ଆଜିକାଲି ରକ୍ତଚାପ ବା ବ୍ଲଡ ପ୍ରେସର ସମସ୍ୟା ଏକ ସାଧାରଣ
ଘଟଣା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଅସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ ଆଦି ଏଥିପାଇଁ କେତେକାଂଶରେ ଦାୟୀ।
ତେବେ ଜଣେ ଉଚ୍ଚ ରକ୍ତଚାପ ରୋଗୀ କେଉଁ ବିଷୟ ପ୍ରତି ଅଧିକ ଧ୍ୟାନ
ଦେବା ଦରକାର ଜାଣନ୍ତୁ ସେ ସମ୍ପର୍କରେ…
ବିଶେଷଭାବରେ ବୟସ ବଢ଼ିଲେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସତର୍କ ରହିବା ନିହାତି ଦରକାର।
ଯଦି ଆପଣ ଏପରି ସମସ୍ୟା ସହ ଜଡିତ, ତେବେ ନିଜର ରକ୍ତଚାପ କେତେ ରହୁଛି ତାହା ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ମାପି ଜାଣି ନିଅନ୍ତୁ।
କେତେକ କାରଣରୁ ରକ୍ତଚାପ ଅସନ୍ତୁଳିତ ରହିଥାଏ। ଯଦି ଆପଣ ଏହାର ପ୍ରାକ୍ ଲକ୍ଷଣ ବିଷୟରେ ଜାଣିପାରିଲେ ତେବେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ।
ଏ ନେଇ ଡାକ୍ତର ପରାମର୍ଶ ଦେବା ସମୟରେ ଔଷଧ ବ୍ୟତୀତ ଖାଦ୍ୟପେୟ, ଜୀବନଶୈଳୀ ପ୍ରତି ନଜର ଦେବାକୁ କହିଥାଆନ୍ତି। ତାହାର ପରାମର୍ଶଗୁଡିକୁ ଠିକ୍ ଭାବରେ ପାଳନ କରନ୍ତୁ।
ରକ୍ତଚାପ ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିବା ସମୟରେ ଆପଣଙ୍କର ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ସୂଚନା ଦେବାକୁ ଭୁଲନ୍ତୁ ନାହିଁ।
ରକ୍ତଚାପକୁ ସନ୍ତୁଳିତ ରଖିବା ପାଇଁ ନିଜର ଦୈନନ୍ଦିନ ଜୀବନଶୈଳୀରେ ବ୍ୟାୟାମ ସାମିଲ କରନ୍ତୁ।
ନିଶାଦ୍ରବ୍ୟ ସେବନ ଯୋଗୁଁ ରକ୍ତଚାପଜନିତ ସମସ୍ୟା ଆଶଙ୍କା ଅଧିକ ଥାଏ। ତା’ସହ ଯଦି ଆପଣ ଏଭଳି ଅଭ୍ୟାସ ସହ ଜଡିତ ତେବେ ତାହାକୁ ତୁରନ୍ତ ବର୍ଜନ କରନ୍ତୁ।
-ରକ୍ତଚାପରେ ଆକ୍ରାନ୍ତ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ। କାରଣ ସେ ରକ୍ତଚାପର ଅବସ୍ଥା ଦେଖି ଔଷଧର ଡୋଜ୍ ସ୍ଥିର କରିଥାଆନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.