ଭୁବନେଶ୍ୱର, ୮।୬ (ବ୍ୟୁରୋ): ଟିକା ଅଭାବର ବିକଳ୍ପ ପନ୍ଥା ବାହାର କରାଯିବା ପରେ ୧୮ରୁ ୪୪ ବର୍ଷୀୟ ହିତାଧିକାରୀଙ୍କ ପାଇଁ ସୋମବାରଠାରୁ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଡୋଜ୍ ନେଇ ସାରିଥିବା ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ଟିକାକରଣ କରାଯାଉଛି। ଯାତ୍ରୀ ନିବାସ ଓ ତେରାପନ୍ଥ ଭବନ ବ୍ୟତୀତ ବାକି ହିତାଧିକାରୀମାନେ ଯେଉଁଠାରେ ପ୍ରଥମ ଡୋଜ୍ ଟିକା ନେଇଥିଲେ ଦ୍ୱିତୀୟ ଡୋଜ୍ ମଧ୍ୟ ସେହିଠାରେ ନେବେ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ଆରମ୍ଭରୁ ବହୁ ଅବ୍ୟବସ୍ଥା ନଜରକୁ ଆସିଥିଲା। କେବଳ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର, ବୁଦ୍ଧେଶ୍ୱରୀ କମ୍ୟୁନିଟି ସେଣ୍ଟର ଓ ୟୁନିଟ-୧ ବାଳିକା ଉଚ୍ଚ ବିଦ୍ୟାଳୟ ଟିକା କେନ୍ଦ୍ରକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ଟିକାକରଣ କରାଯାଉ ନ ଥିବା ଦେଖାଯାଇଥିଲା। ବିଏମ୍ସି ନିର୍ଦ୍ଧାରଣ କରିଥିବା ବହୁ ଟିକାକରଣ କେନ୍ଦ୍ର ବନ୍ଦ ରହିଥିଲା। ଫଳରେ ଲୋକେ ନିରାଶରେ ଫେରିବା ସହ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ବିଏମ୍ସିର ୬୭ ଓ୍ବାର୍ଡର ୧୯ କମ୍ୟୁନିଟି ସେଣ୍ଟର, ୧୪ କଲ୍ୟାଣ ମଣ୍ଡପ ଓ ୩ ଜୋନ୍ ଅଫିସ୍କୁ ମିଶାଇ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ସ୍ବତନ୍ତ୍ର ଟିକାକରଣ କରାଯାଇଥିଲା। ଏପରି କି କେତେକ ଓ୍ବାର୍ଡ ଅଫିସ୍ ଓ ସ୍ବତନ୍ତ୍ର ସ୍ଥାନ ନିରୂପଣ କରି ଗତ ମେ ୩ରୁ ୧୮ରୁ ୪୪ ବର୍ଗଙ୍କୁ ଟିକାକରଣ କରାଯାଇଥିଲା। ଦ୍ୱିତୀୟ ଡୋଜ୍ ଟିକା ପାଇବା ପାଇଁ ଏବେ ହିତାଧିକାରୀମାନେ ଅପେକ୍ଷା କରି ରହିଥିବାବେଳେ ସୋମବାରଠାରୁ ଟିକାକରଣ ଆରମ୍ଭ ହେବ ବୋଲି ରବିବାର ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିସହ ଯେଉଁମାନେ ମେ’ ୩ କିମ୍ବା ତା’ ପୂର୍ବରୁ ଓ ମେ ୪ରେ ପ୍ରଥମ ଡୋଜ୍ ନେଇଥିବା ହିତାଧିକାରୀ ସିଧାସଳଖ ଉକ୍ତ ଟିକାଦାନ କେନ୍ଦ୍ରରୁ ଦ୍ୱିତୀୟ ଡୋଜ୍ ନେଇପାରିବେ। ତେଣୁ ହିତାଧିକାରୀମାନେ ଟିକା ନେବା ପାଇଁ ନିର୍ଦ୍ଧାରିତ ସମୟରେ ସମ୍ପୃକ୍ତ ସ୍ଥାନକୁ ଯାଇଥିଲେ। ମାତ୍ର ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକ ବ୍ୟତୀତ ଅନ୍ୟ କୌଣସି କେନ୍ଦ୍ରରେ ଟିକାକରଣ ହେଉ ନ ଥିବା ଦେଖିବାକୁ ପାଇଥିଲେ। ଟିକା ନେଇ ନ ପାରିବାରୁ ସେସବୁ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶହୀଦ ନଗର, ଝାରପଡା, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, ରେଣ୍ଟାଲ କଲୋନୀ, ବରମୁଣ୍ଡା, ୟୁନିଟ୍-୮, ପୋଖରୀପୁଟ ଆଦି ସ୍ଥାନରେ ଟିକା ନ ପାଇ ଲୋକେ ନିରାଶ ହେବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ସମ୍ପର୍କରେ ବିଏମ୍ସିର ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି, ସମସ୍ତ ଟିକାକେନ୍ଦ୍ରରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଛି। ତେବେ କିଛିଟା କେନ୍ଦ୍ରରେ ଟିକାକରଣ କରାଯାଇ ପାରିନାହିଁ। ଯେଉଁ ସ୍ଥାନରେ ଏଭଳି ପରିସ୍ଥିତି ଉପୁଜିଛି ସେଠାରେ ସମ୍ପୃକ୍ତ ହିତାଧିକାରୀ ନିକଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ପ୍ରଥମ ଡୋଜ୍ ଟିକାର ସାର୍ଟିଫିକେଟ ଦେଖାଇ ଦ୍ୱିତୀୟ ଡୋଜ୍ ଟିକା ନେଇ ପାରିବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.