ପ୍ୟାରିସ, ୧୨।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଚେରି ରିପବ୍ଲିକ ଯୋଡ଼ି ବାର୍ବରା କ୍ରେଜିକୋଭା ଏବଂ କାଟରିନା ସିନିକୋଭା। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଏହି ଯୋଡ଼ି ପୋଲାଣ୍ଡର ମାଗ୍ଦା ଲିନେଟି ଏବଂ କ୍ରୋଏସିଆର ବେର୍ନାର୍ଡା ପେରାଙ୍କୁ ୬-୧, ୬-୨ ସେଟ୍ରେ ପରାସ୍ତ କରିଛନ୍ତି। କ୍ରେଜିକୋଭାଙ୍କ ପାଇଁ ଚଳିତ ଟୁର୍ନାମେଣ୍ଟରେ ଡବଲ ଟାଇଟଲ ହାସଲର ସୁଯୋଗ ରହିଛି। କାରଣ ଏହି ଚେକ୍ ଖେଳାଳି ମହିଳା ସିଙ୍ଗଲ୍ସ ଫାଇନାଲରେ ମଧ୍ୟ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସେମିଫାଇନାଲରେ ସେ ୭-୫, ୪-୬, ୯-୭ ସେଟ୍ରେ ଗ୍ରୀସ୍ର ମାରିଆ ସାକାରିଙ୍କୁ ପରାସ୍ତ କରିଥିଲେ। ଶନିବାର ଫାଇନାଲରେ କ୍ରେଜିକୋଭା ରୁଷିଆର ଆନାସ୍ତାସିଆ ପାଭ୍ଲ୍ୟୁଚେଙ୍କୋଭାଙ୍କୁ ଭେଟିବେ। ସେଲାଭାନିଆର ତାମାରା ଜିଡାନସେକ୍ଙ୍କ ଅଗ୍ରଗତିରେ ବ୍ରେକ୍ ଲଗାଇ ପାଭ୍ଲ୍ୟୁଚେଙ୍କୋଭା ଫାଇନାଲରେ ପ୍ରବେଶ କରିଥିଲେ। କ୍ରେଜିକୋଭା ଯଦି ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ଟାଇଟଲ ହାସଲ କରନ୍ତି ତେବେ ମେରି ପିଅର୍ସଙ୍କ ରେକର୍ଡ ସହ ସମକକ୍ଷ ହେବେ। ଫ୍ରାନ୍ସର ପିଅର୍ସ ୨୦୦୦ରେ ଏହି ସଫଳତା ପାଇଥିଲେ। କ୍ରେଜିକୋଭା-ସିନିକୋଭା ଯୋଡ଼ି ମହିଳା ଡବଲ୍ସ ଫାଇନାଲରେ ପୋଲାଣ୍ଡର ଇଗା ସ୍ବିଟେକ ଓ ଆମେରିକାର ବେଥାନି ମାଟେକ ସାଣ୍ଡ୍ସ ଯୋଡ଼ିଙ୍କୁ ଭେଟିବେ। ପୋଲାଣ୍ଡ-ଆମେରିକା ଯୋଡ଼ି ଦ୍ୱିତୀୟ ସେମିଫାଇନାଲରେ ରୋମାନିଆର ଇରିନା-କାମେଲିଆ ବେଗୁ ଓ ଆର୍ଜେଣ୍ଟିନାର ନାଦିଆ ପୋଡୋରୋସ୍କା ଯୋଡ଼ିଙ୍କୁ ୬-୩, ୬-୪ ସେଟ୍ରେ ପରାସ୍ତ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.