ନୂଆଦିଲ୍ଲୀ, ୫ା୬: ମହାମାରୀ ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ ପଦ୍ଧତି ନିରୂପଣ ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଶୁକ୍ରବାର ଏକ ୧୩ ଜଣିଆ କମିଟି ଗଠନ କରିଛି। ଉକ୍ତ କମିଟି ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉପଯୁକ୍ତ ପଦ୍ଧତିରେ ଫଳ ପ୍ରକାଶ କରିବା ପାଇଁ ସିବିଏସ୍ଇ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଏହାର ପରୀକ୍ଷା ନିୟନ୍ତ୍ରକ ସନ୍ୟମ୍ ଭରଦ୍ୱାଜ କହିଛନ୍ତି। କମିଟିରେ ଭରଦ୍ୱାଜଙ୍କ ସମେତ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିପିନ କୁମାର, ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶକ ଉଦିତ ପ୍ରକାଶ ରାୟ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କମିଶନର ନିଧି ପାଣ୍ଡେ, ନବୋଦୟ ବିଦ୍ୟାଳୟ ସମିତି କମିଶନର ବିନାୟକ ଗର୍ଗ, ଚଣ୍ଡିଗଡ଼ ସ୍କୁଲ୍ ଶିକ୍ଷା ନିର୍ଦ୍ଦେଶକ ରୁବିନ୍ଦରଜିତ୍ ସିଂ ବ୍ରାର୍, ସିବିଏସ୍ଇ ନିର୍ଦ୍ଦେଶକ ଅନ୍ତରୀକ୍ଷ ଜୋହରି ଏବଂ ଜୋସେଫ୍ ଏମାନୁଏଲ୍ ସଦସ୍ୟ ଅଛନ୍ତି। ଏହା ବ୍ୟତୀତ ୟୁଜିସି ଏବଂ ଏନ୍ସିଇଆର୍ଟିରୁ ଜଣେ ଲେଖାଏ ଓ ସ୍କୁଲ୍ ତରଫରୁ ଦୁଇଜଣ ପ୍ରତିନିଧିଙ୍କୁ କମିଟିରେ ନିଆଯାଇଛି।
ବିବାହ ସମୟରେ ଆରବୀ ଶବ୍ଦ କହିଲା ବେଳେ ଝୁଣ୍ଟିଲେ ବର: ମୌଲବୀଙ୍କୁ ସନ୍ଦେହ ହେବାରୁ ଜଣାପଡ଼ିଲା ସତ
ଲକ୍ଷ୍ନୌ,୧୪।୬: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରୁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବିବାହ ସମୟରେ ଜଣେ ବରଙ୍କ ମିଥ୍ୟା ପଦାକୁ ଆସିଛି। ବିବାହ ସମୟରେ ଆରବୀ...
ଇନ୍ଷ୍ଟାଗ୍ରାମର ବଡ଼ ତ୍ରୁଟି ବାହାର କରିଥିବା ଛାତ୍ରଙ୍କୁ ଫେସ୍ବୁକ ଦେଲା ପୁରସ୍କାର
ମୁମ୍ବାଇ,୧୬।୬: ଭାରତୀୟ ହ୍ୟାକରଙ୍କୁ ଫେସ୍ବୁକ ଦେଲା ୨୨ଲକ୍ଷ ଟଙ୍କା ପୁରସ୍କାର ରାଶି। ପୁରସ୍କାର ରାଶି ପଛରେ ଥିବା କାରଣ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା...
ମହିଳାଙ୍କୁ ଧରା ପକାଇ ଦେଲା ସିସିଟିଭି
ନୂଆଦିଲ୍ଲୀ,୧୬।୬: ଜଣେ ମହିଳାଙ୍କୁ ଆକ୍ରମଣ କରି ମୋବାଇଲ ଛଡ଼ାଇବା ନେବା ଘଟଣାରେ ଦିଲ୍ଲୀ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ସିସିଟିଭି ଆଧାରରେ ଅଭିଯୁକ୍ତା ଜ୍ୟୋତିଙ୍କୁ...
କରୋନା ଦ୍ୱିତୀୟ ଲହର ୭୧୯ଡାକ୍ତରଙ୍କ ନେଇଛି ଜୀବନ
ନୂଆଦିଲ୍ଲୀ,୧୨।୬: କରୋନା ସଂକମ୍ରଣର ଦ୍ୱିତୀୟ ଲହର ସାରା ଦେଶରେ ଆତଙ୍କ ଖେଳାଇଛି। ବର୍ତ୍ତମାନ ଦୈନିକ ସଂକ୍ରମଣରେ ହ୍ରାସ ଘଟୁଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମିବାର ନା...
ଦଳ କହିଲେ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିଦେବି: ୟେଦ୍ୟୁରପ୍ପା
ବେଙ୍ଗାଲୁରୁ,୬।୬: କର୍ନାଟକରେ ପୁଣି ରାଜନୈତିକ ଅସ୍ଥିରତା ଦେଖା ଦେଇଛି। କର୍ନାଟକର ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପାଙ୍କ ଭାଜପାର କିଛି ବିଧାୟକଙ୍କ ସହ ମନୋମାଳିନ୍ୟ ରହିଛି। ଏହି କାରଣରୁ...
ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା ପୁଣି କମିଲା…
ନୂଆଦିଲ୍ଲୀ,୧।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
ଟିକା କିଣିବା ପାଇଁ ପ୍ରାଇଭେଟ ମେଡିକାଲକୁ ଦିଆଯିବ ବିନା ସୁଧରେ ଟଙ୍କା
ଗୁଆହାଟୀ,୪।୬: ଆସାମରେ କୋଭିଡ୍ ଟିକାକରଣକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଏକ ଭିନ୍ନ ଉପାୟ ବାହାର କରିଛନ୍ତି। ବିଭିନ୍ନ ଟିକା ଉତ୍ପାଦନକାରୀ...
ମଦ ପିଇ ବାହା ହେବାକୁ ଆସିଥିଲେ ବର, କନ୍ୟା ନେଲେ ବଡ଼ ନିଷ୍ପତ୍ତି
ଲକ୍ଷ୍ନୌ,୭ା୬: ଉତ୍ତରପ୍ରଦେଶର ପ୍ରତାପଗଡ଼ର ଜଣେ ବର ମଦ ପିଇ ବିବାହ ପାଇଁ କନ୍ୟା ଘରେ ପହଞ୍ଚିବା ଭାରି ପଡ଼ିଛି। ବରକୁ ଏପରି ଅବସ୍ଥାରେ ଦେଖି କନ୍ୟା...


