ଧାରଣା ଦେଲେ ପରିବାର

ଭୁବନେଶ୍ୱର,୩।୬(ବ୍ୟୁରୋ): କୋଭିଡ୍‌ ସଂକ୍ରମିତ ନିଖୋଜ ବାପାଙ୍କୁ ପୁଅ ଖୋଜୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପତ୍ତା ମିଳୁନାହିଁ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦ୍ୱନ୍ଦ୍ୱ ଓ ଚିନ୍ତାରେ ଥିବା ନିଖୋଜ ଏନ୍‌. ତ୍ରିନାଥଙ୍କ ସ୍ତ୍ରୀ ପୋଲିସକୁ ଜବାବ ମାଗିଛନ୍ତି। ଏପରି କି, ନ୍ୟାୟ ପାଇଁ ପରିବାରବର୍ଗଙ୍କ ସହ ସେ ବୁଧବାର ଭରତପୁର ଥାନା ଆଗରେ ଧାରଣାରେ ବସିଥିଲେ। ଏଥିସହ ପୋଲିସକୁ ଏକ ଅଭିଯୋଗପତ୍ର ଦେଇଛନ୍ତି। ଘଟଣାର ତଦନ୍ତ କରି ତ୍ରିନାଥଙ୍କୁ ଖୋଜି ଆଣିବା ପାଇଁ ମଧ୍ୟ ଗୁହାରି ଜଣାଇଛନ୍ତି। ପୋଲିସ ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ।
ମୁତାବକ, ଏପ୍ରିଲ ୧୯ରେ ପୁରୀ ନୋଳିଆସାହିର ଏନ୍‌. ତ୍ରିନାଥ କୋଭିଡ୍‌ରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କୁ ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଉଥିଲା। ପରଦିନ ପର୍ଯ୍ୟନ୍ତ ତ୍ରିନାଥ ସୁସ୍ଥ ଥିବା ନେଇ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। କିନ୍ତୁ ୨୧ତାରିଖରେ ତ୍ରିନାଥଙ୍କ ସହ ପରିବାରବର୍ଗ ଯୋଗାଯୋଗ କରି ନ ପାରିବାରୁ ପରିବାର ଲୋକେ ଉକ୍ତ ହସ୍ପିଟାଲକୁ ଯାଇ ପଚାରି ବୁଝିଥିଲେ। ତ୍ରିନାଥ ନ ଥିବା ହସ୍ପିଟାଲ କର୍ମଚାରୀ ପ୍ରଥମେ କହିଥିଲେ। କିନ୍ତୁ ପରେ ତାଙ୍କ ପୁଅ ଏନ୍‌.ଭାସ୍କର ଯୁକ୍ତିତର୍କ କରିବାରୁ ତାଙ୍କ ବାପା ମୃତ ଓ ମରଶରୀର କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଥିବା କର୍ମଚାରୀମାନେ କହିଥିଲେ। ଭାସ୍କର କ୍ୟାପିଟାଲ ହସ୍ପିଟାଲ ଯାଇ ବୁଝିବାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଆସିଥିବାରୁ ସତ୍ୟନଗର ମଶାଣିକୁ ପଠାଇ ଦିଆଯାଇଥିବା କୁହାଯାଇଥିଲା। ଭାସ୍କର ସେଠାକୁ ଯାଇ ଖୋଜିଥିଲେ ମଧ୍ୟ ବାପାଙ୍କୁ ପାଇ ନ ଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.