ବ୍ରିଟେନରେ ଡେଲ୍ଟା ଭାରିଆଣ୍ଟ ଭୟ

ଲଣ୍ଡନ, ୧୬ା୬: ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଡେଲ୍ଟା ଭାରିଆଣ୍ଟ ଏବେ ଡେଲ୍ଟା ପ୍ଲସ୍‌ର ରୂପ ନେଇଛି। ଏହି ଷ୍ଟ୍ରେନ୍‌ ବ୍ରିଟେନରେ ଆତଙ୍କ ସୃଷ୍ଟି କରିବାରୁ ଏହାର ମୁକାବିଲା ପାଇଁ ବୋରିସ୍‌ ଜନ୍‌ସନ ସରକାର ଅନ୍‌ଲକ୍‌ ପ୍ରକ୍ରିୟାକୁ ବିଳମ୍ବିତ କରିଛନ୍ତି। କଟକଣା ବୃଦ୍ଧିକୁ ବ୍ରିଟେନବାସୀ ବିରୋଧ କରି ଦୃଢ଼ ପ୍ରତିବାଦ ଜଣାଇଛନ୍ତି।
ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ସୋମବାର କରୋନାଜନିତ କଟକଣାକୁ ଆଉ ୪ ସପ୍ତାହ ବଢ଼ାଇଦେଇଛନ୍ତି। ଭାରତୀୟ ଭାରିଆଣ୍ଟ ଅଧିକ ସଂକ୍ରାମକ ଓ ଘାତକ ହୋଇଥିବାରୁ କଟକଣା ବୃଦ୍ଧି ଜରୁରୀ ଥିଲା ବୋଲି ସେ କହିଛନ୍ତି। ଡେଲି ମେଲ୍‌ ସମେତ ବ୍ରିଟେନର କେତେକ ଖବରକାଗଜ ସରକାରଙ୍କ ଏହି ନିଷ୍ପତ୍ତିକୁ ଲୋକଙ୍କ ଉପରେ ଦମନଲୀଳା ବୋଲି ଅଭିହିତ କରିଛନ୍ତି। ସେହିପରି ‘ଆମେ କେବେ ମୁକ୍ତ ହୋଇପାରିବା’ ବୋଲି ସନ୍‌ ଖବରକାଗଜ ପକ୍ଷରୁ ପ୍ରଶ୍ନ କରାଯାଇଛି। ସୋମବାର ବୋରିସ୍‌ ଏହି ଘୋଷଣା କରିବା ପୂର୍ବରୁ ଶଟ୍‌ଡାଉନ୍‌ ବିରୋଧରେ ଡାଉନିଂ ଷ୍ଟ୍ରିଟ୍‌ ବାହାରେ ବିକ୍ଷୋଭ କରୁଥିବା ବିବିସି ଜର୍ନାଲିଷ୍ଟ ନିକ୍‌ ଓ୍ବାଟ୍‌ଙ୍କୁ ଘଉଡ଼ାଯିବା ସହ ଦୁର୍ବ୍ୟବହାର କରାଯାଉଥିବାର ଭିଡିଓ ସାମ୍‌ନାକୁ ଆସିଛି। ଏପରି କି ତାଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଥିବା ଫୁଟେଜ୍‌ରେ ଦେଖିବାକୁ ମିଳିଛି। ଏହି ଭିଡିଓ ଟୁଇଟରରେ ବହୁଳ ପ୍ରସାରିତ ହୋଇଥିବାବେଳେ କରୋନା ଭୂତାଣୁ କିପରି ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିଛି ତାହା ଦେଖିବାକୁ ମିଳିଛି। ସମାଲୋଚକଙ୍କ ମତରେ ବୋରିସ୍‌ ପୂର୍ବରୁ ରେଡ୍‌ ଟ୍ରାଭେଲ୍‌ ଲିଷ୍ଟରେ ଭାରତକୁ ସାମିଲ କରି ସୀମା ନିୟନ୍ତ୍ରଣରେ କଡ଼ା ପଦକ୍ଷେପ ଗ୍ରହଣ କରିବା ଉଚିତ ଥିଲା। ପ୍ରକାଶ ଯେ, ଏପ୍ରିଲ ୨୩ ପର୍ଯ୍ୟନ୍ତ ବ୍ରିଟେନ ଭାରତ ଉପରେ ଯାତ୍ରା କଟକଣା ଜାରି କରି ନ ଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.