛି। ସୋମବାର ବୋରିସ୍ ଏହି ଘୋଷଣା କରିବା ପୂର୍ବରୁ ଶଟ୍ଡାଉନ୍ ବିରୋଧରେ ଡାଉନିଂ ଷ୍ଟ୍ରିଟ୍ ବାହାରେ ବିକ୍ଷୋଭ କରୁଥିବା ବିବିସି ଜର୍ନାଲିଷ୍ଟ ନିକ୍ ଓ୍ବାଟ୍ଙ୍କୁ ଘଉଡ଼ାଯିବା ସହ ଦୁର୍ବ୍ୟବହାର କରାଯାଉଥିବାର ଭିଡିଓ ସାମ୍ନାକୁ ଆସିଛି। ଏପରି କି ତାଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଥିବା ଫୁଟେଜ୍ରେ ଦେଖିବାକୁ ମିଳିଛି। ଏହି ଭିଡିଓ ଟୁଇଟରରେ ବହୁଳ ପ୍ରସାରିତ ହୋଇଥିବାବେଳେ କରୋନା ଭୂତାଣୁ କିପରି ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିଛି ତାହା ଦେଖିବାକୁ ମିଳିଛି। ସମାଲୋଚକଙ୍କ ମତରେ ବୋରିସ୍ ପୂର୍ବରୁ ରେଡ୍ ଟ୍ରାଭେଲ୍ ଲିଷ୍ଟରେ ଭାରତକୁ ସାମିଲ କରି ସୀମା ନିୟନ୍ତ୍ରଣରେ କଡ଼ା ପଦକ୍ଷେପ ଗ୍ରହଣ କରିବା ଉଚିତ ଥିଲା। ପ୍ରକାଶ ଯେ, ଏପ୍ରିଲ ୨୩ ପର୍ଯ୍ୟନ୍ତ ବ୍ରିଟେନ ଭାରତ ଉପରେ ଯାତ୍ରା କଟକଣା ଜାରି କରି ନ ଥିଲା।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍ View All
ଟପ୍ଲେସ୍ ଫଟୋ ପୋଷ୍ଟ କରି ବିବାଦକୁ ଆସିଥିଲେ ଏହି ପର୍ନଷ୍ଟାର: ରହସ୍ୟଜନକ ଭାବେ ଘରୁ ମିଳିଲା ମୃତଦେହ
କାଲିଫର୍ନିଆ,୧୨ା୬: ୩୦୦ରୁ ଅଧିକ ପର୍ନ ଫିଲ୍ମରେ କାମ କରିଥିବା ଡାକୋଟା ସ୍କାଏଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଛି। ୨୭ ବର୍ଷୀୟା ଡାକୋଟାଙ୍କ ମୃତଦେହ ତାଙ୍କ ଘରୁ...
୨୧ରୁ ସ୍କୁଲପିଲାଙ୍କୁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍
ଭୁବନେଶ୍ୱର, ୧୦ା୬(ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍ ଆରମ୍ଭ ହେବ। ଖୋର୍ଦ୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ,...
ଥମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୪୦ ଜୀବନ
ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
୭୦ କୋଭି୍ଡ ଅନାଥଙ୍କ ଦାୟିତ୍ୱ ନେଲା ଲକ୍ଷ୍ନୌ ୟୁନିଭର୍ସିଟି
ଲକ୍ଷ୍ନୌ, ୧୭ା୬: ଉତ୍ତରପ୍ରଦେଶ ସ୍ଥିତ ଲକ୍ଷ୍ନୌ ୟୁନିଭର୍ସିଟି କରୋନାରେ ରୋଜଗାରିଆ ମାତାପିତାଙ୍କୁ ହରାଇଥିବା ୭୦ ଅନାଥ ପିଲାଙ୍କ ଦାୟିତ୍ୱ ନେଇଛି। ଏଥିସହ ଲକ୍ଷ୍ନୌ, ବାରାଣସୀ, ପ୍ରୟାଗରାଜ,...
ଭାକ୍ସିନ୍ ନ ନେଲେ ମୋବାଇଲ୍ ସିମ୍ କାର୍ଡ ହେବ ବ୍ଲକ୍, କଡ଼ା ନିର୍ଦ୍ଦେଶ ଜାରି କଲେ ସରକାର…
କରାଚି,୨୨।୬: କରୋନା ମହ।ମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପାକିସ୍ତାନର...
ସବୁ ଜିଲାରେ ଗାଡ଼ି ପଞ୍ଜୀକରଣ, ବିକ୍ରୟକୁ ଅନୁମତି
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟ ସରକାର ଲକ୍ଡାଉନ୍ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି। ସମସ୍ତ ଜିଲାରେ ଅଟୋମୋବାଇଲ୍ ଶୋ’ରୁମ୍ଗୁଡ଼ିକ ଖୋଲାଯିବା ସହ ନୂତନ ଗାଡ଼ି ପଞ୍ଜୀକରଣ ଓ ବିକ୍ରୟ...
କରୋନାରେ ଚାଲିଗଲେ ଆଉ ଜଣେ ଡାକ୍ତର
ସୋହେଲା,୨୦ା୬(ଡି.ଏନ୍.ଏ.): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଡୁମ୍ବେରପାଲି ଗ୍ରାମର ଡାକ୍ତର ପ୍ରଫୁଲ କୁମାର ବାରିକ(୫୧)ଙ୍କ ରବିବାର ଦେହାନ୍ତ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ...
ଦିଲ୍ଲୀରୁ ଆସିଲା ଖୁସି ଖବର, ମୃତ୍ୟୁ ରୋକିବାରେ ଭାକ୍ସିନ୍ର ଦ୍ୱିତୀୟ ଡୋଜ୍ ୯୫ ପ୍ରତିଶତ ପ୍ରଭାବଶାଳୀ…
ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...


