ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଜାନୁଆରୀ ୧୬ରୁ ଭାରତରେ କରୋନା ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୨୬କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇସାରିଛି। ଇତିମଧ୍ୟରେ ଟିକା ଯୋଗୁ ପ୍ରଥମ ମୃତ୍ୟୁ ହୋଇଥିବା ମାମଲା ସାମ୍ନାକୁ ଆସିଛି। କରୋନା ଟିକାକରଣ ପରେ ସାମ୍ନାକୁ ଆସିଥିବା ୩୧ଟି ଗୁରୁତର ମାମଲାକୁ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରଣାଳୟର ସରକାରୀ ପ୍ୟାନେଲ ଦ୍ୱାରା ଯାଞ୍ଚ କରାଯାଇଥିଲା। ତେବେ ସେଥିମଧ୍ୟରୁ ଜଣଙ୍କ ମୃତ୍ୟୁ ଟିକାକରଣ ଯୋଗୁ ହୋଇଛି ବୋଲି ସୁନିଶ୍ଚିତ କରାଯାଇଛି। ସୂଚନା ମୁତାବକ ମାର୍ଚ୍ଚ ୮ରେ କରୋନା ଟିକା ନେଇଥିବା ଜଣେ ୬୮ ବୟସ୍କ ବ୍ୟକ୍ତିଙ୍କ ଆନାଫିଲେକ୍ସିସ୍ ଯୋଗୁ ମୃତ୍ୟୁ ହୋଇଥିବା ନେଇ ସରକାରୀ ପ୍ୟାନେଲ ସ୍ପଷ୍ଟ କରିଛି। ଦେଶରେ କରୋନା ଟିକାକରଣଜନିତ ପାଶର୍ବପ୍ରତିକ୍ରିୟା ଗୁଡ଼ିକ ଉପରେ ନଜର ରଖିବା ପାଇଁ ସରକାରଙ୍କ ପକ୍ଷରୁ ଆଡଭର୍ସ ଇଭେଣ୍ଟ ଫଲୋଇଙ୍ଗ୍ ଇମ୍ୟୁନାଇଜେସନ(ଏଇଏଫ୍ଆଇ) କମିଟି ଗଠନ କରାଯାଇଛି। ତେବେ ଏଇଏଫ୍ଆଇ ଟିକାକରଣ ପରେ ସାମ୍ନାକୁ ଆସିଥିବା ୩ଟି ଅତି ଗୁରୁତର ପାଶର୍ବପ୍ରତିକ୍ରିୟା ମାମଲାର ଯାଞ୍ଚ କରିଥିଲା। ଅନ୍ୟ ୨ଜଣ ବ୍ୟକ୍ତି ଟିକା ନେବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସେମାନେ ସୁସ୍ଥ ହୋଇଯାଇଥିବା ବେଳେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.