Categories: ଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ୍‌: ଚତୁର୍ଥ ରାଉଣ୍ଡରେ ଜୋକୋଭିଚ୍‌, ନାଡାଲ

ପ୍ୟାରିସ୍‌,୬।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ଶନିବାର ସପ୍ତମ ଦିବସରେ ପ୍ରବେଶ କରିଛି। ପୁରୁଷ ସିଙ୍ଗଲ୍ସରେ ଟପ୍‌ସିଡ୍‌ ସର୍ବିୟାର ନୋଭାକ ଜୋକୋଭିଚ୍‌, ତୃତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ଇଟାଲୀର ଅଣସିଡ୍‌ ଖେଳାଳି ଲୋରେଞ୍ଜୋ ମୁସେଟି, ଆମେରିକାର ୧୮ତମ ସିଡ୍‌ ଖେଳାଳି ଜାନିକ ସିନର, ଜର୍ମାନୀର ଜାନ ଲେନାର୍ଡ ଷ୍ଟ୍ରଫ୍‌, ଦଶମ ସିଡ୍‌ ଆର୍ଜେଣ୍ଟିନାର ଡିଏଗୋ ସ୍ବାର୍ଜମ୍ୟାନ ସେମାନଙ୍କ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ବିଜୟୀ ହୋଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ନାଡାଲ ତୃତୀୟ ରାଉଣ୍ଡରେ ବ୍ରିଟେନର କାମେରନ ନୋରିଙ୍କୁ ୬-୩, ୬-୩, ୬-୩ ସେଟ୍‌ରେ ହରାଇ ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି। ଜୋକୋଭିଚ ୬-୧, ୬-୪, ୬-୧ ସେଟ୍‌ରେ ଲିଥୁଆନିଆର ୯୩ ର଼୍ୟାଙ୍କ୍‌ର ଖେଳାଳି ରିକାର୍ଡାସ ବେରନାକିସ୍‌ଙ୍କୁ ପରାସ୍ତ କରି କ୍ରମାଗତ ଦ୍ୱାଦଶ ବର୍ଷ ପାଇଁ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଥର ସଫଳ ହେଲେ ଜୋକୋଭିଚ୍‌ ଦ୍ୱିତୀୟଥର ପାଇଁ ଫ୍ରେଞ୍ଚ୍‌ ଓପନ ଓ ମୋଟ ଉପରେ ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବେ। ସେହିପରି ମୁସେଟି ୩-୬, ୬-୪, ୬-୩, ୩-୬, ୬-୩ ସେଟ୍‌ରେ ଇଟାଲୀର ମାର୍କୋ ସେକିନାଟୋଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ଇସ୍ନର ୬-୧, ୭-୫, ୬-୩ ସେଟ୍‌ରେ ସ୍ବିଡେନର ଓ୍ବାଇମେରଙ୍କୁ ୬-୧, ୭-୫, ୬-୩ ସେଟ୍‌ରେ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଷ୍ଟ୍ରଫ୍‌ ୬-୪, ୭-୬, ୬-୨ ସେଟ୍‌ରେ ସ୍ପେନର ଅଲକାରାଜ ଗାର୍ଭିଆଙ୍କୁ ତୃତୀୟ ରାଉଣ୍ଡରେ ହରାଇ ଆଗକୁ ବଢିଛନ୍ତି। ସେହିପରି ସ୍ବାର୍ଜମ୍ୟାନ ୬-୪, ୬-୨, ୬-୧ ସେଟ୍‌ରେ ଜର୍ମାନୀର ଫିଲିପ୍‌ କୋହେଲସ୍କ୍ରେଇବରଙ୍କୁ ହରାଇ ଅଗ୍ରଗତି କରିଛନ୍ତି।
ଚତୁର୍ଥ ରାଉଣ୍ଡରେ କେନିନ, କ୍ରେଜସିକୋଭା
ମହିଳା ସିଙ୍ଗଲ୍ସରେ ଚତୁର୍ଥ ସିଡ୍‌ ମାନ୍ୟତାପ୍ରାପ୍ତ ଆମେରିକାର ସୋଫିଆ କେନିନ୍‌ ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି। ସେ ନିଜ ଦେଶରେ ୨୮ତମ ସିଡ୍‌ ଜେସିକା ପେଗୁଲାଙ୍କୁ ୪-୬, ୬-୧, ୬-୪ ସେଟ୍‌ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେହିପରି ଚେକ ଗଣରାଜ୍ୟର ବାରବୋରା କ୍ରେଜିଶୋଭା ୬-୩, ୬-୨ ସେଟ୍‌ରେ ପଞ୍ଚମ ସିଡ୍‌ ୟୁକ୍ରେନର ଏଲିନା ଭିଟୋଲିନାଙ୍କୁ ହରାଇ ବିପର୍ଯ୍ୟୟ ଘଟାଇବା ସହ ଅଗ୍ରଗତି କରିଛନ୍ତି। ଫ୍ରେଞ୍ଚ୍‌ ଓପନ ପ୍ରଥମ ସପ୍ତାହରେ ଭିଟୋଲିନା ସପ୍ତମ ଟପ୍‌-୧୦ ସିଡ୍‌ ଖେଳାଳିଭାବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବିଦାୟ ନେଇଛନ୍ତି। ସେହିପରି ଆମେରିକାର ସ୍ଲୋଆନ ଷ୍ଟିଫେନ୍ସ ୬-୩, ୭-୫ ସେଟ୍‌ରେ କାରୋଲିନା ମୁଚୋଭାଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ୟୁକ୍ରେନର ମାର୍ଟା କୋସିଟ୍ୟୁକ ୬-୧, ୬-୨ରେ ଭାରଭାରା ଗ୍ରାଚେଭାଙ୍କୁ ହରାଇ ଅଗ୍ରଗତି କରିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.