Categories: ଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ୍‌: କ୍ରେଜିକୋଭାଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ

ପ୍ୟାରିସ୍‌,୧୩।୬: ଫ୍ରେଞ୍ଚ୍‌ ଓପନ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଚେକ୍‌ ଗଣରାଜ୍ୟର ବାର୍ବୋରା କ୍ରେଜିକୋଭା ଚାମ୍ପିୟନ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଅଣସିଡ୍‌ ୨୫ ବର୍ଷୀୟ କ୍ରେଜିକୋଭା ୬-୧, ୨-୬, ୬-୪ ସେଟ୍‌ରେ ୩୧ତମ ସିଡ୍‌ ରୁଷିଆର ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଭାଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି। ଏଥିସହ କ୍ରେଜିକୋଭା ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ୧୯୮୧ ପରେ ସେ ପ୍ରଥମ ଚେକ୍‌ ଖେଳାଳିଭାବେ ଫ୍ରେଞ୍ଚ୍‌ ଓପନ ଜିତିଛନ୍ତି। ପୂର୍ବରୁ ହାନା ମାଡିଲକୋଭା ଏହି ସଫଳତା ହାସଲ କରିଥିଲେ। କ୍ରେଜିକୋଭା ସେମିଫାଇନାଲରେ ୧୭ତମ ସିଡ୍‌ ଗ୍ରୀସ୍‌ର ମାରିଆ ସାକାରିଙ୍କୁ ୭-୫, ୪-୬, ୯-୭ ସେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ପାଭଲ୍ୟୁଚେଙ୍କୋଭା ସ୍ଲୋଭେନିଆର ତାମରା ଜିଡାନସେକଙ୍କୁ ୭-୫, ୬-୩ ସେଟ୍‌ରେ ହରାଇ ଫାଇନାଲକୁ ଉଠିଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.