ପ୍ୟାରିସ, ୭।୬-ତୃତୀୟ ରାଉଣ୍ଡରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ସୁଇଜରଲାଣ୍ଡର ରୋଜର ଫେଡରର ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଆଣ୍ଠୁରେ ୨ ଥର ଅସ୍ତ୍ରୋପଚାର ହୋଇଥିବାରୁ ଏପରି ଏକ ମ୍ୟାଚ ପରେ ଆଉ ଖେଳ ବଜାୟ ରଖିବା ବର୍ତ୍ତମାନ ସମ୍ଭବ ନୁହେଁ ବୋଲି ଏହି ୩୯ ବର୍ଷୀୟ ଖେଳାଳି ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଫେଡରରଙ୍କୁ ଜର୍ମାନୀର ଡୋମିନିକ କୋଏଫର ତୃତୀୟ ରାଉଣ୍ଡରେ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ଶେଷରେ ଫେଡରର ୭-୬(୭/୫), ୬-୭(୩/୭), ୭-୬(୭/୪), ୭-୫ ସେଟ୍ରେ ବିଜୟ ହାସଲ କରିଥିଲେ। ଆହତ ସମସ୍ୟା ଯୋଗୁ ଫେଡରର ମାତ୍ର ୩ଟି ମ୍ୟାଚ ଖେଳି ଫ୍ରେଞ୍ଚ୍ ଓପନ ଆସିଥିଲେ। ତେଣୁ ତାଙ୍କ ଟାଇଟଲ ହାସଲ ଆଶା କମ୍ ବୋଲି ଅନେକ ପୂର୍ବାନୁମାନ କରିଥିଲେ। ତୃତୀୟ ରାଉଣ୍ଡରେ ସଂଘର୍ଷ ତାଙ୍କ ପାଇଁ ସତର୍କଘଣ୍ଟି ସଦୃଶ ହୋଇଥିଲା। ୨୭ ବର୍ଷୀୟ ବାମହାତୀ କୋଏଫର ୫୬ ର଼୍ୟାଙ୍କ୍ଫ୍ରାପ୍ତ ଖେଳାଳି। ସେ ଟୁର୍ ସ୍ତରରେ କେବେ ଟାଇଟଲ ଜିତି ନ ଥିବାବେଳେ ମାତ୍ର ଥରେ କୌଣସି ବଡ଼ ପ୍ରତିଯୋଗିତାର ୪ର୍ଥ ରାଉଣ୍ଡ ପର୍ଯ୍ୟନ୍ତ ଯାଇ ପାରିଛନ୍ତି। ମାତ୍ର ତାଙ୍କ ବିରୋଧରେ ଫେଡରର ସାଢ଼େ ୩ ଘଣ୍ଟା ସମୟ ନେଇ ସଂଘର୍ଷ କରଥିଲେ। ଏହାକୁ ମିଶାଇ ୬୮ଥରପାଇଁ ସେ ବଡ଼ ଟୁର୍ନାମେଣ୍ଟର ୪ର୍ଥ ରାଉଣ୍ଡରେ ପ୍ରବେଶ କରଥିଲେ। ଏ କ୍ଷେତ୍ରରେ ସେ ନୋଭାକ୍ ଜୋକୋଭିଚ୍ (୫୪) ଏବଂ ରାଫାଲ ନାଡାଲ(୫୦)ଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି। ଅଗଷ୍ଟ ୮ରେ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଏହି ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ୧୭ ବର୍ଷ ପୂର୍ବରୁ ଫ୍ରେଞ୍ଚ୍ ଓପନ ୩ୟ ରାଉଣ୍ଡରୁ ବିଦାୟ ନେଇଥିଲେ। ୨୦୦୯ରେ ସେ ଚାମ୍ପିୟନ ହୋଇଥିବାବେଳେ ଅନ୍ୟ ୪ଥର ଫାଇନାଲରେ ପ୍ରବେଶ କରି ରାଫାଲ ନାଡାଲଙ୍କଠାରୁ ହାରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.