ସିଓଲ,୧୭।୬: ୨୦୨୨ ଫିଫା ବିଶ୍ୱକପ୍ର ତୃତୀୟ ରାଉଣ୍ଡ କ୍ୱାଲିଫାଇଂରେ ଚାଇନା କର ବା ମର ସ୍ଥିତିର ସମ୍ମୁଖୀନ ହୋଇଥିଲା। ତେବେ ଚାଇନା ୩-୧ ଗୋଲରେ ସିରିଆକୁ ହରାଇ ତା’ର ଯୋଗ୍ୟତା ହାସଲ ଆଶା ବଜାୟ ରଖିଛି। ସିରିଆ ୮ ଗ୍ରୁପ ବିଜେତାଙ୍କ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ ଦୌଡ଼ରେ ଆଗରେ ରହିଛି। ଏହି ବିଜୟ ଚାଇନା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଚାଇନା ଏଥିସହ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ଗ୍ରୁପ୍ ରନର୍ସଅପ୍ ବିବେଚିତ ହୋଇଛି। ସିରିଆ ୮ ମ୍ୟାଚ୍ ଖେଳି ୭ ବିଜୟ ସହ ୨୧ ପଏଣ୍ଟ ଓ ଚାଇନା ୮ ମ୍ୟାଚ୍ ଖେଳି ୬ ବିଜୟ ସହ ୧୯ ପଏଣ୍ଟ ପାଇ ଯଥାକ୍ରମେ ଗ୍ରୁପ୍ ଏ’ର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚାଇନା ମଧ୍ୟ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ୨୦୦୨ରେ ଶେଷଥର ପାଇଁ ଚାଇନା ବିଶ୍ୱକପ୍ ଖେଳିବାର ଯୋଗ୍ୟତା ହାସଲ କରିଥିଲା। ଏବେ ସେପ୍ଟେମ୍ବରରେ ତୃତୀୟ ରାଉଣ୍ଡ କ୍ୱାଲିଫାଇଂ ଆରମ୍ଭ ହେବ। ଅଷ୍ଟ୍ରେଲିଆ ୧-୦ ଗୋଲରେ ମଙ୍ଗଳବାର ଜୋର୍ଡାନକୁ ହରାଇଥିବା ବେଳେ ଜାପାନ ୫-୧ ଗୋଲରେ କିରଗିଜସ୍ତାନକୁ ପରାସ୍ତ କରିଛି।
ଦ୍ୱିତୀୟ ରାଉଣ୍ଡ କ୍ୱାଲିଫାଇଂରେ ଅଷ୍ଟ୍ରେଲିଆ ଓ ଜାପାନ ସବୁ ୮ଟି ଯାକ ମ୍ୟାଚ୍ ଜିତି ସ୍ଥାନ ହାସଲ କରି ତୃତୀୟ ରାଉଣ୍ଡ କ୍ୱାଲିଫାଇଂରେ ପ୍ରବେଶ କରିଛନ୍ତି। ଅଷ୍ଟ୍ରେଲିଆ ଗ୍ରୁପ୍ ବି’ରେ ଓ ଜାପାନ ଗ୍ରୁପ୍ ଏଫ୍’ରେ ୨୪ ଲେଖାଏ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛନ୍ତି। ସେହିପରି ଗ୍ରୁପ୍ ସି’ରେ ଇରାନ ଓ ଇରାକ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଗ୍ରୁପ୍ ବି’ରେ ଅଷ୍ଟ୍ରେଲିଆ ପଛକୁ କୁଏଟ୍ ରହିଛି। ଗ୍ରୁପ୍ ଡି’ରେ ସୌଦି ଆରବ ଓ ଉଜ୍ବେକିସ୍ତାନ ଯଥାକ୍ରମେ ୨୦ ଓ ୧୫ ପଏଣ୍ଟ ହାସଲ କରି ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ସେହିପରି ଗ୍ରୁପ୍ ଇ’ରେ ୨୦୨୨ ବିଶ୍ୱକପ୍ ଆୟୋଜକ କାତାର ଓ ଓମାନ ଯଥାକ୍ରମେ ୨୨ ଓ ୧୮ ପଏଣ୍ଟ ହାସଲ କରି ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଭାରତ ଗ୍ରୁପ୍ ଇ’ରେ ୮ଟି ମ୍ୟାଚ୍ ଖେଳି ୧ ବିଜୟ, ୪ ଡ୍ର ଓ ୩ ପରାଜୟ ସହ ୭ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି। ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟରୁ ଭାରତ ବାଦ୍ ପଡିଥିଲେ ମଧ୍ୟ ଏସିଆନ କପ୍ ତୃତୀୟ ରାଉଣ୍ଡ ପାଇଁ ଯୋଗ୍ୟତା ହାସଲ କରିଛି। ଗ୍ରୁପ୍ ଏଫ୍ରେ ଜାପାନ ପଛକୁ ଦ୍ୱିତୀୟ ସ୍ଥାନରେ ତାଜିକସ୍ତାନ ରହିଛି। ଗ୍ରୁପ୍ ଜି’ରେ ୟୁଏଇ ପ୍ରଥମ ଓ ଭିଏତ୍ନାମ ଦ୍ୱିତୀୟ ସ୍ଥାନରେ ରହିଛି। ଗ୍ରୁପ୍ ଏଚ୍’ରେ ଦକ୍ଷିଣ କୋରିଆ ୧୬ ପଏଣ୍ଟ ପାଇ ପ୍ରଥମ ଓ ଲେବାନନ ୧୦ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.