ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ର ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ଏଥିରେ ବର୍ଣ୍ଣିତ ବିଭିନ୍ନ ନୀତି ମଧ୍ୟରେ ବ୍ୟକ୍ତି କେଉଁ ୫ଟି ଭୁଲ କରିବା ଉଚିତ ନୁହେଁ ବୋଲି ଚାଣକ୍ୟ କହିଛନ୍ତି। କାରଣ ଏହାଦ୍ୱାରା ବଡ଼ କ୍ଷତି ହୋଇଥାଏ। ଜାଣନ୍ତୁ…
ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି, ଯଦି କେହି ବ୍ୟକ୍ତି ଧର୍ମ ସହ ଜଡ଼ିତ କାମକୁ କରିବାରେ ଭୁଲ କରିଥାଏ ଏବଂ ତାହା ଜାଣିବା ପରେ ମଧ୍ୟ ସୁଧାରେ ନାହିଁ, ତେବେ ତାଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଥାଏ। ଅନେକ ସମୟରେ ଧାର୍ମିକ କାମରେ କରିଥିବା ଭୁଲ ଯୋଗୁ ବ୍ୟକ୍ତି ବରବାଦ ହୋଇଯାଏ।
-ଔଷଧକୁ ନେଇ ବ୍ୟକ୍ତିକୁ ସର୍ବଦା ସଜାଗ ରହିବା ଉଚିତ। ରୋଗୀ ବ୍ୟକ୍ତି ଯଦି ଔଷଧ ନେବାରେ ଅବହେଳା କରିଥାଏ ତେବେ ତାର ଜୀବନ ବି ଯାଇପାରେ। ଏଥିନେଇ ଔଷଧକୁ ଠିକ୍ ଭାବେ ଓ ଠିକ୍ ସମୟରେ ବ୍ୟବହାର ନ କରିବା ଅସୁବିଧାରେ ପକାଇପାରେ ବୋଲି ଚାଣକ୍ୟ କହିଛନ୍ତି।
-ଗରିବ ହୁଅନ୍ତୁ ଅବା ଧନୀ, ସବୁ ବର୍ଗର ବ୍ୟକ୍ତିଙ୍କୁ ଧନର ଉପଯୁକ୍ତ ବ୍ୟବହାର ବିଷୟରେ ଧାରଣା ରହିବା ଉଚିତ। ଧନକୁ ସଠିକ୍ ଉପାୟରେ ଖର୍ଚ୍ଚ କରିବାର ଉପାୟ ଜଣା ନ ଥିଲେ ବ୍ୟକ୍ତି ବରବାଦ ହୋଇଯାଏ। ଏଥିପାଇଁ ବ୍ୟକ୍ତିକୁ ନିଜର ରୋଜଗାର ଏବଂ ଖର୍ଚ୍ଚ ବିଷୟରେ ଜଣାଥିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।
-ଅଧିକ ଖାଇବା ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଖରାପ। ଅତ୍ୟଧିକ ଭୋଜନ ଦରିଦ୍ରତାର କାରଣ ବୋଲି କୁହାଯାଏ। ଏଥିନେଇ ଉକ୍ତ ବ୍ୟକ୍ତି କିଛି ସମୟ ପରେ ବରବାଦ ହୋଇଯାଏ ବୋଲି ଚାଣକ୍ୟ କହିଛନ୍ତି।
-ଶେଷରେ ଗୁରୁ ଆଦେଶକୁ ଅବମାନନା କରିଥିବା ବ୍ୟକ୍ତି ଜୀବନରେ ଅନେକ ପ୍ରକାର କଷ୍ଟର ସମ୍ମୁଖୀନ ହୋଇଥାଏ। ଏଥିନେଇ ବ୍ୟକ୍ତିଙ୍କୁ ଗୁରୁଙ୍କ ଆଦେଶ ପାଳନ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.