ମାଗଣା ଟିକା ଘୋଷଣା: ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଧର୍ମେନ୍ଦ୍ରଙ୍କ ସ୍ବାଗତ

ଭୁବନେଶ୍ୱର,୮।୬(ବ୍ୟୁରୋ): ଦେଶବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ମାଗଣା ଟିକା ପ୍ରଦାନ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ସମ୍ପ୍ରସାରଣ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି। ସେ ଟ୍ବିଟ୍‌ କରିଛନ୍ତି ଯେ କୋଭିଡ଼୍‌ ମହାମାରୀ ବିରୋଧୀ ଲଢ଼େଇରେ ପ୍ରଧାନମନ୍ତ୍ରୀ ଜନକଲ୍ୟାଣ ପାଇଁ ନେଇଥିବା ନିଷ୍ପତ୍ତି ତାଙ୍କ ଦୂରଦର୍ଶୀ ନେତୃତ୍ୱର ପରିଚୟ ଦେଉଛି। କରୋନା ବିରୋଧୀ ଦେଶର ଲଢ଼େଇକୁ ଅଧିକ ସୁଦୃଢ଼ କରିବା ପାଇଁ ତାଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମସ୍ତଙ୍କୁ ମାଗଣା ଟିକା ଉପଲବ୍ଧ କରାଇବା ଦିଗରେ ସରକାର ଟିକାକରଣ ସହ ଜଡିତ ରାଜ୍ୟମାନଙ୍କ ଦ୍ୱାରା କରାଯାଇଥିବା ୨୫ ପ୍ରତିଶତ କାର୍ଯ୍ୟକୁ ଭାରତ ସରକାର ନିଜ ଦାୟିତ୍ୱରେ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାର ଟିକା ଉତ୍ପାଦନକାରୀଙ୍କ ଠାରୁ ମୋଟ ଟିକା ଉତ୍ପାଦନ ମଧ୍ୟରୁ ୭୫ ପ୍ରତିଶତ ଟିକା ରାଜ୍ୟ ସରକାରଙ୍କୁ ମାଗଣାରେ ଯୋଗାଇ ଦେବେ। ବାକି ୨୫ ପ୍ରତିଶତ ଟିକା ଘରୋଇ ହସ୍ପିଟାଲ ଗୁଡ଼ିକୁ ଦିଆଯିବ ା ଆସନ୍ତା ଜୁନ୍‌ ୨୧ରୁ ଭାରତ ସରକାର ଦେଶର ସବୁ ରାଜ୍ୟରେ ଥିବା ୧୮ ବର୍ଷରୁ ଅଧିକ ନାଗରିକଙ୍କ ପାଇଁ ମାଗଣା ଟିକା ପ୍ରଦାନ କରିବେ। ଦୁର୍ବଳ ଏବଂ ଗରିବ ଶ୍ରେଣୀର ଲୋକଙ୍କ ପ୍ରତି ସମ୍ବେଦନଶୀଳତା ଏବଂ ଗରିବଙ୍କ କଲ୍ୟାଣ ପାଇଁ ନିଜର ପ୍ରତିବଦ୍ଧତାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦି ଦେଶର ୮୦ କୋଟି ଜନସାଧାରଣଙ୍କ ପାଇଁ ଗରିବ କଲ୍ୟାଣ ଅନ୍ନଯୋଜନାର ଅବଧିକୁ ଦୀପାବଳି ପର୍ଯ୍ୟନ୍ତ ବଢ଼ାଇବା ପାଇଁ ନିଷ୍ପତି ନେଇଛନ୍ତି । ଏହା ଦ୍ୱାରା ଦେଶର ଜଣେ ଗରିବ ଉପାସରେ ରହିବ ନାହିଁ ବୋଲି ପ୍ରଧାନ ଟ୍ବିଟ୍‌ କରିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.