ଚାକିରି ଆଳରେ ଠକେଇ ର଼୍ୟାକେଟ ସକ୍ରିୟ

ଭୁବନେଶ୍ୱର,୨୦।୬(ବ୍ୟୁରୋ): କରୋନା କାଳରେ ଆଉଏକ କାଳ ସାଜିଛି ଠକେଇ। ପାଦେ ପାଦେ ସତର୍କ ନ ରହିଲେ ଠକଙ୍କ ଫାଶରେ ପଡ଼ିବା ନିଶ୍ଚିତ। ଅନେକେ ଚାକିରି ଓ ରୋଜଗାର ହରାଇ ଘରେ ବସିଛନ୍ତି। ବେକାର ଛାତ୍ରୀଛାତ୍ର ଚାକିରି ଅନ୍ବେଷଣରେ ରହୁଛନ୍ତି। ଏହା ଠକଙ୍କ ପାଇଁ ବଡ଼ ସୁଯୋଗ ପାଲଟିଛି। ଚାକିରି ଆଳରେ ଏକାଧିକ ଠକେଇ ର଼୍ୟାକେଟ ରାଜ୍ୟରେ ସକ୍ରିୟ ରହିଛି। ଫେକ୍‌ ଓ୍ବେବ୍‌ସାଇଟ୍‌ ଓ ଖବରକାଗଜରେ ବିଜ୍ଞାପନ ଦେଇ ବେକାର ଛାତ୍ରୀଛାତ୍ରଙ୍କୁ ନିଜ ଜାଲରେ ଫସାଉଛନ୍ତି। କିଛିଦିନ ହେବ ଓଡ଼ିଶାର ବିଭିନ୍ନ ଜିଲାର ବ୍ଲକ୍‌ ଓ ତହସିଲ ସ୍ତରରେ ଚାକିରି ନେଇ ଖବରକାଗଜ ଓ ସୋସିଆଲ ମିଡିଆରେ ବିଜ୍ଞାପନ ଦିଆଯାଉଛି। ଯେଉଁଥିରେ ଲେଖାଯାଉଛି କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଏହି ଚାକିରି ପ୍ରଦାନ କରାଯାଉଛି। ଏପରିକି ବିଶ୍ୱାସ ଜନ୍ମାଇବା ପାଇଁ ସରକାରୀ ଲୋଗୋ ମଧ୍ୟ ବ୍ୟବହାର କରାଯାଉଛି। ଡ୍ରାଇଭର, କମ୍ପ୍ୟୁଟର ଅପରେଟର, ଡାକ୍ତର, ସହାୟକ, ନର୍ସ ଓ ଷ୍ଟୋର୍‌କିପର ଆଦି ବିଭିନ୍ନ ପଦ ପାଇଁ ଲୋଭନୀୟ ଦରମା ମଧ୍ୟ ରଖାଯାଉଛି। ଡ୍ରାଇଭର ଓ କମ୍ପ୍ୟୁଟର ଅପରେଟର ଭଳି ପଦ ପାଇଁ ୨୫ରୁ ୫୦ ହଜାର ଦରମା ଦିଆଯାଇ ବେକାରମାନଙ୍କୁ ଫସାଉଛନ୍ତି। ପରବର୍ତ୍ତୀ ସମୟରେ ଚାକିରି ଆଶାରେ ରାଜ୍ୟର ବହୁ ବେକାର ଯୁବତୀଯୁବକ ଠକେଇର ଶିକାର ହେଉଥିବା ନଜିର ରହିଛି। ଏଭଳି ର଼୍ୟାକେଟ୍‌ ମୁଖ୍ୟତଃ ରାଜ୍ୟ ବାହାରୁ ଅପରେଟ୍‌ କରାଯାଉଥିବା ସୂଚନା ମିଳିଛି। ଏଭଳି କେତେକ ବିଜ୍ଞାପନକୁ ନେଇ ଧରିତ୍ରୀ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ବିଜ୍ଞାପନରେ ଲେଖାଯାଇଥିବା ତଥ୍ୟ ଓ ଓ୍ବେବ୍‌ସାଇଟ୍‌ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡିଛି। ଯାଞ୍ଚବେଳେ ଏହି ଓ୍ବେବ୍‌ସାଇଟ୍‌ଗୁଡ଼ିକ ଅଳ୍ପ କିଛିଦିନ ମଧ୍ୟରେ ତିଆରି ହୋଇଥିବା ସ୍ପଷ୍ଟ ହୋଇଛି। ଅଧିକାଂଶ ଓ୍ବେବ୍‌ସାଇଟ୍‌ ମୁଖ୍ୟତଃ ଦିଲ୍ଲୀ ଓ ହରିୟାଣାରୁ କାର୍ଯ୍ୟ କରୁଥିବାରୁ ଓ ଯୋଗାଯୋଗ ସମ୍ଭବ ହେଉ ନ ଥିବାରୁ ସନ୍ଦେହ ବଢ଼ୁଛି। ପୂର୍ବରୁ ଦିଲ୍ଲୀ ପୋଲିସ ଏଭଳି ର଼୍ୟାକେଟ୍‌ର ତଦନ୍ତ କରି ସମ୍ପୃକ୍ତ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ହେଲେ ଗତ କିଛିଦିନ ମଧ୍ୟରେ ଓଡ଼ିଶାରେ ଅନେକ ଛାତ୍ରୀଛାତ୍ର ଏହି ର଼୍ୟାକେଟ୍‌ ଦ୍ୱାରା ଠକେଇର ଶିକାର ହୋଇଥିଲେ ମଧ୍ୟ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଧରିପାରି ନାହିଁ।

ଠକମାନେ ଦେଉଥିବା ଅଧିକାଂଶ ବିଜ୍ଞାପନରେ କୌଣସି ଫୋନ ନମ୍ବର କିମ୍ବା ଅଫିସ୍‌ ଠିକଣା ପ୍ରଦାନ କରାଯାଉନାହିଁ। କେବଳ ଓ୍ବେବ୍‌ସାଇଟ୍‌ ଦିଆଯାଉଛି। ଏହାକୁ ଖୋଲିଲେ ବିଭିନ୍ନ ଚାକିରି ପାଇଁ ପଞ୍ଜୀକରଣ କରିବାକୁ କୁହାଯାଉଛି। ଆବଶ୍ୟକ ତଥ୍ୟ ଦେବା ପରେ ଇମଲେ୍‌ ଓ ଫୋନ୍‌ ନମ୍ବରକୁ ଆବେଦନ ସମାପ୍ତ ହୋଇଥିବା ଏକ ମେସେଜ ଆସୁଛି। ଏହାର କିଛିଦିନ ପରେ ଆପଣ ଆବେଦନ କରିଥିବା ଚାକିରି ପାଇଁ ମନୋନୀତ ହୋଇଥିବାର ଏକ ମେସେଜ ଆସୁଛି। ଏଥିସହ ଏକ ଅଜଣା ନମ୍ବରରୁ କେହି ଜଣେ କଲ୍‌ କରି ଚାକିରି ପାଇଁ ମନୋନୀତ ହୋଇଥିବା କଥା କହି ନାନା ଦରମା ସହ ଲୋଭନୀୟ ସୁବିଧା କଥା କହିଥାନ୍ତି। ଆବେଦନକାରୀଙ୍କର ଯେପରି କିଛି ସନ୍ଦେହ ନ ହେବ, ସେଥିପାଇଁ ଠକମାନେ ପ୍ରୋସେସିଂ ଓ ଅନ୍ୟ ଫି’ ବାବଦକୁ ପ୍ରଥମେ ଅଳ୍ପ କିଛି ଟଙ୍କା ଦାବି କରୁଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ବିଭିନ୍ନ ଆଳରେ ଚାକିରି ଆଶାୟୀଙ୍କ ନିକଟରୁ ମୋଟା ଅଙ୍କର ଟଙ୍କା ଠକିନେଇ ଆଉ ଧରାଛୁଆଁ ଦେଉନାହାନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.