କୋଲକାତା,୧୧।୬: ତୃଣମୂଳ କଂଗ୍ରେସ ଏମ୍ପି ନୁଶରତ୍ ଜାହାଁଙ୍କ ବିବାହକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏଥିଯୋଗୁ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି। ଭାଜପା ନେତା ଅମିତ ମାଲଭିଆଙ୍କ ପରେ ବର୍ତ୍ତମାନ ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ ନୂସରତଙ୍କୁ କଟାକ୍ଷ କରିଛନ୍ତି। ନୁଶରତ୍ ଜଣେ ଫ୍ରଡ୍ ବୋଲି ସେ କହିଛନ୍ତି।
ବିବାହକୁ ନେଇ ହେଉଥିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଥିଲେ ନୁଶରତ୍। ସେ ଏବଂ ସ୍ବାମୀ ନିଖିଲ ଜୈନ ତୁର୍କୀ ନୀତିନିୟମ ଅନୁଯାୟୀ ବିବାହ କରିଥିଲେ। ଏଣୁ ଭାରତୀୟ ବିବାହ ଅନୁଯାୟୀ ଏହା ବୈଧ ନୁହେଁ। ବହୁ ପୂର୍ବରୁ ଅଲଗା ହୋଇଥିଲେ ହେଁ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିବାରୁ ଏହି ବିଷୟରେ କଥା ହୋଇ ନଥିବା ସେ କହିଛନ୍ତି। ଯେଉଁ ବିବାହ ବିଷୟରେ କଥା ଉଠୁଛି ତାହା ବୈଧ ହୋଇ ନ ଥିବାରୁ ଛାଡ଼ପତ୍ର ପ୍ରଶ୍ନ କେଉଁଠି ଉଠୁଛି ବୋଲି ସେ କହିଥିଲେ। ଏହି ବୟାନ ଉପlରେ ଘୋଷ ତାଙ୍କୁ ଠକ ବୋଲି କହିଛନ୍ତି।
ଜଣେ ବିବାହିତ ମହିଳା ଭାବେ ସେ ସଂସଦରେ ଶପଥ ନେଇଥିଲେ। ଜଣେ ମହିଳାଙ୍କୁ ଟିଏମ୍ସିରୁ ଟିକେଟ ଦିଆଗଲା। ସେ ଶପଥ ନେଲେ। ଏବେ ସେ କହୁଛନ୍ତି ତାଙ୍କ ବିବାହ ହୋଇନାହିଁ। ହେଲେ ସେ ସିନ୍ଦୁର ଲଗାଇଛନ୍ତି। ରଥ ଟାଣିଛନ୍ତି। ପୂଜାପାଠ କରି ନିର୍ବାଚନ ଜିତିଛନ୍ତି। ୨୦୧୯ରେ ଇସ୍କନ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ବିବାହିତ ଯୋଡ଼ି ଭାବେ ସେମାନେ ସାମିଲ ହୋଇଥିଲେ। ଏହାକୁ ନେଇ ଘୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଯେଉଁ ମହିଳା ବିବାହ ହୋଇନାହିଁ ବୋଲି ଦାବି କରୁଛନ୍ତି, ତାଙ୍କ ବିବାହରେ ମମତା ସାମିଲ କିଭଳି ହୋଇପାରିଲେ। ଲୋକେ ସିନ୍ଦୁର ଲଗାନ୍ତି, ମା’ ହେବାକୁ ଯାଆନ୍ତି ହେଲେ ଅବିବାହିତ ଥିବା ଦାବି କରନ୍ତି ବୋଲି ଘୋଷ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.