ନୂଆଦିଲ୍ଲୀ, ୫ା୬: ମହାମାରୀ ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ ପଦ୍ଧତି ନିରୂପଣ ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଶୁକ୍ରବାର ଏକ ୧୩ ଜଣିଆ କମିଟି ଗଠନ କରିଛି। ଉକ୍ତ କମିଟି ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉପଯୁକ୍ତ ପଦ୍ଧତିରେ ଫଳ ପ୍ରକାଶ କରିବା ପାଇଁ ସିବିଏସ୍ଇ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଏହାର ପରୀକ୍ଷା ନିୟନ୍ତ୍ରକ ସନ୍ୟମ୍ ଭରଦ୍ୱାଜ କହିଛନ୍ତି। କମିଟିରେ ଭରଦ୍ୱାଜଙ୍କ ସମେତ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିପିନ କୁମାର, ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶକ ଉଦିତ ପ୍ରକାଶ ରାୟ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କମିଶନର ନିଧି ପାଣ୍ଡେ, ନବୋଦୟ ବିଦ୍ୟାଳୟ ସମିତି କମିଶନର ବିନାୟକ ଗର୍ଗ, ଚଣ୍ଡିଗଡ଼ ସ୍କୁଲ୍ ଶିକ୍ଷା ନିର୍ଦ୍ଦେଶକ ରୁବିନ୍ଦରଜିତ୍ ସିଂ ବ୍ରାର୍, ସିବିଏସ୍ଇ ନିର୍ଦ୍ଦେଶକ ଅନ୍ତରୀକ୍ଷ ଜୋହରି ଏବଂ ଜୋସେଫ୍ ଏମାନୁଏଲ୍ ସଦସ୍ୟ ଅଛନ୍ତି। ଏହା ବ୍ୟତୀତ ୟୁଜିସି ଏବଂ ଏନ୍ସିଇଆର୍ଟିରୁ ଜଣେ ଲେଖାଏ ଓ ସ୍କୁଲ୍ ତରଫରୁ ଦୁଇଜଣ ପ୍ରତିନିଧିଙ୍କୁ କମିଟିରେ ନିଆଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.